ମ୍ୟାଟ୍ରିମୋନିଆଲ୍‌ ସାଇଟ୍‌ରେ ପ୍ରେମ କରି ପ୍ରତାରଣାର ଶିକାର ହୋଇଛନ୍ତି କି ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୋଶାଲ ମିଡିଆରେ ଥିବା ଅନଲାଇନ୍‌ ମ୍ୟାଟ୍ରିମୋନିଆଲ୍‌ ସାଇଟ୍‌ସ୍‌ ଏବଂ ଡେଟିଙ୍ଗ୍‌ ଆପ୍‌ ଗୁଡ଼ିକ ଆପଣଙ୍କୁ ଅଜଣା ଲୋକଙ୍କ ସହିତ ସମ୍ପର୍କ ତିଆରି କରିବାରେ ସାହାଯ୍ୟ କରିଥାନ୍ତି। ତେବେ ଏହି ସାଇଟସ୍‌ର ଅନେକ ଖରାପ ଓ ଭଲ ଦିଗ ଅଛି। ଏହା ମାଧ୍ୟମରେ ଯୁବପିଢି ନିଜର ଜୀବନସାଥୀକୁ ଖୋଜି ପାଇବା ସହିତ ବିବାହ କରିଥାନ୍ତି। କିନ୍ତୁ ଅନ୍ୟପକ୍ଷରେ କିଛି ଯୁବକଯୁବତୀ ଏହା ଯୋଗୁ ଠକାମିର ଶିକାର ମଧ୍ୟ ହୋଇଥାନ୍ତି। ଅନେକ ସମୟରେ ଦେଖାଯାଇଥାଏ ଯେ […]

mrg

Puspanjali Panda
  • Published: Friday, 26 July 2019
  • , Updated: 26 July 2019, 11:17 AM IST
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୋଶାଲ ମିଡିଆରେ ଥିବା ଅନଲାଇନ୍‌ ମ୍ୟାଟ୍ରିମୋନିଆଲ୍‌ ସାଇଟ୍‌ସ୍‌ ଏବଂ ଡେଟିଙ୍ଗ୍‌ ଆପ୍‌ ଗୁଡ଼ିକ ଆପଣଙ୍କୁ ଅଜଣା ଲୋକଙ୍କ ସହିତ ସମ୍ପର୍କ ତିଆରି କରିବାରେ ସାହାଯ୍ୟ କରିଥାନ୍ତି। ତେବେ ଏହି ସାଇଟସ୍‌ର ଅନେକ ଖରାପ ଓ ଭଲ ଦିଗ ଅଛି। ଏହା ମାଧ୍ୟମରେ ଯୁବପିଢି ନିଜର ଜୀବନସାଥୀକୁ ଖୋଜି ପାଇବା ସହିତ ବିବାହ କରିଥାନ୍ତି। କିନ୍ତୁ ଅନ୍ୟପକ୍ଷରେ କିଛି ଯୁବକଯୁବତୀ ଏହା ଯୋଗୁ ଠକାମିର ଶିକାର ମଧ୍ୟ ହୋଇଥାନ୍ତି।
ଅନେକ ସମୟରେ ଦେଖାଯାଇଥାଏ ଯେ ସେହି ସାଇଟ୍‌ରୁ ଠିକଣା ପାଇଥିବା ବ୍ୟକ୍ତିଙ୍କର ମୁଖ୍ୟ ଉଦ୍ଦେଶ୍ୟ ଓ ଚରିତ୍ର ଜାଣି ନପାରି ଲୋକେ ଧୋକା ଖାଇଥାନ୍ତି।
ଫଳାଫଳ ଏପରି ବି ହୋଇଯାଏ ଯେ ଆପଣ ମ୍ୟାଟ୍ରିମୋନିଆଲ୍‌ ସାଇଟ୍‌ରେ ଯେଉଁ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରିଥାନ୍ତି, ତାଙ୍କୁ ଭଲ ପାଇ ବସନ୍ତି। ଧିରେ ଧିରେ ଆପଣଙ୍କ ସମ୍ପର୍କ ଆଗକୁ ଯାଏ। କିନ୍ତୁ ଯେତେବେଳେ ଏହି ସମ୍ପର୍କ ବିବାହ ଆଡ଼କୁ ଗତି କରେ, କିନ୍ତୁ ଠିକ୍‌ ସମୟରେ ଆପଣଙ୍କ ପାର୍ଟନର୍‌ ବିବାହ ପାଇଁ ମନା କରିଥାନ୍ତି। ଆପଣଙ୍କ ପାଇଁ ଏହା ଏକ ଦୁଃଖଦ ସମୟ ନିଶ୍ଚୟ। ବିଶ୍ୱାସ ଭାଙ୍ଗିବା ପରେ ଅନେକ ଯୁବକଯୁବତୀ ଏହି ସମୟରେ ନିଜର ଧୈର୍ଯ୍ୟ ହରାଇ ବସନ୍ତି ଏବଂ ଭୁଲ୍‌ କାମ ମଧ୍ୟ କରନ୍ତି।
ତେବେ ଏହି ସମୟରେ ଭାଙ୍ଗି ନ ପଡ଼ି ଧୈର୍ଯ୍ୟର ସହିତ ସମସ୍ୟାକୁ କିପରି ସାମ୍ନା କରିବେ, ଏହା ବିଷୟରେ ମନୋବିଜ୍ଞାନୀ ରଚନା ଅୱାଟ୍ରାମାନି କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

୧. ଆପଣଙ୍କ ସହିତ କ’ଣ ସବୁ ଘଟିଯାଇଛି, ଏହାକୁ ବୁଝିବା କଷ୍ଟକର ହୋଇଥିଲେ ମଧ୍ୟ ପ୍ରଥମେ ଆପଣ ସେହି ବ୍ୟକ୍ତିଙ୍କୁ  ଭୁଲିବା ପାଇଁ ନିଜ ମନରେ ସାହସ ଜୁଟାନ୍ତୁ।

୨. ଦ୍ୱିତୀୟରେ ଆପଣ କାହାକୁ ବିବାହ କରିବା ପାଇଁ ବାଧ୍ୟ କରିପାରିବେ ନାହିଁ। ବିବାହ ଦୁଇଟି ମନର ମିଳନ ହୋଇଥାଏ, ତେଣୁ ଜଣଙ୍କର ଅନିଚ୍ଛାରେ ଆପଣଙ୍କ ବୈବାହିକ ଜୀବନ କେବେ ହେଲେ ଖୁସିରେ ଚାଲିପାରିବ ନାହିଁ।

୩. ଆପଣଙ୍କୁ ଭଲ ପାଉଥିବା ଓ ସହଯୋଗ କରୁଥିବା ଲୋକଙ୍କ ସହିତ ସମୟ କାଟନ୍ତୁ। ଯେଉଁମାନେ ଆପଣଙ୍କ ଅତୀତକୁ ନେଇ କୌଣସି ପ୍ରଶ୍ନ କରୁନଥିବେ।

୪. ଅତୀତକୁ ମନେ ପକାଇ କଷ୍ଟ ପାଇବା ଅପେକ୍ଷା ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

୫. ମନେ ରଖନ୍ତୁ ଆପଣ କ’ଣ କରିଛନ୍ତି କିମ୍ୱା ଆପଣଙ୍କ ସହିତ କ’ଣ ଘଟିଯାଇଛି, ଏହାକୁ କେହି ବଦଳାଇ ପାରିବେ ନାହିଁ। ଏସବୁକୁ ଆପଣଙ୍କର ଏକ ଖରାପ ଅଭ୍ୟାସ ଭାବି ଭୁଲିବାକୁ ଚେଷ୍ଟାକରନ୍ତୁ।

୬. ଏହାକୁ ଜୀବନର ଏକ ଶିକ୍ଷା ବୋଲି ମନେ କରି ଆଗକୁ ବଢ଼ିବା ପାଇଁ ଚେଷ୍ଟା କରନ୍ତୁ।

Related story