ବାହାହେବାକୁ ଯାଉଛନ୍ତି କି ? ଏହି ୫ଟି ମେଡିକାଲ୍‌ ଟେଷ୍ଟ ନିଶ୍ଚିତ କରାନ୍ତୁ 

ଭାରତୀୟ ସମାଜରେ ବିବାହକୁ ନେଇ ବହୁତ ଉତ୍ସାହ ଦେଖିବାକୁ ମିଳିଥାଏ। ବାହାଘରର କିଛିମାସ ପୂର୍ବରୁ  ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ। କପଡା, ଗହଣା, ହୋଟେଲ ବୁକିଂ, ଖାଇବା ପିଇବା ଲାଗି ଆରେଞ୍ଜମେଣ୍ଟ ବାହାଘର ଲାଗି ଜରୁରୀ ହୋଇଥାଏ। ବାହାଘର ଠିକ୍ ହେବା ପୂର୍ବରୁ କୁଣ୍ଡଳିକୁ ମିଳାଇବା ଜରୁରୀ ହୋଇଥାଏ। କୁଣ୍ଡଳିରେ ୩୬ଟି ଗୁଣ ମିଶିଲେ ଦାମ୍ପତ୍ତ୍ୟ ଜୀବନ ଅତ୍ୟନ୍ତ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଆପଣ କେବେ ବାହାଘର ପୂର୍ବରୁ ଝିଅ ଓ ପୁଅଙ୍କ ମେଡିକାଲ ଟେଷ୍ଟ […]

indian-marriage-traditions

Rakesh Mallick
  • Published: Wednesday, 21 June 2017
  • , Updated: 21 June 2017, 12:59 PM IST

ଭାରତୀୟ ସମାଜରେ ବିବାହକୁ ନେଇ ବହୁତ ଉତ୍ସାହ ଦେଖିବାକୁ ମିଳିଥାଏ। ବାହାଘରର କିଛିମାସ ପୂର୍ବରୁ  ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ। କପଡା, ଗହଣା, ହୋଟେଲ ବୁକିଂ, ଖାଇବା ପିଇବା ଲାଗି ଆରେଞ୍ଜମେଣ୍ଟ ବାହାଘର ଲାଗି ଜରୁରୀ ହୋଇଥାଏ। ବାହାଘର ଠିକ୍ ହେବା ପୂର୍ବରୁ କୁଣ୍ଡଳିକୁ ମିଳାଇବା ଜରୁରୀ ହୋଇଥାଏ। କୁଣ୍ଡଳିରେ ୩୬ଟି ଗୁଣ ମିଶିଲେ ଦାମ୍ପତ୍ତ୍ୟ ଜୀବନ ଅତ୍ୟନ୍ତ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଆପଣ କେବେ ବାହାଘର ପୂର୍ବରୁ ଝିଅ ଓ ପୁଅଙ୍କ ମେଡିକାଲ ଟେଷ୍ଟ କରାଇବା ଜରୁରୀ ଭାବିଛନ୍ତି  କି ? ଏପରି  କରିବା ଦ୍ୱାରା ଦୁହିଁଙ୍କ ଭବିଷ୍ୟତ ମଧ୍ୟ ସୁରକ୍ଷିତ ରହିଥାଏ।

ବିବାହ ପୂର୍ବରୁ କିଛି ଜରୁରୀ ମେଡିକାଲ ଟେଷ୍ଟ

୧. ଯଦି ପୁଅ ଝିଅ ଦୁହିଁଙ୍କ Rh ଫ୍ୟାକଟର ଏକ ସମାନ, ତେବେ ଏହା ଦୁହିଁଙ୍କ ପାଇଁ ଭଲ ହୋଇଥାଏ। ଗର୍ଭାବସ୍ଥା ସମୟରେ ପିଲା ଓ ମା’ର ଅଲଗା Rh ଫ୍ୟାକଟର ଅସୁବିଧା ବଢାଇଥାଏ।

୨. ଆପଣ ବୟସ୍କ ମହିଳା ହୋଇଥିଲେ ନିଜର ଗର୍ଭାଶୟର ପରୀକ୍ଷା କରାଇନିଅନ୍ତୁ। ଏହା ଦ୍ୱାରା ମା’ ହେବାର କ୍ଷମତା ଜଣାପଡିଥାଏ।

୩. କେତେକ ରୋଗ ବଂଶଗତ ହୋଇଥାଏ। ଏହାକୁ ଜାଣିବା ପାଇଁ ଜେନିଟିକ ଟେଷ୍ଟ କରିବା ଜରୁରୀ ହୋଇଥାଏ। ଏହି ଟେଷ୍ଟରୁ ନିଜ ପାର୍ଟନରର କୌଣସି ଅନୁବଂଶିକ ରୋଗ ଅଛି କି ନାହିଁ ଜଣାପଡିଥାଏ।

୪. ଏଚ୍ଆଇଭି ଏପରି ଏକ ରୋଗ ଯାହା ଜୀବନ ନେଇପାରେ। ତେଣୁ ପୂରା ଜୀବନ ନିଜ ଜୀବନ ସାଥୀଙ୍କ ସହ ବିତେଇବାକୁ ଚାହୁଁଥିଲେ ଏହି ଟେଷ୍ଟ ଦୁହିଁଙ୍କ ସହମତିରେ କରାଇଦିଅନ୍ତୁ।

୫. ଗର୍ଭଧାରଣ କ୍ଷମତା ଟେଷ୍ଟ ପୁଅ ଓ ଝିଅ ଦୁହିଁଙ୍କୁ କରାଇବା ଜରୁରୀ। ବାହାଘର ପରେ ଦମ୍ପତ୍ତି ଏକା ସାଥିରେ ଜୀବନ ବିତାଇଥାନ୍ତି। ଆରେଞ୍ଜ ହେଉ କି ଲଭ୍ ବାହାଘର ପୂର୍ବରୁ ସମସ୍ତଙ୍କୁ ଚେକ୍ଅପ୍ କରାଇବା ଜରୁରୀ।

Related story