ଘରେ ପ୍ରସ୍ତୁତ କରନ୍ତୁ ‘ଖୁଆ ଚିକେନ୍‌’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଚିକେନ୍‌କୁ ନେଇ ପ୍ରସ୍ତୁତ ଅନେକ ଖାଦ୍ୟ ସାମଗ୍ରୀ ଆପଣ ଖାଇଥିବେ। କିନ୍ତୁ କେବେ ‘ଖୁଆ ଚିକେନ୍‌’ ଖାଇ ନ ଥାଇପାରନ୍ତି। ଆଜି ଆମେ ଆପଣଙ୍କୁ ଘରେ କିପରି ‘ଖୁଆ ଚିକେନ୍‌’ ପ୍ରସ୍ତୁତ କରିବେ, ସେ ସମ୍ପର୍କରେ ଟିପ୍‌ସ୍‌ ଦେବୁ। ଆବଶ୍ୟକ ସାମଗ୍ରୀ: ଚିକେନ୍, ଦହି, ଖୁଆ, ଶୁଖିଲା ଲଙ୍କା, ଧନିଆ ଏକ ଚାମଚ୍, ଘିଅ, ପାନମଧୁରୀ, ପିଆଜ, କଳା ଜିରା, ଲବଙ୍ଗ, ଡାଳଚିନି, କ୍ୟାପ୍‌ସିକମ୍‌, ଅଦା ରସୁଣ ବଟା ଓ ରସୁଣ। ପ୍ରସ୍ତୁତି ପ୍ରଣାଳୀ : ଖୁଆ […]

Kaeng_khua_kraduk_mu

Biswobandita Swain
  • Published: Sunday, 20 January 2019
  • , Updated: 20 January 2019, 01:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଚିକେନ୍‌କୁ ନେଇ ପ୍ରସ୍ତୁତ ଅନେକ ଖାଦ୍ୟ ସାମଗ୍ରୀ ଆପଣ ଖାଇଥିବେ। କିନ୍ତୁ କେବେ 'ଖୁଆ ଚିକେନ୍‌' ଖାଇ ନ ଥାଇପାରନ୍ତି। ଆଜି ଆମେ ଆପଣଙ୍କୁ ଘରେ କିପରି 'ଖୁଆ ଚିକେନ୍‌' ପ୍ରସ୍ତୁତ କରିବେ, ସେ ସମ୍ପର୍କରେ ଟିପ୍‌ସ୍‌ ଦେବୁ।

ଆବଶ୍ୟକ ସାମଗ୍ରୀ: ଚିକେନ୍, ଦହି, ଖୁଆ, ଶୁଖିଲା ଲଙ୍କା, ଧନିଆ ଏକ ଚାମଚ୍, ଘିଅ, ପାନମଧୁରୀ, ପିଆଜ, କଳା ଜିରା, ଲବଙ୍ଗ, ଡାଳଚିନି, କ୍ୟାପ୍‌ସିକମ୍‌, ଅଦା ରସୁଣ ବଟା ଓ ରସୁଣ।

ପ୍ରସ୍ତୁତି ପ୍ରଣାଳୀ : ଖୁଆ ଚିକେନ୍ ପ୍ରସ୍ତୁତ କରିବା ପାଇଁ ପ୍ରଥମେ କଡ଼େଇରେ ତେଲ ଦେଇ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଶୁଖିଲା ଲଙ୍କା ପକାଇ ଫୁଟାନ୍ତୁ । ଏହା ପରେ ସେଥିରେ ପାନମଧୁରୀ, ଧନିଆ ଓ କଳାଜିରା ପକାଇ ଅଳ୍ପ ସମୟ ପାଇଁ ଭାଜି ଦିଅନ୍ତୁ ।

ଏହା ପରେ ଗ୍ୟାସ୍‌କୁ ବନ୍ଦ କରି ଭଜା ହୋଇଥିବା ଗୋଟା ମସଲାରେ ଚିମୁଟାଏ ଲୁଣ ପକାଇ କୁଟି ଦିଅନ୍ତୁ । ଚିକେନ୍‌କୁ ଭଲ କରି ଧୋଇ ଏକ ପାତ୍ରରେ ରଖନ୍ତୁ । ତିଆରି ଗୋଟା ମସଲା, ଦହି, ଖୁଆକୁ ଠିକ୍ ଭାବେ ମିଶାଇ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜ୍‌ରେ ରଖି ଦିଅନ୍ତୁ ।

ଏହା ମଧ୍ୟରେ କଡ଼େଇ ଗରମ କରି ସେଥିରେ ଘିଅ ପକାନ୍ତୁ। ଘିଅ ଗରମ ହେବା ପରେ ଗୋଟା ଡାଳଚିନି ପକାନ୍ତୁ। ସେଥିରେ ପିଆଜ ଦେଇ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ପିଆଜ କଷି ହୋଇଯିବା ପରେ ଅଦା–ରସୁଣ ବଟା, କଟା କ୍ୟାପସିକମ୍‌ ଓ ଗୋଟା ରସୁଣ କୋଲା ପକାଇ ୨ ରୁ ୩ ମିନିଟ୍ ଭାଜନ୍ତୁ। ଯେତେବେଳେ ମସଲାରୁ ତେଲ ଛାଡ଼ି ଆସିବ ସେତେବେଳେ ଗୋଳା ହୋଇ ରହିଥିବା ଚିକେନ୍‌କୁ ପକାଇ ଗୋଳାଇବେ। ଚିକେନକୁ ଦେଇ ୨ ରୁ ୫ ମିନିଟ୍ ପର୍ଯ୍ୟନ୍ତ କମ୍ ଗ୍ୟାସରେ ବସାନ୍ତୁ। ଏହାପରେ ଚିକେନ୍‌କୁ ଅଧଘଣ୍ଟା ପର୍ଯ୍ୟନ୍ତ କଷନ୍ତୁ। କଷା ହୋଇଯିବା ପରେ ପ୍ରସ୍ତୁତ ହୋଇଯିବ 'ଖୁଆ ଚିକେନ୍‌'।

 

Related story