ଖରାଦିନେ ଏପରି ନିଅନ୍ତୁ ତ୍ୱଚାର ଯତ୍ନ

ନୂଆଦିଲ୍ଲୀ: ଚମକ ତ୍ୱଚାରେ ଚାରଚାନ୍ଦ ଲଗେଇଥାଏ। ଉଜ୍ୱଳ ତ୍ୱଚା ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ। ଜଞ୍ଜାଳମୟ ଜୀବନରେ ତ୍ୱଚାର ସଠିକ୍‌ ଯତ୍ନ ନେବାକୁ ବହୁତ କମ ସମୟ ମିଳିଥାଏ। ଫଳରେ ତ୍ୱଚା ରୁଖା ଓ ଶୁଖିଲା ଦିଶେ। ବିଶେଷ କରି ଖରାଦିନେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଓ ଝାଞ୍ଜି ପବନ ତ୍ୱତାକୁ ବହୁ କ୍ଷତି ପହଞ୍ଚାଇ ଥାଏ। ଏହାସହ ଅତ୍ୟଧିକ ଝାଳ ବୋହିବା ଯୋଗୁଁ ମଧ୍ୟ ତ୍ୱଚା ଖରାପ ହେବାର ଆଶଙ୍କା ଥାଏ। ଆପଣ ଯଦି […]

face

Rakesh Mallick
  • Published: Monday, 05 June 2017
  • , Updated: 05 June 2017, 04:21 PM IST

ନୂଆଦିଲ୍ଲୀ: ଚମକ ତ୍ୱଚାରେ ଚାରଚାନ୍ଦ ଲଗେଇଥାଏ। ଉଜ୍ୱଳ ତ୍ୱଚା ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ। ଜଞ୍ଜାଳମୟ ଜୀବନରେ ତ୍ୱଚାର ସଠିକ୍‌ ଯତ୍ନ ନେବାକୁ ବହୁତ କମ ସମୟ ମିଳିଥାଏ। ଫଳରେ ତ୍ୱଚା ରୁଖା ଓ ଶୁଖିଲା ଦିଶେ। ବିଶେଷ କରି ଖରାଦିନେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଓ ଝାଞ୍ଜି ପବନ ତ୍ୱତାକୁ ବହୁ କ୍ଷତି ପହଞ୍ଚାଇ ଥାଏ। ଏହାସହ ଅତ୍ୟଧିକ ଝାଳ ବୋହିବା ଯୋଗୁଁ ମଧ୍ୟ ତ୍ୱଚା ଖରାପ ହେବାର ଆଶଙ୍କା ଥାଏ। ଆପଣ ଯଦି କର୍ମଜୀବି ମହିଳା ତେବେ ଆପଣ ଏପରି ସମସ୍ୟାରେ ବହୁତ ପଡୁଥିବେ। ଆସନ୍ତୁ ଜାଣିବା ଖରାଦିନେ କିପରି ତ୍ୱଚାର ଘରୋଇ ଉପଚାର କରିହେବ।

୧. ତ୍ୱଚାରେ ଉଜ୍ୱଳତା ଆଣିବା ପାଇଁ ଲହୁଣିରେ ତାଜା ଷ୍ଟ୍ରବେରୀ ମିଶାଇ ପତଳା ପେଷ୍ଟ ତିଆରି କରନ୍ତୁ। ଏହାକୁ ତ୍ୱଚାରେ ଲଗାଇବା ପରେ ୩୦ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ପରେ ନଖ ଉଷୁମ ପାଣିରେ ଧୋଇଦିଅନ୍ତୁ। ଏପରି କଲେ ତ୍ୱଚାରେ ଚମକ ଆସିବା ସହ ନରମ ମଧ୍ୟ ହୋଇଯିବ।

୨. ଆପଣଙ୍କ ତ୍ୱଚା ତେଲିଆ କି ? ଚିନ୍ତା କରନ୍ତୁ ନାହିଁ, ଏହାର ମଧ୍ୟ ଉପଚାର ଅଛି। ୪ରୁ ୫ଟି ନିମପତ୍ରକୁ ବାଟି ମୁଲତାନୀ ମାଟିରେ ମିଶାଇ ପେଷ୍ଟ ବନାନ୍ତୁ। ଏହି ପେଷ୍ଟକୁ ତ୍ୱଚାରେ ଲଗାଇ ଶୁଖିବା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ପେଷ୍ଟ ଶୁଖିଯିବା ପରେ ନଖ ଉଷୁମ ପାଣିରେ ଧୋଇଦିଅନ୍ତୁ।

୩. ତେଲିଆ ତ୍ୱଚାରେ ଉଜ୍ୱଳତା ଆଣିବା ପାଇଁ ପାଚିଲା କଦଳୀକୁ ମୁହଁରେ ଲଗାନ୍ତୁ। ଅଧଘଣ୍ଟା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଚେହେରାରେ ଚମକ ଆସିଯିବ।

୪. ସପ୍ତାହରେ ଗୋଟେ ଥର ଫେସପ୍ୟାକର ବ୍ୟବହାର ନିଶ୍ଚିତ କରନ୍ତୁ। ଏଥିରେ ତ୍ୱଚାର ଉଜ୍ୱଳତା ଆସିଯିବ।

୫. କାକୁଡି ଓ କମଳାରୁ ରସ ବାହାର କରି ପେଷ୍ଟ ବନା ଫ୍ରିଜ୍‌ରେ ରଖି ଦିଅନ୍ତୁ। ଟିକେ ଥଣ୍ଡା ହେବା ପରେ ଏହାକୁ ତ୍ୱଚାରେ ଲଗାନ୍ତୁ। ଅପସରୀ ପରି ଲାଗିବେ।

୬. ଆଷ୍ଟ୍ରୋଜେଣ୍ଟର ୨ରୁ ୩ ବୁନ୍ଦା ତୁଳାରେ ନେଇ ମୁହଁ ପୋଛିଲେ ତେଲିଆପଣ ଦୂର ହୋଇଯାଇ ସଫା ଦିଶେ।

Related story