ଚେହେରାକୁ ଚିକ୍କଣ କରେ ଅଂଳା, ପଢ଼ନ୍ତୁ ଏହା କେତେ ଉପକାରୀ

ଆମ ବାଡ଼ି ବଗିଚାରେ ଥିବା ଅନେକ ଗଛ ମଧ୍ୟରୁ ଅଂଳା ହେଉଛି ଅନ୍ୟତମ।  ଏହି ଅଂଳା କୋଳିରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଯାହା ଅନେକ ରୋଗକୁ ନିରାରକରଣ କରିବାରେ ସହାୟକ ହୋଇଥାଏ। ଯଦି ଆପଣ ସୁନ୍ଦର ଦେଖାଯିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଏହି ଅଂଳାର ବ୍ୟବହାର କରିପାରିବେ। ତେବେ ଆଜି ଆସନ୍ତୁ ଜାଣିବା ଅଂଳାର ଉପକାରୀ ଗୁଣ ବିଷୟରେ। ଯଦି ଆପଣଙ୍କ ମଥାରୁ ନିୟମିତଭାବେ ଚୁଟି ଝଡ଼ୁଛି ତେବେ ଅଂଳା ଖାଆନ୍ତୁ । […]

amla-7

Tapas Behera
  • Published: Sunday, 21 October 2018
  • , Updated: 21 October 2018, 06:38 PM IST

ଆମ ବାଡ଼ି ବଗିଚାରେ ଥିବା ଅନେକ ଗଛ ମଧ୍ୟରୁ ଅଂଳା ହେଉଛି ଅନ୍ୟତମ।  ଏହି ଅଂଳା କୋଳିରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଯାହା ଅନେକ ରୋଗକୁ ନିରାରକରଣ କରିବାରେ ସହାୟକ ହୋଇଥାଏ। ଯଦି ଆପଣ ସୁନ୍ଦର ଦେଖାଯିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଏହି ଅଂଳାର ବ୍ୟବହାର କରିପାରିବେ। ତେବେ ଆଜି ଆସନ୍ତୁ ଜାଣିବା ଅଂଳାର ଉପକାରୀ ଗୁଣ ବିଷୟରେ।

ଯଦି ଆପଣଙ୍କ ମଥାରୁ ନିୟମିତଭାବେ ଚୁଟି ଝଡ଼ୁଛି ତେବେ ଅଂଳା ଖାଆନ୍ତୁ । ଏହା ଚୁଟି ମୂଳକୁ ମଜଭୁତ୍‌ କରିଥାଏ।  କାରଣ ଅଂଳାରେ ଭିଟାମିନ୍ ‘ସି’ ଭରପପୂର ରହିଛି। ସେହିପରି ପ୍ରତିଦିନ ଅଂଳାକୁ ଗୁଣ୍ଡ କରି ଚୁଟି ମୂଳରେ ଲଗାଇଇଲେ କେଶ ମଜବଭୁତ୍‌ ହେବା ସହ ଘନତ୍ୱ ବୃଦ୍ଧି ପାଇଥାଏ। ଯଦି ଆପଣ ସୁନ୍ଦର ଦେଖାଯିବା ପାଇଁ ଚାହୁଁଛନ୍ତି ତେବେ ଅଁଳାକୁ ଫେସ୍ ସ୍କର୍ବ ପରି ବ୍ୟବହାର କରିପାରିବେ।

ସେଥିପାଇଁ ଅଂଳା ରସକୁ ଆପଣ ନିଜ ମୁହଁରେ ଲାଗାଇ ୩୦ ମିନିଟ୍‌ ରଖିପାରିବେ। ଏହି ରସ୍‌ ଆପଣଙ୍କ ମୁହଁରେ ଥିବା ଦାଗକୁ ଦୂର କରିବା ସହ ଚେହେରାକୁ ଚିକ୍କଣ କରିବାରେ ସହାୟକ ହୋଇଥାଏ। ପ୍ରତିଦିନ ଅଁଳା ରସ ସହ ମହୁ ମିଶାଇ ଖାଆନ୍ତୁ ।

ଏହି ରସ ନିୟମିତ ଖାଇଲେ ଆଜମା ଏବଂ ବ୍ରୋଙ୍କାଇଟସ୍ ଭଳି ରୋଗରୁ ମୁକ୍ତି ମିଳିଥାଏ । ଦାନ୍ତ ବିନ୍ଧାରୁ  ଅଁଳା ଉପଶମ ଦେଇଥାଏ। ଅଳ୍ପ କପୁର ସହ ଅଁଳା ରସ ମିଶାଇ ଦାନ୍ତରେ ଲଗାଇଲେ ତୁରନ୍ତ ଦାନ୍ତ ବିନ୍ଧା ଭଲ ହୋଇଯାଏ । ଏହା ସହ ଦାନ୍ତରେ ପୋକ ଲାଗିଥିଲେ ଭଲ ହୋଇଯାଏ।

Related story