ଟିନ୍‌ଏଜ୍‌ରେ ତ୍ୱଚାର ଯତ୍ନ ପାଇଁ ଟିପ୍‌ସ

କିଶୋରାବସ୍ଥା ବା ଟିନ୍‌ଏଜ୍‌ରେ ଝିଅମାନେ ନିଜ ଶରୀର ପ୍ରତି ଯତ୍ନବାନ ହେବା ଉଚିତ୍। କାରଣ ଏହି ବୟସରେ ଶରୀରର ଅଭିବୃଦ୍ଧି ହୁଏ ଓ ଶରୀରରେ ହରମୋନ୍ ଜନିତ ଅନେକ ପରିବର୍ତ୍ତନ ହୋଇଥାଏ। ଏହାର ପ୍ରଭାବ ତ୍ୱଚା ବା ସ୍କିନ୍‌ ଉପରେ ମଧ୍ୟ ପଡ଼ିଥାଏ। ଏହି ସମୟରେ ତ୍ୱଚାର ଚମକ ଓ ନମନୀୟତାକୁ କିପରି ପ୍ରାକୃତିକ ଉପାୟରେ ସୁରକ୍ଷିତ ରଖିପାରିବେ ସେ ନେଇ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ୍‌ ଦେବୁ। ୧) ଅଲିଭ ଅଏଲ୍- ଗାଧୋଇବା ପୂର୍ବରୁ […]

alia-1531055812

Rakesh Mallick
  • Published: Sunday, 22 July 2018
  • , Updated: 22 July 2018, 01:15 PM IST

କିଶୋରାବସ୍ଥା ବା ଟିନ୍‌ଏଜ୍‌ରେ ଝିଅମାନେ ନିଜ ଶରୀର ପ୍ରତି ଯତ୍ନବାନ ହେବା ଉଚିତ୍। କାରଣ ଏହି ବୟସରେ ଶରୀରର ଅଭିବୃଦ୍ଧି ହୁଏ ଓ ଶରୀରରେ ହରମୋନ୍ ଜନିତ ଅନେକ ପରିବର୍ତ୍ତନ ହୋଇଥାଏ। ଏହାର ପ୍ରଭାବ ତ୍ୱଚା ବା ସ୍କିନ୍‌ ଉପରେ ମଧ୍ୟ ପଡ଼ିଥାଏ। ଏହି ସମୟରେ ତ୍ୱଚାର ଚମକ ଓ ନମନୀୟତାକୁ କିପରି ପ୍ରାକୃତିକ ଉପାୟରେ ସୁରକ୍ଷିତ ରଖିପାରିବେ ସେ ନେଇ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ୍‌ ଦେବୁ।

୧) ଅଲିଭ ଅଏଲ୍- ଗାଧୋଇବା ପୂର୍ବରୁ ଅଲିଭ ଅଏଲ୍‌କୁ ଟିକେ ଉଷୁମ କରି ମାଲିସ୍‌ କଲେ ତ୍ୱଚାର ସୌନ୍ଦର୍ଯ୍ୟ ବଜାୟ ରହେ।

୨) କ୍ଷୀର ଓ ଲେମ୍ବୁ-  ତ୍ୱଚା ସଫା ରହିବା ସହ ନମନୀୟ ରହିବା ମଧ୍ୟ ଜରୁରୀ। ତେଣୁ ଗାଧୋଇବା ପାଣିରେ ଏକ କପ୍‌ କଞ୍ଚା କ୍ଷୀର ଓ କିଛି ବୁନ୍ଦା ଲେମ୍ବୁ ରସ ପକାନ୍ତୁ।

୩) ଥଣ୍ଡା ପାଣି- ବର୍ଷା ଦିନ ହେଉ କି ଶୀତ ଦିନ, ସବୁବେଳେ ଥଣ୍ଡା ପାଣିରେ ମୁହଁ ଧୋଇବା ଉଚିତ୍‌। ଏହାଦ୍ୱାରା ଆପଣଙ୍କ ଶୁଷ୍କ ଚେହାରାକୁ ନୂଆ ଜୀବନ ମିଳିବ।

୪) ମଶ୍ଚରାଇଜର୍‌- ଗାଧୋଇବା ପରେ ମଶ୍ଚରାଇଜର୍‌ ବ୍ୟବହାର କରନ୍ତୁ। ଏହାଦ୍ୱାରା ତ୍ୱଚାର ନମନୀୟତା ବଜାୟ ରହିବ। ଗାଧୋଇବା ପରେ ମଶ୍ଚରାଇଜର୍‌ ବ୍ୟବହାର କଲେ ଏହା ଅଧିକ ପ୍ରଭାବଶାଳୀ ହୋଇଥାଏ।

୫) ତେଲ- ମୁହଁ, ବେକ ଓ ଆଖି ଉପରେ ବାଦାମ୍‌ କିମ୍ବା ସୂର୍ଯ୍ୟମୁଖୀ ତେଲ ଲଗାଇ ହାଲକା ଭାବେ ମାଲିସ୍‌ କରନ୍ତୁ। ଏକ ମିନିଟ୍‌ ପରେ ଓଦା ତୁଳାରେ ଏହାକୁ ପୋଛି ଦିଅନ୍ତୁ। ଫଳରେ ମୁହଁରୁ ଅତିରିକ୍ତ ତେଲ ହଟିଯିବ ଓ ଏହା ସଫା ଦେଖାଯିବ।

୬) ସନ୍‌ ସ୍କ୍ରିନ୍‌- ସୂର୍ଯ୍ୟଙ୍କ ଅତି ବାଇଗଣୀ ରଶ୍ମିରୁ ରକ୍ଷା ପାଇବା ପାଇଁ ଘରୁ ବାହାରିବା ବେଳେ କୌଣସି ଭଲ କମ୍ପାନୀର ସନ୍‌ସ୍କ୍ରିନ୍‌ ଲଗାନ୍ତୁ।

୭) ଫେସ୍‌ୱାସ୍‌- ଚେହେରାକୁ ସବୁବେଳେ ଫେସ୍‌ୱାସ୍‌ରେ ସଫା କରନ୍ତୁ। ଆପଣ ଚାହିଁଲେ କ୍ଷୀରକୁ ମଧ୍ୟ ଫେସ୍‌ୱାସ୍ ଭାବେ ବ୍ୟବହାର କରିପାରିବେ।

୮) ମହୁ- ତ୍ୱଚାର ମୃତ କୋଷିକାଗୁଡ଼ିକୁ ହଟାଇବା ପାଇଁ ଏକ ଚାମଚ୍‌ ମହୁରେ ଅଧା ଚାମଚ୍‌ ଚନ୍ଦନ  ଓ ଅଧା ଚାମଚ୍‌ ପୋସ୍ତ ମିଶାଇ ଲଗାନ୍ତୁ। ଏହା ମୃତ କୋଷିକାଗୁଡ଼ିକୁ ବାହାର କରି ଦେବ। ଏହାସହ ତ୍ୱଚାକୁ ପୋଷଣ ମଧ୍ୟ ଦେବ।

୯) ବିଟ୍‌ ଜୁସ୍‌- ଓଠର ଗୋଲାପି ରଙ୍ଗକୁ ଆହୁରି ଆକର୍ଷଣୀୟ କରିବା ପାଇଁ ବିଟ୍‌ ଜୁସ୍‌ ଲଗାନ୍ତୁ। ୫ ମିନିଟ୍‌ ପରେ ଏହାକୁ ଧୋଇ ଦିଅନ୍ତୁ।

୧୦) ଖାଦ୍ୟ- ସନ୍ତୁଳିତ ଆହାର ଖାଆନ୍ତୁ। ତେଲଭାଜି ବା ଜଙ୍କଫୁଡ୍‌ ଖାଇବା ବଦଳରେ ଫଳମୂଳ ଓ ସବୁଜ ପନିପରିବା ଖାଆନ୍ତୁ। ଅଧିକ ମାତ୍ରାରେ ପାଣି ପିଅନ୍ତୁ।

 

 

Related story