ରାତିରେ ଡେରିରେ ଶୋଇ ସକାଳୁ ଶୀଘ୍ର ଉଠୁଛନ୍ତି? ତେବେ ଆପଣଙ୍କ ସ୍ୱଭାବ ହେବ ଏହିପରି

ସମସ୍ତଙ୍କର ଶୋଇବା ଅଭ୍ୟାସ ଭିନ୍ନ ଭିନ୍ନ ଥାଏ। କିଏ ଶୀଘ୍ର ଶୋଇ ପଡ଼ନ୍ତି ତ କିଏ ବିଳମ୍ବିତ ରାତିରେ ଶୋଇବାକୁ ପସନ୍ଦ କରନ୍ତି। ଏମିତି ବି କିଛି ଲୋକ ଅଛନ୍ତି, ଯେଉଁମାନେ ରାତି ଅନିଦ୍ରା ରହି କାମ କରନ୍ତି ଓ ସକାଳୁ ଡେରି ଯାଏଁ ଶୁଅନ୍ତି। ତେବେ ଖୁବ୍ କମ୍ ଲୋକ ଜାଣିଥିବେ ଯେ, ଆପଣଙ୍କ ଶୋଇବା ଅଭ୍ୟାସରୁ ବି ଜାଣିହେବ ଯେ, ଆପଣ କେତେ ବୁଦ୍ଧିମାନ। ପଢ଼ନ୍ତୁ ଏ ସଂପର୍କରେ। ଯଦି ଆପଣଙ୍କୁ ରାତିରେ ଠିକ୍‌ […]

ssssssssss

Ordigital Desk
  • Published: Monday, 09 July 2018
  • , Updated: 09 July 2018, 07:33 PM IST

ସମସ୍ତଙ୍କର ଶୋଇବା ଅଭ୍ୟାସ ଭିନ୍ନ ଭିନ୍ନ ଥାଏ। କିଏ ଶୀଘ୍ର ଶୋଇ ପଡ଼ନ୍ତି ତ କିଏ ବିଳମ୍ବିତ ରାତିରେ ଶୋଇବାକୁ ପସନ୍ଦ କରନ୍ତି। ଏମିତି ବି କିଛି ଲୋକ ଅଛନ୍ତି, ଯେଉଁମାନେ ରାତି ଅନିଦ୍ରା ରହି କାମ କରନ୍ତି ଓ ସକାଳୁ ଡେରି ଯାଏଁ ଶୁଅନ୍ତି। ତେବେ ଖୁବ୍ କମ୍ ଲୋକ ଜାଣିଥିବେ ଯେ, ଆପଣଙ୍କ ଶୋଇବା ଅଭ୍ୟାସରୁ ବି ଜାଣିହେବ ଯେ, ଆପଣ କେତେ ବୁଦ୍ଧିମାନ। ପଢ଼ନ୍ତୁ ଏ ସଂପର୍କରେ।

ଯଦି ଆପଣଙ୍କୁ ରାତିରେ ଠିକ୍‌ ଭାବେ ନିଦ ଆସୁନାହିଁ, ତେବେ ଏଥିପାଇଁ ବିବ୍ରତ ହୁଅନ୍ତୁନି। ୨୦୦୯ ମସିହାରେ ହୋଇତିବା ଏକ ସର୍ଭେ ଅନୁଯାୟୀ, ଯେଉଁମାନେ ନିଜ Circadian rhythmକୁ ନିୟନ୍ତ୍ରଣରେ ରଖନ୍ତି, ସେମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି। Circadian rhythm ଶରୀରରେ ଚାଲିଥିବା ଏକ ପ୍ରକ୍ରିୟା, ଯାହା ଆମ ଶରୀରକୁ ଜଣାଏ ଯେ କେତେବେଳେ ଶୋଇବା ଓ କେତେବେଳେ ଉଠିବା ଉଚିତ।

ଯେଉଁମାନଙ୍କୁ ବିଳମ୍ବିତ ରାତି ଯାଏଁ ନିଦ ଲାଗେନାହିଁ, ସେମାନେ Circadian rhythmକୁ ନିୟନ୍ତ୍ରଣରେ ରଖିବାରେ ସକ୍ଷମ ହୋଇଥାନ୍ତି। ତେଣୁ ସ୍ୱଭାବରେ ଏମାନେ ଅଧିକ ଇଣ୍ଟେଲିଜେଣ୍ଟ ହୋଇଥାନ୍ତି। ଯଦି ଆପଣ ବି ଏମାନଙ୍କ ମଧ୍ୟରୁ ଜଣେ, ତେବେ ବ୍ୟସ୍ତ ନହୋଇ ବରଂ ଉଲ୍ଲସିତ ହେବା ଉଚିତ। ଏ କଥା ଗବେଷଣାରୁ ହିଁ ଜଣାପଡ଼ିଛି।

ୟୁନିଭର୍ସିଟି ଅଫ୍ ସାଉଥ ମଟୋନ୍ ଏକ ସର୍ଭେ କରିଛି। ଏହି ସର୍ଭେରେ ପ୍ରାୟ ୧,୨୨୯ ଜଣ ଲୋକ ସାମିଲ ଥିଲେ। ସର୍ଭେରେ ଲୋକମାନଙ୍କର Circadian rhythm ସହ ଶୋଇବା ଅଭ୍ୟାସକୁ ତୁଳନା କରାଯାଇଥିଲା। ସର୍ଭେରୁ ଜଣାପଡ଼ିଛି ଯେ, ଯେଉଁମାନେ ରାତି ୧୧ଟା ପରେ ଶୋଇ ମଧ୍ୟ ସକାଳ ୮ଟା ପୂର୍ବରୁ ଉଠି ଯାଉଛନ୍ତି, ସେମାନେ ଅନ୍ୟମାନଙ୍କ ତୁଳନାରେ ଅଧିକ ଇଣ୍ଟେଲିଜେଣ୍ଟ ବା ବୁଦ୍ଧିମାନ।

Related story