ଘରର କେଉଁ ସ୍ଥାନରେ ଆଇନା ଲଗାଇଲେ ବ‍ଢ଼ିବ ଧନ ସମ୍ପତ୍ତି

ଆଇନା ବା ଦର୍ପଣରେ ଆମେ ଆମ ମୁହଁ ଦେଖିଥାଏ। ପରେ ଏହାକୁ ଘରର କେଉଁ କୋଣରେ ରଖି ଦେଇଥାଉ ବା ବିଭିନ୍ନ ସ୍ଥାନରେ ଟାଙ୍ଗି ଦେଉଥାଉ। କିନ୍ତୁ ଦର୍ପଣକୁ ଠିକ୍‌ ସ୍ଥାନରେ ରଖିବା ଉଚିତ। ବାସ୍ତୁଶାସ୍ତ୍ର ଅନୁସାରେ ଏହା ମହତ୍ତ୍ୱପୂର୍ଣ୍ଣ ଉପକରଣ। ବାସ୍ତୁଦୋଷ ଦୂର କରିବାରେ ଆଇନାକୁ ବ୍ୟବହାର କରାଯାଇଥାଏ। ସେଥିପାଇଁ ଏହାକୁ ସଠିକ୍‌ ସ୍ଥାନରେ ରଖିଲେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ। ଆସନ୍ତୁ ଜାଣିଲେ କେଉଁ ସ୍ଥାନରେ ଆଇନା ରଖିଲେ ଧନ ବୃଦ୍ଧି ହୋଇଥାଏ। -ସକାଳେ […]

mm

Rakesh Mallick
  • Published: Tuesday, 08 August 2017
  • , Updated: 08 August 2017, 09:47 AM IST

ଆଇନା ବା ଦର୍ପଣରେ ଆମେ ଆମ ମୁହଁ ଦେଖିଥାଏ। ପରେ ଏହାକୁ ଘରର କେଉଁ କୋଣରେ ରଖି ଦେଇଥାଉ ବା ବିଭିନ୍ନ ସ୍ଥାନରେ ଟାଙ୍ଗି ଦେଉଥାଉ। କିନ୍ତୁ ଦର୍ପଣକୁ ଠିକ୍‌ ସ୍ଥାନରେ ରଖିବା ଉଚିତ। ବାସ୍ତୁଶାସ୍ତ୍ର ଅନୁସାରେ ଏହା ମହତ୍ତ୍ୱପୂର୍ଣ୍ଣ ଉପକରଣ। ବାସ୍ତୁଦୋଷ ଦୂର କରିବାରେ ଆଇନାକୁ ବ୍ୟବହାର କରାଯାଇଥାଏ। ସେଥିପାଇଁ ଏହାକୁ ସଠିକ୍‌ ସ୍ଥାନରେ ରଖିଲେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ। ଆସନ୍ତୁ ଜାଣିଲେ କେଉଁ ସ୍ଥାନରେ ଆଇନା ରଖିଲେ ଧନ ବୃଦ୍ଧି ହୋଇଥାଏ।

-ସକାଳେ ଉଠିଲେ ଆଇନାରେ ମୁହିଁ ଦେଖିବା ଉଚିତ୍ ନୁହେଁ। ଏହାଦ୍ୱାରା ଶରୀର ଉପରେ ନକାରତ୍ମକ ପ୍ରଭାବ ବଢ଼ିଥାଏ।

-ବାସ୍ତୁଶାସ୍ତ୍ର ଅନୁସାରେ ଆଇନାକୁ ଘରର ପୂର୍ବ ଦିଗରେ ଲଗାନ୍ତୁ। ଏହା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ସନ୍ତାନଙ୍କ ଠାରୁ ସୁଖ ମିଳିବାରେ ସହାୟକ ହେବ ବୋଲି ବିଶ୍ୱାସ ରହିଛି।

-ଘରର ଉତ୍ତର ଦିଗରେ କବାଟ କିମ୍ବା ଦ୍ୱାର ମୁହଁ ନ ଥିଲେ ଆଇନା ଲଗାଇବା ଉଚିତ। ଏହା ବିଭିନ୍ନ ଦୋଷ ଦୂର ହୋଇଥାଏ। ଉତ୍ତର ଦିଗକୁ ଧନ ଦେବତା କୁବେରଙ୍କ ଦିଗ ବୋଲି କୁହାଯାଏ। ଏହି ଦିଗରେ ଆଇନା ଲଗାଇଲେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି।

-ଘରର ଉତ୍ତର ଦିଗରେ ଆଇନା ଲଗାଇଲେ ସକାରତ୍ମକ ପ୍ରଭାବ ବଢ଼ିଥାଏ। ଧନ ସମ୍ପର୍ତ୍ତି ବୃଦ୍ଧି ହୋଇଥାଏ। ଯଦି ଉତ୍ତର ଦିଗରେ ଆଇନା ଲଗାଇବା ସମ୍ଭବ ହେଉ ନାହିଁ, ତେବେ ପୂର୍ବ ଦିଗରେ ଆଇନା ଲଗାନ୍ତୁ। ଏହାଦ୍ୱାରା ଧନ ବୃଦ୍ଧି ହେବ।

-ରୋଷେଇ ଘରେ ଆଇନା ଲଗାଇବା ଉଚିତ। ଏହାଦ୍ୱାରା ମାନ-ସମ୍ମାନ ମିଳିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

 

Related story