ମାଟିପାତ୍ର ଦିଏ ସୁଖଶାନ୍ତି: ଜାଣନ୍ତୁ ଘରେ ରଖିବେ ମାଟିର କେଉଁ ପାତ୍ର ଓ ଦ୍ରବ୍ୟ

ବାସ୍ତୁଶାସ୍ତ୍ରରେ ମାଟିକୁ ବହୁତ ମହତ୍ୱ ଦିଆଯାଇଥାଏ। ମାଟିକୁ ସୁଖଶାନ୍ତି ଓ ସୌଭାଗ୍ୟର ପ୍ରତୀକ ମନା ଯାଏ। ଶାସ୍ତ୍ର ଅନୁସାରେ ଘରେ ଅଧିକରୁ ଅଧିକ ମାଟି ପାତ୍ର ଓ ଦ୍ରବ୍ୟ ବ୍ୟବହାର କରନ୍ତୁ। ଏହା ପଛରେ ଧାର୍ମିକ ଓ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ମାଟିପାତ୍ର ଅଛି ଯାହାକୁ ଘରେ ରଖିଲେ ସୁଖ, ଶାନ୍ତି ଆସିଥାଏ। ଆସନ୍ତୁ ଜାଣିବା ଏହି ମାଟିପାତ୍ର ଓ ଦ୍ରବ୍ୟ ସମ୍ପର୍କରେ। ୧. ମାଟି କଳସରୁ ପାଣି […]

soil

Rakesh Mallick
  • Published: Wednesday, 26 July 2017
  • , Updated: 26 July 2017, 09:03 AM IST

ବାସ୍ତୁଶାସ୍ତ୍ରରେ ମାଟିକୁ ବହୁତ ମହତ୍ୱ ଦିଆଯାଇଥାଏ। ମାଟିକୁ ସୁଖଶାନ୍ତି ଓ ସୌଭାଗ୍ୟର ପ୍ରତୀକ ମନା ଯାଏ। ଶାସ୍ତ୍ର ଅନୁସାରେ ଘରେ ଅଧିକରୁ ଅଧିକ ମାଟି ପାତ୍ର ଓ ଦ୍ରବ୍ୟ ବ୍ୟବହାର କରନ୍ତୁ। ଏହା ପଛରେ ଧାର୍ମିକ ଓ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ମାଟିପାତ୍ର ଅଛି ଯାହାକୁ ଘରେ ରଖିଲେ ସୁଖ, ଶାନ୍ତି ଆସିଥାଏ। ଆସନ୍ତୁ ଜାଣିବା ଏହି ମାଟିପାତ୍ର ଓ ଦ୍ରବ୍ୟ ସମ୍ପର୍କରେ।

୧. ମାଟି କଳସରୁ ପାଣି ପିଇଲେ ଦେହ ସୁସ୍ଥ ରହିଥାଏ। ଏହାସହ ଘରେ ମାଟି କଳସ ରହିଲେ ସକାରାତ୍ମକ ଉର୍ଜା ଜାଗ୍ରତ ହୋଇଥାଏ। ମାଟିପାତ୍ର ରଖିଲେ ଆପଣଙ୍କ ଉପରେ ବୁଧ ଏବଂ ଚନ୍ଦ୍ରଙ୍କ ଭଲ ପ୍ରଭାବ ପଡିବ।

୨. ଠାକୁର ଘରେ ମାଟିରେ ତିଆରି ଦେବଦେବୀଙ୍କ ପୂଜା କରନ୍ତୁ। ଏହା ବହୁ ସମସ୍ୟା ଦୂର କରିଥାଏ। ମାଟିରେ ତିଆରି ଠାକୁରଙ୍କୁ ଘରେ ପୂଜା କଲେ ଧନର ଅଭାବ କେବେ ଦେଖା ଦେଇ ନଥାଏ।

୩. ଘରର ଉତ୍ତର-ପୂର୍ବ ଦିଗରେ ମାଟିରେ ତିଆରି କୌଣସି ପକ୍ଷୀ ରଖିଲେ ଏହା ଶୁଭ ଫଳ ଦେଇଥାଏ। ଘରୁ ନକାରାତ୍ମକ ଶକ୍ତି ଦୂରେଇ ରହିବା ସହ ପରିବେଶ ସ୍ୱଚ୍ଛ ରହିଥାଏ।

୪. ପର୍ବପର୍ବାଣୀରେ ଘରେ ମାଟି ଦୀପ ଜଳାଯାଇଥାଏ। ଯଦି ଦାମ୍ପତ୍ୟ ଜୀବନରେ କିଛି ସମସ୍ୟା ରହିଛି, ତେବେ ତୁଳସୀ ଚଉରାରେ ପ୍ରତିଦିନ ମାଟି ଦୀପ ଜଳାନ୍ତୁ ସବୁ ସମସ୍ୟା ଦୂର ହୋଇଯିବ।

Related story