ପ୍ରେମିକା ସହ ଝଗଡ଼ା ହୋଇଛି କି? କେମିତି ବୁଝେଇବେ ଜାଣନ୍ତୁ କିଛି ଟିପ୍ସ

ପ୍ରେମିକା ହେଉ କି ବାନ୍ଧବୀ, ବେଳେବେଳେ ଏମାନଙ୍କ ସହ ମତାନ୍ତର ହୁଏ କୌଣସି ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଦୁହିଁଙ୍କ ମତ ମିଶେନି କିନ୍ତୁ ଏହାର ଅର୍ଥ ନୁହେଁ ଯେ, ବନ୍ଧୁତାରେ ଫାଟ ସୃଷ୍ଟି ହେଲା ଅବୁଝା ବାନ୍ଧବୀ ବା ପ୍ରେମିକାକୁ ବୁଝାଇ ପାରିଲେ ପୁଣି ହସି ଉଠିବ ବନ୍ଧୁତା ବା ପ୍ରେମ ଯଦି ଆପଣଙ୍କ ଭିତରେ ମତାନ୍ତର ବେଶୀଦିନ ଲାଗିରହେ ତେବେ ସଂପର୍କ ବିପଦରେ ପଡ଼ିଯାଇ ପାରେ ଏହା ପୂର୍ବରୁ ଜାଣି ନିଅନ୍ତୁ, କେମିତି ଆପଣଙ୍କ ଅବୁଝା […]

girlfriend

Rakesh Mallick
  • Published: Tuesday, 18 July 2017
  • , Updated: 18 July 2017, 03:37 PM IST

ପ୍ରେମିକା ହେଉ କି ବାନ୍ଧବୀ, ବେଳେବେଳେ ଏମାନଙ୍କ ସହ ମତାନ୍ତର ହୁଏ କୌଣସି ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଦୁହିଁଙ୍କ ମତ ମିଶେନି କିନ୍ତୁ ଏହାର ଅର୍ଥ ନୁହେଁ ଯେ, ବନ୍ଧୁତାରେ ଫାଟ ସୃଷ୍ଟି ହେଲା ଅବୁଝା ବାନ୍ଧବୀ ବା ପ୍ରେମିକାକୁ ବୁଝାଇ ପାରିଲେ ପୁଣି ହସି ଉଠିବ ବନ୍ଧୁତା ବା ପ୍ରେମ ଯଦି ଆପଣଙ୍କ ଭିତରେ ମତାନ୍ତର ବେଶୀଦିନ ଲାଗିରହେ ତେବେ ସଂପର୍କ ବିପଦରେ ପଡ଼ିଯାଇ ପାରେ ଏହା ପୂର୍ବରୁ ଜାଣି ନିଅନ୍ତୁ, କେମିତି ଆପଣଙ୍କ ଅବୁଝା ବାନ୍ଧବୀ ବା ପ୍ରେମିକାଙ୍କୁ ବୁଝାଇବେ ।

ପ୍ରଥମେ କାରଣ ଜାଣନ୍ତୁ: ବେଳେବେଳେ ପ୍ରେମ ଓ ବନ୍ଧୁତାରେ ଝଗଡ଼ାର କାରଣ ଅତି ସାଧାରଣ ହୋଇଥାଏ କିନ୍ତୁ ଆମକୁ ଲାଗେ ବହୁତ ଗୁରୁତ୍ୱପୂର୍ଣ୍ଣ ଓ ବଡ଼ ତେଣୁ ପ୍ରଥମେ  ନିଜ ମନକୁ ପଚାରନ୍ତୁ କି କେଉଁ କାରଣରୁ ପ୍ରେମିକା ଆପଣଙ୍କ ଉପରେ ଏତେ ଖପ୍ପା ହୋଇଛି ଏବଂ କେଉଁ କାରଣରୁ ସମ୍ପର୍କ ଭାଙ୍ଗିବା ସ୍ଥିତି ପଯ୍ୟନ୍ତ ଆସିଗଲାଣି । ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧତ୍କ ଭାବପ୍ରବଣ ହୋଇଥାନ୍ତି ଖାସ୍ କରି ପ୍ରେମ ମାମଲାରେ ସେମାନେ ଅଧତ୍କ ଅଭିମାନୀ । କୌଣସି କଥା ସେମାନଙ୍କୁ ଖରାପ ଲାଗିଲେ ହଠାତ୍ ବଡ ନିଷ୍ପତି ନେଇ ଯାଇଥାନ୍ତି ତେଣୁ ପ୍ରଥମେ କାରଣ ଜାଣନ୍ତୁ ତା ପରେ ଔଷଧ ଦେବେ ।

କ୍ଷମା ମାଗିବା ଶିଖନ୍ତୁ: କ୍ଷମା ମାଗିଲେ କେହି ଛୋଟ ହୋଇଯାଆନ୍ତି ନାହିଁ । ବ୍ରେକ୍ଅପ୍ ବା ମତାନ୍ତର ପାଇଁ ଆପଣ ଯଦି ସତରେ  ଦୋଷୀ, ତେବେ ଡେରି ନକରି ନିଜ ଭୁଲ ପାଇଁ କ୍ଷମା ମାଗିନିଅନ୍ତୁ । ତାଙ୍କୁ କୌଣସି ଏକ ଉପାୟରେ ଜଣେଇ ଦିଅନ୍ତୁ ଯେ,ଭୁଲ୍ ପାଇଁ ଆପଣ ସତରେ ଦୁଃଖୀତ ।

ମୁଡ୍ ରିଲାକ୍ସ କରନ୍ତୁ: କଳି ଝଗଡ଼ା ମୁଡରୁ ବାହାରି ନିଜକୁ ବିଶ୍ରାମ ଦିଅନ୍ତୁ । ପୁରୁଣା କଥାକୁ ମନରୁ ବାହାର କରିଦିଅନ୍ତୁ । ଏହି କଥାକୁ ମନ ପକାଇଲେ କେବଳ ଦୁଃଖ ଲାଗିବ ଓ ଏହାର ପ୍ରଭାବ ଆପଣଙ୍କ ସମ୍ପର୍କ ଉପରେ ପଡିବ । ଏହି କଥା ଅାପଣ ଆପଣଙ୍କ ପ୍ରେମିକାକୁ ମଧ୍ୟ କହିପାରିବେ । ଯଦି ଆପଣଙ୍କ ସହ କଥା ହେବାକୁ ଚାହୁଁନାହାନ୍ତି ତେବେ ଇ-ମେଲ, ମୋବାଇଲ୍ ମେସେଜ, କିମ୍ବା ଚିଠି ଲେଖି ତାଙ୍କୁ ବୁଝାନ୍ତୁ । ମେସେଜ ପରେ ଏକ ସ୍ମାଇଲି ସିମ୍ବଲ ଦେବାକୁ ଯେପରି ନ ଭୁଲନ୍ତି ।

ହସ ଓ ମଜାରେ କଥା ହୁଅନ୍ତୁ: ଗୋଟେ ଛୋଟ ଓ ମଉଜିଆ ଡାଏଲଗ୍ ରୁ  କଥା ଅରମ୍ଭ କରନ୍ତୁ ଏଇ ଯେମିତି ଆପଣ କହିପାରିବେ- ହସିଲେ ତୁମେ ଅଧତ୍କ ସୁନ୍ଦର ଲାଗ ଝଗଡ଼ା ଆଶଙ୍କା ଥିବା କୌଣସି କଥା ହୁଅନ୍ତୁ ନାହିଁ, କେବଳ ପରସ୍ପରର ପ୍ରଶଂସା ହିଁ କରନ୍ତୁ, ପୁଣି ଭଲ କଥା କିଛି ମନେପକାନ୍ତୁ ସୁଯୋଗ ମିଳିଲେ, ପ୍ରେମିକାଙ୍କ କାନରେ କିଛି ରୋମାଣ୍ଟିକ କଥା କୁହନ୍ତୁ ।  କିନ୍ତୁ ମନେରଖନ୍ତୁ, ଏ ସବୁ ଯେପରି ନ୍ୟାଚୁରାଲ ଲାଗେ, ଆକ୍ଟିଂ କଲାପରି ଲାଗିବା ଉଚିତ ନୁହେଁ ।

ସାମାଜିକ ସମ୍ପର୍କର ମଜା ଉଠାନ୍ତୁ: ବ୍ରେକ୍ଅପ୍ ପରେ ମନ ଭାଙ୍ଗି ଯାଇଥାଏ । କିନ୍ତୁ ଏହାର ଅର୍ଥ ନୁହଁ କି ବଞ୍ଚିବା ଭୁଲିଯିବେ । ସବୁ ଦୁଃଖ ଭିତରେ ନିଜ ଫ୍ୟାମିଲି ସହ ଦିନ ବିତାନ୍ତୁ ଓ ନୂଆ ବନ୍ଧୁତା କରନ୍ତୁ ।ଏମିତି ହେଲେ ବରଂ ପୁରୁଣା ଦୁଃଖ ଭୁଲିଯିବେ ।

Related story