ପାଚିଲା କେଶ ଉପାଡ଼ି ଦେଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ...

ଭୁବନେଶ୍ୱର(ଓଡିଶା ରିପୋର୍ଟର ): ଆଜିକାଲିର ଧାଁ ଦୌଡ ଜୀବନରେ ଖାଇବା ପିଇବାରେ ଅନିୟମିତତା ଏବଂ ପ୍ରଦୂଷିତ ବାୟୁମଣ୍ଡଳ ହେତୁ ବହୁ କମ୍‌ ବୟସରୁ ଚୁଟି ପାଚି ଯାଉଛି। ଏ ସମ୍ପର୍କରେ ସାଙ୍ଗମାନେ ଚିଡ଼ାଇବା ଭୟରେ ଆମେମାନେ ଲୁଚି ଲୁଚି  ପାଚିଲା ଚୁଟି ଉପାଡ଼ି ଦେଇଥାଉ। ହେଲେ ଏହାର ପରିଣାମ କେତେ ଭୟଙ୍କର ହେବ ସେ ବିଷୟରେ ଆମେ କେବେ କଳ୍ପନା ବି କରି ନ ଥାଉ। ସାଧାରଣତଃ ସୁସ୍ଥ ଓ ଘନ କେଶ ସମସ୍ତଙ୍କ ସୌନ୍ଦର୍ଯ୍ୟ ବଢାଇଥାଏ। […]

white-hair..

Niharika Rout
  • Published: Saturday, 30 March 2019
  • , Updated: 30 March 2019, 09:12 AM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର ): ଆଜିକାଲିର ଧାଁ ଦୌଡ ଜୀବନରେ ଖାଇବା ପିଇବାରେ ଅନିୟମିତତା ଏବଂ ପ୍ରଦୂଷିତ ବାୟୁମଣ୍ଡଳ ହେତୁ ବହୁ କମ୍‌ ବୟସରୁ ଚୁଟି ପାଚି ଯାଉଛି। ଏ ସମ୍ପର୍କରେ ସାଙ୍ଗମାନେ ଚିଡ଼ାଇବା ଭୟରେ ଆମେମାନେ ଲୁଚି ଲୁଚି  ପାଚିଲା ଚୁଟି ଉପାଡ଼ି ଦେଇଥାଉ। ହେଲେ ଏହାର ପରିଣାମ କେତେ ଭୟଙ୍କର ହେବ ସେ ବିଷୟରେ ଆମେ କେବେ କଳ୍ପନା ବି କରି ନ ଥାଉ।

ସାଧାରଣତଃ ସୁସ୍ଥ ଓ ଘନ କେଶ ସମସ୍ତଙ୍କ ସୌନ୍ଦର୍ଯ୍ୟ ବଢାଇଥାଏ। ଏହାଦ୍ୱାରା ଆପଣ ଅନ୍ୟମାନଙ୍କ  ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ପାରିବେ। ହେଲେ ଖରାପ ଲାଇଫ୍‌ଷ୍ଟାଇଲ୍‌ ଓ ଫାଷ୍ଟ ଫୁଡ଼୍‌ ପ୍ରତି ଆକର୍ଷଣ ହେତୁ ଏହାର ପ୍ରଭାବ ଆମ ସ୍ୱାସ୍ଥ୍ୟ ଓ କେଶ ଉପରେ ପଡିଥାଏ।  କମ୍‌ ବୟସରୁ ଚୁଟି ପାଚିବାକୁ ଲଜ୍ଜାଜନକ ଘଟଣା ଭାବେ ସମସ୍ତେ ନେଇଥାନ୍ତି। ଏଥିପାଇଁ କାହା ସହ ଏ ସମସ୍ୟା ବିଷୟରେ ଆଲୋଚନା ନ କରି କେଶ ଉପାଡି ଦେବାକୁ ଯୁବତୀଯୁବକମାନେ ଠିକ୍‌ ଭାବିଥାନ୍ତି।

 

ହେଲେ  ଅପ୍ରିତିକର ପରିସ୍ଥିତିର ସମ୍ମୁଖୀନ ହେବା ଡରରେ ଆମେ କେଶ ଉପାଡିବା ଦ୍ୱାରା ଅଧିକ କ୍ଷତିରେ ପଡିଥାଉ ବୋଲି ରିସର୍ଚ୍ଚରୁ ଜଣାପଡିଛି।  ଆମେରିକାର ହେୟାର ଏକ୍ସପର୍ଟ ରର୍ବଟ ଡୋରେନଙ୍କ କହିବା ମୁତାବକ,  ପାଚିଲା କେଶ ଉପାଡିବା ଦ୍ୱାରା କେଶର ବିକାଶ ହୋଇପାରେ ନାହିଁ। ଏହା  ରୁକ୍ଷ ହୋଇଯାଏ। ତେଣୁ ଏହାକୁ ଉପାଡିବା ଅପେକ୍ଷା  ଉଚିତ ଢଙ୍ଗରେ ଏହାର ଯତ୍ନ ନେବା ଆବଶ୍ୟକ।

ଲେମ୍ବୁ ରସ ଓ ଅଁଳା

ପାଚି ଯାଉଥିବା କେଶର ଉପଚାର କରିବା ପାଇଁ ଆପଣ ଅଁଳା ପାଉଡ଼ର କିମ୍ୱା ଜୁସ୍‌ର ବ୍ୟବହାର କରିପାରିବେ।  ଏଥିପାଇଁ ପ୍ରଥମେ ଅଁଳା ପାଉଡ଼ରକୁ ଲେମ୍ୱୁ ରସରେ ମିଶାଇ ଏହାକୁ ଚୁଟିରେ ଲଗାନ୍ତୁ। ମୁଣ୍ଡରେ ଏହାକୁ ଭଲ ଭାବେ ଘଷନ୍ତୁ। ନିୟମିତ ଭାବେ ଏହାର ବ୍ୟବହାର କରିବା ଦ୍ୱାରା କିଛି ଦିନ ପରେ ଆପଣ ଫରକ ଅନୁଭବ କରିପାରିବେ। ଆପଣ ଦେଖିବେ ଯେ, ଆପଣଙ୍କ ପାଚିଲା ଚୁଟି ଆସ୍ତେଆସ୍ତେ କଳା ପଡିଯାଉଛି।

 

ପିଆଜ ପେଷ୍ଟ

ସାଧାରଣତଃ ପିଆଜକୁ ଆମେ ଖାଇବାରେ ବ୍ୟବହାର କରିଥାଏ। ହେଲେ ଆପଣ କେବେ ଏହାକୁ ମୁଣ୍ଡରେ ବ୍ୟବହାର କରିବା କଥା ଭାବିଛନ୍ତି କି? ଜାଣନ୍ତୁ ଏହାର ଫାଇଦା କ’ଣ। ପିଆଜକୁ ପେଷ୍ଟ କରି ଏହାକୁ ମୁଣ୍ଡରେ ଭଲ  ଭାବେ ଲଗାଇ ଦିଅନ୍ତୁ। ଏହାପରେ ଏହାକୁ ଶୁଖିବାକୁ ୩୦ ମିନିଟ୍‌ ଛାଡି ଦିଅନ୍ତୁ। ଏହାପରେ ସାମ୍ପୋ କରି ମୁଣ୍ଡକୁ ଧୋଇ ଦିଅନ୍ତୁ।

 

ନଡ଼ିଆ ତେଲ ଏବଂ ଲେମ୍ବୁ ରସ

ପାଚିଲା ଚୁଟି ସମସ୍ୟାରୁ ଜଲଦି ମୁକ୍ତି ପାଇବାକୁ ଆପଣ ନଡ଼ିଆ ତେଲ ଏବଂ ଲେମ୍ବୁ ରସର ବ୍ୟବହାର କରିପାରିବେ। ଉଭୟ ତେଲକୁ ମିଶ୍ରଣ କରି ଏହାକୁ ମୁଣ୍ଡରେ ଭଲ ଭାବେ ମାଲିସ କରନ୍ତୁ। ଏହାକୁ ନିୟମିତ ଭାବେ କରିବା ଦ୍ୱାରା କେବଳ ଯେ, କେଶ କଳା ହୁଏ ତାହା ନୁହେଁ, କେଶର ଚମକ ଫେରିବା ସହ ଏହା ଘନ ହୋଇଥାଏ।

ବାଦାମ ତେଲ ଓ ରାଶି

ଏହି ଉଭୟ ସାମଗ୍ରୀକୁ ଭଲ ଭାବେ ମିଶାଇ ଦିଅନ୍ତୁ।   ଏହାକୁ ମୁଣ୍ଡରେ ଭଲଭାବେ ଲଗାଇ ପ୍ରାୟ ଅଧ ଘଣ୍ଟା  ଏହାକୁ ଛାଡି ଦିଅନ୍ତୁ। ଏହାପରେ ମୁଣ୍ଡକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏପରି ଘରୋଇ ଉପାୟ ଅବଲମ୍ବନ କଲେ ଆପଣଙ୍କ ଧଳା କେଶ କଳା ହେବାକୁ ବେଶି ସମୟ ଲାଗିବ ନାହିଁ।

Related story