ସନ୍ଧ୍ୟାବେଳେ ଚାହା ସହ ପରଷନ୍ତୁ ଗରମା ଗରମ ପଣସ କଠା ଚପ୍
ଆବଶ୍ୟକ ସାମଗ୍ରୀ: ସିଝା ପଣସ କଠା, ସିଝା ମଟର, ଭଜା ବାଦାମ, କଟା ନଡ଼ିଆ, ଅଦା-ରସୁଣ ବଟା, କଟା ପିଆଜ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା ଗୁଣ୍ଡ, ଫୁଟଣ, ଭୁସୃଙ୍ଗ ପତ୍ର, ଜୁଆଣି, ବେସନ, ଖାଇବା ସୋଡ଼ା, ତେଲ ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସିଝା ପଣସକୁ ଚକଟି ଦିଅନ୍ତୁ। ଗରମ ତେଲରେ ଫୁଟଣ, ପିଆଜ ଓ ଭୂସୁଙ୍ଗା ପତ୍ର ପକାଇ ଭାଜନ୍ତୁ। ପିଆଜ ବାଦାମୀ ରଙ୍ଗ ହୋଇଗଲେ ସେଥିରେ ହଳଦି, […]
ଆବଶ୍ୟକ ସାମଗ୍ରୀ: ସିଝା ପଣସ କଠା, ସିଝା ମଟର, ଭଜା ବାଦାମ, କଟା ନଡ଼ିଆ, ଅଦା-ରସୁଣ ବଟା, କଟା ପିଆଜ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା ଗୁଣ୍ଡ, ଫୁଟଣ, ଭୁସୃଙ୍ଗ ପତ୍ର, ଜୁଆଣି, ବେସନ, ଖାଇବା ସୋଡ଼ା, ତେଲ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସିଝା ପଣସକୁ ଚକଟି ଦିଅନ୍ତୁ। ଗରମ ତେଲରେ ଫୁଟଣ, ପିଆଜ ଓ ଭୂସୁଙ୍ଗା ପତ୍ର ପକାଇ ଭାଜନ୍ତୁ। ପିଆଜ ବାଦାମୀ ରଙ୍ଗ ହୋଇଗଲେ ସେଥିରେ ହଳଦି, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଅଦା ଓ ରସୁଣ ବଟା ପକାଇ ପୁଣି କଷନ୍ତୁ। ମସଲା ପ୍ରସ୍ତୁତ ହୋଇଗଲେ ସେଥିରେ ପଣସ ଚକଟା, ସିଝା ମଟର୍, ଭଜା ବାଦାମ, ନଡିଆ କଟା, ଗରମ ମସଲା ଓ ଲୁଣ ଦେଇ ଭଲଭାବରେ ଗୋଳାଇ ମିଶାଇ ଦିଅନ୍ତୁ।
ବେସନରେ ଲୁଣ, ଜୁଆଣି, ଖାଇବା ସୋଢ଼ା ଓ ଆବଶ୍ୟକ ପରିମାଣରେ ପାଣି ମିଶାଇ ବହଳିଆ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ କରେଇରେ ତେଲ ଗରମ କରି ମସଲା ଯୁକ୍ତ ପଣସକୁ ଗୋଲ ଗୋଲ କରି ବେସନରେ ବୁଡ଼ାଇ ଛାଣନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଗରମା ଗରମ ପଣସ ଚପ୍।