ନଖରୁ ଜାଣନ୍ତୁ କେଉଁ ମହିଳାଙ୍କ ସ୍ୱଭାବ କେମିତି ?

ଭାରତୀୟ  ଜ୍ୟୋତିଷ ଶାସ୍ତ୍ରର ଏକ ପ୍ରମୁଖ ଅଙ୍ଗ ହେଉଛି ସମୁଦ୍ର ଶାସ୍ତ୍ର। ଏଥିରେ  ଶରୀରର  ବିଭିନ୍ନ ଅଙ୍ଗ ଆମ ଜୀବନ ଉପରେ କଣ ପ୍ରଭାବ ପକାଇଥାନ୍ତି ସେହି ବିଷୟରେ ଉଲ୍ଲେଖ କରାଯାଇଛି। ସାମୁଦ୍ର ଶାସ୍ତ୍ର ଅନୁଯାୟୀ  ନଖର ରଙ୍ଗ ଓ ଆକାରରୁ ମହିଳାଙ୍କ ସ୍ୱଭାବ ବିଷୟରେ ଜଣାପଡ଼ିଥାଏ । ଆସନ୍ତୁ ଜାଣିବା କ’ଣ କହିଥାଏ ମହିଳାଙ୍କ ନଖ। ୧- ଯେଉଁ ମହିଳାମାନଙ୍କ ନଖର ରଙ୍ଗ ଲାଲ ହୋଇଥାଏ, ସେମାନେ ଶାରୀରିକ ଭାବେ ସୁସ୍ଥ,ଦେଖିବାକୁ  ସୁନ୍ଦରୀ, ଧନବାନ, ଓ […]

Rakesh Mallick
  • Published: Thursday, 12 October 2017
  • , Updated: 12 October 2017, 02:08 PM IST

ଭାରତୀୟ  ଜ୍ୟୋତିଷ ଶାସ୍ତ୍ରର ଏକ ପ୍ରମୁଖ ଅଙ୍ଗ ହେଉଛି ସମୁଦ୍ର ଶାସ୍ତ୍ର। ଏଥିରେ  ଶରୀରର  ବିଭିନ୍ନ ଅଙ୍ଗ ଆମ ଜୀବନ ଉପରେ କଣ ପ୍ରଭାବ ପକାଇଥାନ୍ତି ସେହି ବିଷୟରେ ଉଲ୍ଲେଖ କରାଯାଇଛି। ସାମୁଦ୍ର ଶାସ୍ତ୍ର ଅନୁଯାୟୀ  ନଖର ରଙ୍ଗ ଓ ଆକାରରୁ ମହିଳାଙ୍କ ସ୍ୱଭାବ ବିଷୟରେ ଜଣାପଡ଼ିଥାଏ । ଆସନ୍ତୁ ଜାଣିବା କ’ଣ କହିଥାଏ ମହିଳାଙ୍କ ନଖ।

୧- ଯେଉଁ ମହିଳାମାନଙ୍କ ନଖର ରଙ୍ଗ ଲାଲ ହୋଇଥାଏ, ସେମାନେ ଶାରୀରିକ ଭାବେ ସୁସ୍ଥ,ଦେଖିବାକୁ  ସୁନ୍ଦରୀ, ଧନବାନ, ଓ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନଙ୍କ ବୈବାହିକ ଜୀବନ ମଧ୍ୟ ସୁଖମୟ ହୋଇଥାଏ।

୨- ଯେଉଁ ମହିଳାଙ୍କ ନଖ ଉପରେ ଧଳା କିମ୍ୱା କଳା ଚିହ୍ନ ରହିଥାଏ, ସେମାନେ ସ୍ୱଭାବରେ ଟିକିଏ ଝଗଡା ପ୍ରିୟ ବୋଲି ବିଚାର କରାଯାଏ। ଏପରି ମହିଳାଙ୍କ ମସ୍ତିଷ୍କ ଖୁବ ତୀକ୍ଷଣ ହୋଇଥାଏ। କିନ୍ତୁ ଏମାନେ ଏହାର ବ୍ୟବହାର ଭୁଲ ଜାଗାରେ କରିଥାନ୍ତି ।

୩-  ଯେଉଁ ମହିଳାଙ୍କ ନଖ ହଳଦିଆ ରଙ୍ଗର ହୋଇଥାଏ,  ସେମାନେ ସାଧାରଣତଃ କାମଳ ଓ ମୁଣ୍ଡବ୍ୟଥା ଜନିତ ରୋଗରେ ପଡୁଥିବାର ଦେଖାଯାଏ। ଏମାନେ ଚିଡ଼ିଚିଡ଼ା ସ୍ୱଭାବର ହୋଇଥାନ୍ତି ବୋଲି ଶାସ୍ତ୍ର କହୁଛି।

୪- ଯେଉଁ ମହିଳାଙ୍କ ନଖ ସାମାନ୍ୟ ଲାଲ ରଙ୍ଗର ଓ ସୁନ୍ଦର ହୋଇଥାଏ ସେମାନେ ଜୀବନର ସବୁ ସୁଖ ପାଇଥାନ୍ତି । ଏପରି ମହିଳା ସାଧାରଣ ଭାବେ  ଉଚ୍ଚକୋଟିର ବ୍ୟବସାୟୀ କିମ୍ୱା ରାଜନେତା ହୋଇଥାନ୍ତି। ଏହି ମହିଳାମାନେ ଅଧିକ ଶିକ୍ଷିତ ହେବା ସହ ଉଚ୍ଚପଦବୀ ଲାଭ କରିଥାନ୍ତି ।

୫- ଯେଉଁ ମହିଳାଙ୍କ ନଖ ଛୋଟ ସେମାନଙ୍କର ଧୈର୍ଯ୍ୟ ନଥାଏ।  ଏମାନେ ସଂକୀର୍ଣ୍ଣ ମନୋଭାବର ହୋଇଥାନ୍ତି। ଅନ୍ୟ ମାନଙ୍କର ଭୁଲ ଖୋଜିବାକୁ ଅଧିକ ପସନ୍ଦ କରନ୍ତି। ଏହଭଳି ମହିଳାଙ୍କୁ ହୃଦରୋଗ ଓ ଗଳା ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ଥାଏ।

Related story