Sexual-Harassment-shaidysworld
ନାରୀ ଦେଶର ସମ୍ମାନ। ହେଲେ ସେହି ନୀରୀକୁ ଜାବନର ପ୍ରତିଟି ମୁହୁର୍ତ୍ତରେ ପରୀକ୍ଷା ଦେବାକୁ ପଡିଥାଏ। ତାକୁ ନିଜର ସୁରକ୍ଷା ନିଜେ ହିଁ କରିବାକୁ ପଡିଥାଏ। ଆଜିକାଲି ସେକ୍ସୁଆଲ ହାରାସମେଣ୍ଟ ସବୁ ଜାଗାରେ ଦେଖିବାକୁ ମିଳୁଛି। ସେ ସ୍କୁଲ ହେଉ କି କଲେଜ। ମାର୍କେଟ ହେଉ କି ଅଫିସ୍। ସବୁ ଜାଗାରେ ନାରୀକୁ ଅନେକ ସମସ୍ୟା ସହିବାକୁ ପଡିଥାଏ। ଯୌନ ଉତ୍ପୀଡନ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା। ଏହା ଆପଣଙ୍କ କର୍ମକ୍ଷେତ୍ରରେ ମଧ୍ୟ ହୋଇପାରେ। ଏହି ଶୋଷଣକୁ ସାମ୍ନା କରିବା ଯେତେ କଷ୍ଟ ତା’ଠାରୁ ଅଧିକ କଷ୍ଟ ଏହାକୁ ପ୍ରତିରୋଧ କରିବା ବା ରୋକିବା।
ଆମେ ଅନେକ ଥର ନିଜ କର୍ମକ୍ଷେତ୍ରରେ ଏହି ସେକ୍ସୁଆଲ ହାରାସମେଣ୍ଟ କଥା ଶୁଣିଛୁ। ଯେପରି କି ସହକର୍ମୀଙ୍କ ଆପଣଙ୍କ ପ୍ରତି ଖରାପ ନଜର। ଇଛାବିରୋଧରେ ଡିନର୍ର ନିମନ୍ତ୍ରଣ। ଖରାପ କମେଣ୍ଟ, ଖରାପ ସ୍ପର୍ଶ ଇତ୍ୟାଦି। ଏସବୁକୁ ଅତି ବୁଦ୍ଧିମତାର ସହ ମୁକାବିଲା କରିବା ଆବଶ୍ୟକ। ଏପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ 5ଟି ଟିପ୍ସ୍ ନେଇଆସିଛୁ। ଯାହା ନିଶ୍ଚିତ ଭାବରେ ଆପଣଙ୍କ କାମରେ ଆସିବ।
1- ଏଚ୍ଆର ଟିମ ସହ ସମ୍ପର୍କରେ ରୁହନ୍ତୁ। ସବୁ ଅଫିସରେ ମହିଳାଙ୍କ ସୁରକ୍ଷା ପାଇଁ ଆଣ୍ଟି-ହରାସମେଣ୍ଟ ସେଲ୍ ରହିଥାଏ। ତେଣୁ ହାରାସମେଣ୍ଟର ଶିକାର ହେବା ମାତ୍ରେ ହିଁ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏଚ୍ଆର ଟିମ୍ର ଆଣ୍ଟି-ହାରାସମେଣ୍ଟ ସେଲ୍ ସହ ସମ୍ପର୍କ କରନ୍ତୁ।
2- ଯୌନ ଉତ୍ପୀଡନକୁ ସହ୍ୟ କରନ୍ତୁ ନାହିଁ। ତୁରନ୍ତ ଏହାର ପ୍ରତିବାଦ କରନ୍ତୁ। ଅନ୍ୟ କେହି ଏହାର ଶିକାର ହେଉଥିଲେ ସେମାନଙ୍କ ଠାରୁ ସମସ୍ତ ସାକ୍ଷ୍ୟ ପ୍ରମାଣ ଲିଖିତ ଆକାରରେ ଏକାଠି କରି ରଖନ୍ତୁ। ତା ସହ ଘଟଣାର ଯଦି କୌଣସି ରେକର୍ଡିଂ ବା ସିସିଟିଭି ଫୁଟେଜ ଥାଏ ତେବେ ତାକୁ ମଧ୍ୟ ସୁରକ୍ଷିତ ରଖନ୍ତୁ। ଏସବୁ ସାକ୍ଷ୍ୟ ପ୍ରମାଣ ଏଚ୍ଆର୍ ଟିମ୍ ଆଗରେ ଦେଖାନ୍ତୁ।
3- ଆପଣଙ୍କ ସହ କେହି ଯଦି ଏପରି ଦୁଷ୍କର୍ମ କରିବାକୁ ଚେଷ୍ଟା କରନ୍ତି ତେବେ ତୁରନ୍ତ ନିଜ ଟିମ୍ର ମୁଖ୍ୟଙ୍କୁ ଜଣାନ୍ତୁ।
4- ସହକର୍ମୀଙ୍କ ସହ ଥଟ୍ଟାମଜା ପୂର୍ଣ୍ଣ ବର୍ତ୍ତାଳାପ କରିବା ଭଲ କିନ୍ତୁ ନିଜର ସୀମାରେଖା ଟାଣି ରଖନ୍ତୁ। ପୁରଷ ସହକର୍ମୀଙ୍କ ସହ ନିଜ ସୀମାରେଖ ମଧ୍ୟରେ ରହି ମିଶନ୍ତୁ। ଯଦି ଆପଣଙ୍କୁ ତାଙ୍କ ବ୍ୟବହାର ଠିକ୍ ଲାଗୁନାହିଁ ତେବେ ତାଙ୍କୁ ସ୍ପଷ୍ଠ ଭାବରେ ଏପରି ବ୍ୟବହାର ବନ୍ଦ କରିବାକୁ କହି ଦିଅନ୍ତୁ।
5- କୌଣସି ପରିସ୍ଥିତିରେ ଆପଣଙ୍କ ସହ ଖରାପ ବ୍ୟବହାର କରୁଥିବା ସହକର୍ମୀଙ୍କୁ ପ୍ରଶ୍ରୟ ଦିଅନ୍ତୁନାହିଁ। ଯଦି ସେ ବ୍ୟବହାରେରେ ସୁଧାର ଆଣୁ ନାହାନ୍ତି, ତେବେ ତାଙ୍କ ବିରୋଧରେ ଦୃଢ କର୍ଯ୍ୟାନୁଷ୍ଠାନ ନିଅନ୍ତୁ।
Picture Courtesy-Shaidys World
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/05/Sexual-Harassment-shaidysworld.jpg)