Advertisment

ବୁଦ୍ଧିମାନ ପିଲା ଜନ୍ମ ପାଇଁ ଖାସ୍ ମନ୍ତ୍ର

ସବୁ ବାପା ମା’ ଚାହାନ୍ତି ତାଙ୍କର ସର୍ବଶ୍ରେଷ୍ଠ ଗୁଣ ସମ୍ପନ୍ନ ପିଲା ଟିଏ ହେଉ। ଜ୍ଞାନ, ବୁଦ୍ଧି, ବିବେକ ସବୁଥିରେ ପାରଙ୍ଗମ ହେଉ। ହେଲେ ଏଥିପାଇଁ ଆଗୁଆ କିଛି ନୀତିନିୟମକୁ ମାନି ଚଳିବାକୁ ହେବ। ତେଣୁ ଧୀଶକ୍ତି ସମ୍ପନ୍ନ ପିଲାଟିଏ ଗର୍ଭବତୀ ମହିଳାମାନେ ଏ ସବୁ ଜାଣିବା ଦରକାର। ୧- ମନସ୍ତତ୍ୱବିତ୍ ତଥା ଜଣାଶୁଣା ଶିଶୁ ବିଷେଶଜ୍ଞ ପୋଲି ସେନ୍ ଗୁପ୍ତାଙ୍କ କହିବା ଅନୁଯାୟୀ ଗର୍ଭଧାରଣର ୩ ମାସ ବେଳକୁ ପେଟରେ ଥିବା ପିଲାଟି  ମା’ର ଶବ୍ଦକୁ […]

ଅଦ୍ୟତନ ହୋଇଛି
ବୁଦ୍ଧିମାନ ପିଲା ଜନ୍ମ ପାଇଁ  ଖାସ୍ ମନ୍ତ୍ର

pregeet lady-1

Advertisment

ସବୁ ବାପା ମା’ ଚାହାନ୍ତି ତାଙ୍କର ସର୍ବଶ୍ରେଷ୍ଠ ଗୁଣ ସମ୍ପନ୍ନ ପିଲା ଟିଏ ହେଉ। ଜ୍ଞାନ, ବୁଦ୍ଧି, ବିବେକ ସବୁଥିରେ ପାରଙ୍ଗମ ହେଉ। ହେଲେ ଏଥିପାଇଁ ଆଗୁଆ କିଛି ନୀତିନିୟମକୁ ମାନି ଚଳିବାକୁ ହେବ। ତେଣୁ ଧୀଶକ୍ତି ସମ୍ପନ୍ନ ପିଲାଟିଏ ଗର୍ଭବତୀ ମହିଳାମାନେ ଏ ସବୁ ଜାଣିବା ଦରକାର।

Advertisment

୧- ମନସ୍ତତ୍ୱବିତ୍ ତଥା ଜଣାଶୁଣା ଶିଶୁ ବିଷେଶଜ୍ଞ ପୋଲି ସେନ୍ ଗୁପ୍ତାଙ୍କ କହିବା ଅନୁଯାୟୀ ଗର୍ଭଧାରଣର ୩ ମାସ ବେଳକୁ ପେଟରେ ଥିବା ପିଲାଟି  ମା’ର ଶବ୍ଦକୁ ମନେ ରଖିବାର କ୍ଷମତା ସୃଷ୍ଟି ହୋଇସାରିଥାଏ।  ଏହି ସମୟରେ ସ୍ମରଣ ଶକ୍ତି ସଂଚରିତ ହୋଇସାରିଥାଏ। ତେଣୁ ଗର୍ଭବତୀ ମହିଳାମାନେ କିଛି ଜ୍ଞାନ ଧର୍ମୀ ବହିପଢିବା ଉଚିତ୍ । ଏହା ନିୟମିତ ହେବା ଆବଶ୍ୟକ। ଯାହା ପିଲାର ମାନସିକତା ଉପରେ ପ୍ରଭାବ ପକାଇଥାଏ।

୨-ଗର୍ଭଧାରଣ ସମୟରେ ସ୍ୱ୍ୟାସ୍ଥ୍ୟକର ଖାଦ୍ୟ ଖାଇବା ଆବଶ୍ୟକ।  ଯଥା ମାଛ, ସୋୟାବିନ ,ସାଗ  ଏବଂ ଲୌହସାର ଥିବା ପନିପରିବା ଖାଇବା ଜରୁରୀ । ଯାହା ଆପଣଙ୍କ ପିଲାର ମସ୍ତିସ୍କକୁ ଉନ୍ନତ କରିବାରେ ସହାୟକ ହେବ।  ଡାକ୍ତରଙ୍କ କହିବା ଅନୁଯାୟୀ ପେଟରେ ପିଲା ରହିବା ୧୨ ସପ୍ତାହ ପରେ ମସ୍ତିସ୍କର ଭଲଭାବେ ଉନ୍ନତି ହୋଇଥାଏ। ତେଣୁ ଗର୍ଭବତୀ ମହିଳାମାନ ଖାଦ୍ୟ ଉପରେ ଧ୍ୟାନ ଦେବା ଆବଶ୍ୟକ।

Advertisment

୩-ସୁସ୍ଥ ଏବଂ ଆକ୍ଟିଭ ରହବା ଜରୁରୀ। ଏହି ସମୟରଆର ଟିକେ ଯୋଗ  ଏବଂ ଶାରିରୀକ ବ୍ୟୟାମ କରିବା ନିହାତି ଅପରିହାର୍ଯ୍ୟ। ଏହା ଦ୍ୱାରା ଠିକ୍ ଭାବରେ ହର୍ମୋନ କ୍ଷରଣ ହୋଇ ପିଲା ଦେହକୁ ପ୍ରବେଶ କରିଥାଏ। ବ୍ୟାୟାମ ଦ୍ୱରା ଆପଣଙ୍କ ଶରୀରରେ ରକ୍ତ ସଂଚାଳନ ହୋଇଥାଏ।  ଏହାର ପ୍ରଭାବ ପିଲା ଉପରେ ପଡ଼ିଥାଏ। ଆଉ ପିଲାଟି ସ୍ମାଟ ହୋଇ ଜନ୍ମ ହୋଇଥାଏ।

୪-ଗର୍ଭରେ ପିଲା ଥିବା ସମୟରେ ମହିଳାମାନେ ସଙ୍ଗୀତ ମନସ୍କ ହେବା ଉଚିତ୍। କାରଣ ଏହି ସମୟରେ ପିଲାଟି ଆପଣଙ୍କୁ ଶୁଣିପାରେ। ଆପଣଙ୍କ ପ୍ରତିଟି ପଦେକ୍ଷପ ପିଲା ଉପରେ ପ୍ରଭାବ ପକାଇଥାଏ। ତେଣୁ ମହିଳାମାନେ ସଙ୍ଗୀତ ଶୁଣିବା ସହ ଗୁଣୁ ଗୁଣୁ ହୋଇ କିଛି କିଛି ଗାନ କରିବା ଜରୁରୀ। ଯଦି ଆପଣଙ୍କ ପାର୍ଟର ବି ପେଟ ପାଖରେ ଗୁଣୁଗୁଣ ହେଲେ ପିଲା ତାହା ଶୁଣିପାରିଥାଏ। ଏହା ଆପଣଙ୍କ ପିଲାକୁ ଖୁସି ରଖିବାରେ ସହାୟକ ହୋଇଥାଏ

୫-ସୂର୍ଯ୍ୟକିରଣରେ ଭିଟାମିନ୍ ‘ଡି’ ରହିଛି। ଯାହାଠାରୁ ଆଦୌ ଦୂରେଇ ରହିବା ଉଚିତ୍ ନୁହେଁ। ଦିନକୁ ଅନ୍ତତଃପକ୍ଷେ ଖରାରେ ୨୦ ମିନିଟ୍ ଠିଆ ହେବା ଉଚିତ। ଏହା ସକାଳେ ହେଲେ ଅତ୍ୟନ୍ତ ଉପାଦେୟ। ଏହାର ଆଉ ଏକ ଉପାଦେୟ ହେଲା ଏହି ସୂର୍ଯ୍ୟକିରଣ ଆପଣଙ୍କ ପିଲାର ହାଡ଼କୁ ସଶକ୍ତଥାଏ।

୬- ଖାଇବା ଉପରେ ଧ୍ୟାନ ଦିଅନ୍ତ। ଗର୍ଭଧାରଣ ସମୟରେ ଶରୀର ଅଧିକ ଖାଦ୍ୟ ଆବଶ୍ୟକ କରିଥାଏ। ତେଣୁ ଯଥେଷ୍ଟ ପରିମାଣରେ ଖାଦ୍ୟ ଖାଇଲେ ବିଶେଷ କିଛି ସମସ୍ୟା ନାହିଁ। ଏହି ସମୟରେ ଓ ଫଲିକ ଏସିଡଥିବା ଭିଟାମିନ ଜାତୀୟ ଖାଦ୍ୟ ଖାଇବା ପିଲା ପାଇଁ ଅତ୍ୟନ୍ତ ଭଲ। ଏହା ପିଲାର ବ୍ରେନ ସେଲକୁ ମଜଭୁତ କରିଥାଏ।

୭- ପିଲା ଥିବା ସମୟରେ ପେଟରେ ହାଲୁକା ମସାଜ କରନ୍ତୁ।  ବିଷେଶଜ୍ଞଙ୍କ କହିବା ଅନୁଯାୟୀ, ୨୦ ସପ୍ତାହ ପରେ ପିଲାଟି ଆପଣଙ୍କ ସ୍ପର୍ଷକୁ ବାରିପାରେ। ଏପରିକି ପିଲାଟି ଉଭୟ ମା’ ଓ ବାପାର ସ୍ପର୍ଷକୁ ଚିହ୍ନିବା କ୍ଷମତା ରଖେ। ତେଣୁ କିଛି ତେଲ ନେଇ ପେଟରେ ସୁକ୍ଷ୍ମ ମାଲିସ କରିବା ଉଚିତ୍। ଆହୁରୀ ମଧ୍ୟ ପିଲାଟିର ଏହି ସମୟରେ ସୁଂଘିବା ଶକ୍ତି ସଂଚୟ ହୋଇଥାଏ। ତେଣୁ ମା’ର ପେଟ ପାଖରେ କିଛି ସୁଗନ୍ଧିତ ଫୁଲ ରଖନ୍ତୁ। ଏ ସବୁ କଲେ ଆପଣଙ୍କ ପିଲାର ଧୀଶକ୍ତି ଶକ୍ତିଶାଳୀ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe