ଶନି ଦେବତାଙ୍କୁ କେମିତି କରିବେ ପୂଜା?

ଶନିବାର ଦିନ ଶନିଦେବଙ୍କ ପୂଜା କଲେ ଶୁଭ ଫଳ ମିଳିଥାଏ। ଶନି ଦେବ ନ୍ୟାୟର ଦେବତା ବୋଲି ବିଶ୍ୱାସ କରାଯାଏ। ଶନିଦେବଙ୍କ କୋପ ଦୃଷ୍ଟି ପଡିଲେ ଜୀବନର ସମସ୍ତ ସୁଖ ଦୂର ହୋଇଥାଏ । କିନ୍ତୁ ଯାହା ଉପରେ ଶନି ଦେବତା ପ୍ରସନ୍ନ ରହିଥାନ୍ତି  ତା ଜୀବନରେ କୌଣସି ସମସ୍ୟା  ରହିନଥାଏ । ଶନି ଦେବତାଙ୍କ ଆଶୀର୍ବାଦ ପାଇବାକୁ ଚାହୁଁଥିଲେ ପୂଜା ସମୟରେ କେତୋଟି କଥା ଉପରେ ଧ୍ୟାନ ଦେବା ଜରୁରୀ। ଆସନ୍ତୁ ଜାଣିବା ଶନିବାର ଦିନ […]

Shani-dev

Rakesh Mallick
  • Published: Saturday, 14 October 2017
  • , Updated: 14 October 2017, 02:53 PM IST

ଶନିବାର ଦିନ ଶନିଦେବଙ୍କ ପୂଜା କଲେ ଶୁଭ ଫଳ ମିଳିଥାଏ। ଶନି ଦେବ ନ୍ୟାୟର ଦେବତା ବୋଲି ବିଶ୍ୱାସ କରାଯାଏ। ଶନିଦେବଙ୍କ କୋପ ଦୃଷ୍ଟି ପଡିଲେ ଜୀବନର ସମସ୍ତ ସୁଖ ଦୂର ହୋଇଥାଏ । କିନ୍ତୁ ଯାହା ଉପରେ ଶନି ଦେବତା ପ୍ରସନ୍ନ ରହିଥାନ୍ତି  ତା ଜୀବନରେ କୌଣସି ସମସ୍ୟା  ରହିନଥାଏ । ଶନି ଦେବତାଙ୍କ ଆଶୀର୍ବାଦ ପାଇବାକୁ ଚାହୁଁଥିଲେ ପୂଜା ସମୟରେ କେତୋଟି କଥା ଉପରେ ଧ୍ୟାନ ଦେବା ଜରୁରୀ। ଆସନ୍ତୁ ଜାଣିବା ଶନିବାର ଦିନ ଶନି କେମିତି କରିବେ ପୂଜା । ତା ସହ ଜାଣନ୍ତୁ  ତାଙ୍କୁ ସନ୍ତୁଷ୍ଟ  କରିବା ଉପାୟ ।

  • ଶନି ଦେବତାଙ୍କ ମୂର୍ତ୍ତି ଆଗରେ ସୋରିଷ ତେଲର ଦୀପ ଲଗାନ୍ତୁ ।
  • ଶନିବାର ବ୍ରତ କରୁଥିଲେ କଳା କପଡା ପିନ୍ଧନ୍ତୁ । ଏହା ଦ୍ୱାରା ଶନି ଦେବତା ପ୍ରସନ୍ନ ହୋଇଥାନ୍ତି ।
  • ପୂଜା କରିବା ସମୟରେ ଶନିଙ୍କ ଆରତି ବୋଲନ୍ତୁ । ଶନିଙ୍କ ପୂଜା ପରେ ରାହୁ ଓ କେତୁଙ୍କ ପୂଜା କରନ୍ତୁ ।
  • ଶନିବାର ଦିନ କଳା କୁକୁର ଏବଂ କାଉକୁ ରୁଟି ଖାଇବାକୁ ଦିଅନ୍ତୁ ।
  • ସୋରିଷ ତେଲ,ଗୁଡ,ଅଟା, ଏବଂ ବସ୍ତ୍ର ଗରିବଙ୍କୁ ଦାନ କରନ୍ତୁ ।
  • ଶନିବାର ଦିନ ଓସ୍ତ ଗଛ ଚାରିପାଖେ ପରିକ୍ରମା କରି ଜଳ ଅର୍ପଣ କରନ୍ତୁ ।

.

 

Related story