ଜାଣନ୍ତୁ କେମିତି ତିଆରି ହୁଏ ‘ମୁର୍ଗ ଜାଫରାନୀ’

ଆବଶ୍ୟକ ସାମଗ୍ରୀ: ଚିକେନ, ଘିଅ, ଗୋଟା ଗରମ ମସଲା, ପିଆଜ ବଟା, ଅଦା-ରସୁଣ ବଟା, କଟା କଞ୍ଚାଲଙ୍କା, ଦହି, ଚିକେନ୍ ମସଲା ପାଉଡ଼ର, କାଜୁ ବଟା, ଗୁଜୁରାତି ଗୁଣ୍ଡ, କେଶର, ସିଝା ଅଣ୍ଡା, ଧନିଆ ପତ୍ର ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ଘିଅ ଗରମ କରି ସେଥିରେ ଗୋଟା ଗରମ ମସଲା ପକାଇ ଭାଜନ୍ତୁ। ତା’ପରେ ପିଆଜ ବଟା, ଅଦା-ରସୁଣ ବଟା ଓ କଞ୍ଚାଲଙ୍କା କଟା ପକାଇ କଷନ୍ତୁ। କିଛି ସମୟ ପରେ ସେଥିରେ […]

chkn-jafrani

Chinmayee Roy
  • Published: Sunday, 03 March 2019
  • , Updated: 03 March 2019, 05:56 PM IST

ଆବଶ୍ୟକ ସାମଗ୍ରୀ: ଚିକେନ, ଘିଅ, ଗୋଟା ଗରମ ମସଲା, ପିଆଜ ବଟା, ଅଦା-ରସୁଣ ବଟା, କଟା କଞ୍ଚାଲଙ୍କା, ଦହି, ଚିକେନ୍ ମସଲା ପାଉଡ଼ର, କାଜୁ ବଟା, ଗୁଜୁରାତି ଗୁଣ୍ଡ, କେଶର, ସିଝା ଅଣ୍ଡା, ଧନିଆ ପତ୍ର ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ଘିଅ ଗରମ କରି ସେଥିରେ ଗୋଟା ଗରମ ମସଲା ପକାଇ ଭାଜନ୍ତୁ। ତା’ପରେ ପିଆଜ ବଟା, ଅଦା-ରସୁଣ ବଟା ଓ କଞ୍ଚାଲଙ୍କା କଟା ପକାଇ କଷନ୍ତୁ। କିଛି ସମୟ ପରେ ସେଥିରେ ଦହି, ଲୁଣ ଓ କାଜୁ ବଟା ପକାଇ କଷନ୍ତୁ। ମସଲାରୁ ତେଲ ବାହାରିବା ପର୍ଯ୍ୟନ୍ତ କଷନ୍ତୁ। ଏବେ ଏଥିରେ ଚିକେନ୍‌ ପକାନ୍ତୁ। ଆବଶ୍ୟକ ଅନୁସାରେ, ପାଣି ଦେଇ ଚିକେନ୍ ସିଝି ତେଲ ବାହାରିବା ପର୍ଯ୍ୟନ୍ତ କଷନ୍ତୁ। ତା’ପରେ ଏଥିରେ ଚିକେନ୍ ମସଲା ଗୁଣ୍ଡ, ଗୁଜୁରାତି ଗୁଣ୍ଡ ଓ କେଶର ପକାଇ ଅଳ୍ପ ଆଞ୍ଚରେ ଗୋଟିଏ ମିନିଟ ରାନ୍ଧନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ‘ମୁର୍ଗ ଜାଫରାନୀ’। ଏହାକୁ ପ୍ଲେଟରେ କାଢ଼ି ଉପରେ ସିଝା ଅଣ୍ଡା କଟା ଓ କଟା ଧନିଆ ପତ୍ର ଦେଇ ଗାର୍ନିସ୍‌ କରନ୍ତୁ। ଏହାକୁ ଗରମ ଗରମ ରୁଟି, ନାନ୍‌ କିମ୍ବା ପରଟା ସହ ଖାଆନ୍ତୁ।

Related story