୪୦ ଟପିଲେ କେମିତି ରଖିବେ ନିଜର ଯତ୍ନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) :ବୟସ ବଢ଼ିଲେ ଓଜନ ବଢ଼ିବାରେ ଲାଗେ। ପ୍ରାୟତଃ ୪୦ ଟପିଲେ ମେଟାବଲିଜମ୍‌ ଧିମା ହେବାରେ ଲାଗେ। ଫଳରେ ଓଜନ ଶୀଘ୍ର ବଢ଼ିବାରେ ଲାଗେ। ମହିଳାଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଇଥାଏ। ଯାହାଫଳରେ ସେମାନେ କୌଣସି ନା କୌଣସି ରୋଗର ଶିକାର ହୋଇଥାନ୍ତି। ବୟସ ବଢ଼ିବା ସହିତ ହର୍ମୋନ୍‌ରେ ପରିବର୍ତ୍ତନ କାରଣରୁ ମହିଳାଙ୍କ ପକ୍ଷେ ଓଜନ ବୃଦ୍ଧିକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇଯାଏ। ଏଠାରେ ଓଜନ ନିୟନ୍ତ୍ରଣ କରିବାର କେତେକ ଟିପ୍ସ ଦିଆଯାଇଛି, ଯାହାକୁ ଅନୁସରଣ […]

OlderWomanexercising2017_la

Biswobandita Swain
  • Published: Thursday, 06 June 2019
  • , Updated: 06 June 2019, 08:35 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) :ବୟସ ବଢ଼ିଲେ ଓଜନ ବଢ଼ିବାରେ ଲାଗେ। ପ୍ରାୟତଃ ୪୦ ଟପିଲେ ମେଟାବଲିଜମ୍‌ ଧିମା ହେବାରେ ଲାଗେ। ଫଳରେ ଓଜନ ଶୀଘ୍ର ବଢ଼ିବାରେ ଲାଗେ। ମହିଳାଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଇଥାଏ। ଯାହାଫଳରେ ସେମାନେ କୌଣସି ନା କୌଣସି ରୋଗର ଶିକାର ହୋଇଥାନ୍ତି। ବୟସ ବଢ଼ିବା ସହିତ ହର୍ମୋନ୍‌ରେ ପରିବର୍ତ୍ତନ କାରଣରୁ ମହିଳାଙ୍କ ପକ୍ଷେ ଓଜନ ବୃଦ୍ଧିକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇଯାଏ। ଏଠାରେ ଓଜନ ନିୟନ୍ତ୍ରଣ କରିବାର କେତେକ ଟିପ୍ସ ଦିଆଯାଇଛି, ଯାହାକୁ ଅନୁସରଣ କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ।
ଚାପ କମ୍‌ ନିଅନ୍ତୁ

ଚାପ ନେବା ଫଳରେ ଶରୀରରେ ହରମୋନ ଅସନ୍ତୁଳିତ ହୋଇଯାଏ, ଯାହାଫଳରେ ମେଟାବୋଲିଜମ୍‌ ଧିରେ କାମ କରିବା ଆରମ୍ଭ କରେ। ଯୋଗ ଏବଂ ଧ୍ୟାନ ଦ୍ୱାରା ଚାପକୁ କମ୍‌ କରାଯାଇପାରିବ। ଏଥିସହିତ ହରମୋନ୍‌ ମଧ୍ୟ ସନ୍ତୁଳିତ ହେବାରେ ଲାଗେ। କେବଳ ସେତିକି ନୁହେଁ ଏହାଦ୍ୱାରା ଚିନ୍ତା ଓ ଅବସାଦ ଠିକ୍‌ ହେବାରେ ଲାଗେ।
ବ୍ୟାୟାମ କରନ୍ତୁ
୪୦ ବର୍ଷ ପରେ ଆପଣଙ୍କ ଶରୀର ଅଲଗା ଭାବେ କାମ କରେ। ତେଣୁ ନିୟମିତ ଭାବେ ବ୍ୟାୟାମ କରନ୍ତୁ। ବ୍ୟାୟାମ କରିବା ଦ୍ୱାରା ଆପଣଙ୍କ ମେଟାବୋଲିଜମ୍‌ ସୁସ୍ଥ ରହିବ। ମହିଳାମାନେ ୱେଟ୍‌ ଟ୍ରେନିଂ କରିବା ଉଚିତ।  ଯାହାଫଳରେ ୪୦ ବର୍ଷ ପରେ ଅସ୍ଥିର ହରମୋନ କମ୍‌ ହେବା ସହିତ ମାଂସପେଶୀ ଠିକ୍‌ ରହେ।
ହେଲ୍‌ଦି ଲିଭର
ଲିଭର ଶରୀରର ଏକ ଆବଶ୍ୟକୀୟ ଅଙ୍ଗ। ଲିଭର ଦୁଇଟି କାମ କରିଥାଏ। ପ୍ରଥମତଃ ଚର୍ବି କମ୍‌ କରିଥାଏ ଓ ଦ୍ୱିତୀୟରେ ଡିଟକ୍ସିଫିକେସନ୍‌ କରେ। ତେଣୁ  ନିଜ ଖାଦ୍ୟରେ ଚିନି ଓ ଟ୍ରାନ୍ସ ଫ୍ୟାଟି ଏସିଡ୍‌ କମ୍‌ କରନ୍ତୁ। ମିଡ୍‌ସେକ୍ସନ୍‌ ଆଖପାଖରେ ଯଦି ଚର୍ବି ବଢ଼ିଯାଏ, ତେବେ ଜାଣି ରଖନ୍ତୁ ଆପଣଙ୍କ ଲିଭର ଠିକ୍‌ ନାହିଁ। ତେଣୁ ନିଜ ଲିଭର ସୁସ୍ଥ ରଖିବାକୁ ତୁରନ୍ତ ପଦକ୍ଷେପ ନିଅନ୍ତୁ।
ପର୍ଯ୍ୟାପ୍ତ ନିଦ
ପର୍ଯ୍ୟାପ୍ତ ନିଦ ଶୁଅନ୍ତୁ, ଏହାଦ୍ୱାରା ଆପଣଙ୍କ ଓଜନ ବଢ଼ିବ ନାହିଁ ଓ ମେଟାବୋଲିଜମ୍‌ ମଧ୍ୟ ସୁସ୍ଥ ରହିବ। ୪୦ରୁ ଊର୍ଦ୍ଧ୍ୱ ବୟସର ମହିଳାଙ୍କୁ ଅଧିକ ଶୋଇବା ଦରକାର। ଯାହାଫଳରେ ସେମାନେ ସାରା ଦିନ ଏନର୍ଜେଟିକ୍‌ ରହିପାରିବେ।
କମ୍‌ କ୍ୟାଲୋରୀ ସେବନ କରନ୍ତୁ
୪୦ରୁ ଊର୍ଦ୍ଧ ବୟସର ମହିଳାଙ୍କ ପାଇଁ ଦୈନିକ ୧୨୦୦ରୁ ୧୬୦୦ କ୍ୟାଲୋରୀ ପର୍ଯ୍ୟାପ୍ତ। ଏଥିପାଇଁ ଆପଣଙ୍କୁ କୌଣସି ଡାକ୍ତରଙ୍କ ପରାମର୍ଶର ଆବଶ୍ୟକତା ନାହିଁ। ସପ୍ତାହରେ ଏକ ପାଉଣ୍ଡ କମ୍‌ କରିବା ଲାଗି ଆପଣଙ୍କୁ ଭୋଜନରେ ୫୦୦ କ୍ୟାଲୋରୀ କମ୍‌ କରିବାକୁ ପଡ଼ିବ। ଏଥିସହିତ ଯଦି ଆପଣଙ୍କୁ ଦୁଇ ପାଉଣ୍ଡ କମ୍‌ କରିବାର ଅଛି, ତେବେ ୧୦୦୦ କ୍ୟାଲୋରୀ କମ୍‌ କରିବାକୁ ପଡ଼ିବ।
ଏରୋବିକ୍ସ ମଧ୍ୟ ଉତ୍ତମ ବିକଳ୍ପ
ବ୍ୟାୟାମକୁ ଏକ କାମ କିମ୍ବା ବୋଝ ଭାବେ ନିଅନ୍ତୁ ନାହିଁ। ଖାଦ୍ୟ ଯେପରି ଦରକାର, ବ୍ୟାୟମ ମଧ୍ୟ ସେତିକି ଦରକାର। ତେଣୁ ଜିମ୍‌ ଯାଇପାରୁ ନ ଥିଲେ ଘରେ ହାଲୁକା ପୁଲୁକା ବ୍ୟାୟାମ କରନ୍ତୁ କିମ୍ବା ଏରୋବିକ୍ସ ଜଏନ କରନ୍ତୁ।

Related story