ଶୀତଦିନେ ଖଞ୍ଜା ଯନ୍ତ୍ରଣାରୁ କିପରି ପାଇବେ ମୁକ୍ତି?

ଭୁବନେଶ୍ୱର: ଶୀତଦିନ ଆସିଲେ ଖଞ୍ଜା ଯନ୍ତ୍ରଣା ଆରମ୍ଭ ହୋଇଯାଏ। ବୟସ ବଢ଼ିଲେ ଏହି ସମସ୍ୟା ଦେଖାଦେଇଥାଏ ବୋଲି ସମସ୍ତଙ୍କ ଧାରଣା ରହିଛି। ହେଲେ ବାସ୍ତବ କଥା ହେଲା ଯୁବାବସ୍ଥା ସମୟର ଜୀବନଶୈଳୀ ଏପରି ସମସ୍ୟାର ମୁଖ୍ୟକାରଣ ବୋଲି ଜଣାପଡିଛି। ଜୀବନଶୈଳୀରେ ସାମାନ୍ୟ ସଚେତନତା ଏହି ରୋଗରୁ ଦୂରେଇ ରଖିଥାଏ। ଡାଏଟ୍‌ ଚାର୍ଟ: ଗଣ୍ଠି ଯନ୍ତ୍ରଣା ‌ଥିବା ରୋଗୀମାନେ ସବୁବେଳେ ନିତିଦିନ ଖାଦ୍ୟ ପାଇଁ ଡାଏଟ୍‌ ଚାର୍ଟ ଅନୁସରଣ କରିବା ଜରୁରୀ। ଭିଟାମିନ୍‌ ‘ଡି’,‘ସି’ ଏବଂ ‘କେ’ ଥିବା […]

joint-pain

Rakesh Mallick
  • Published: Sunday, 18 December 2016
  • , Updated: 27 April 2017, 05:07 PM IST

ଭୁବନେଶ୍ୱର: ଶୀତଦିନ ଆସିଲେ ଖଞ୍ଜା ଯନ୍ତ୍ରଣା ଆରମ୍ଭ ହୋଇଯାଏ। ବୟସ ବଢ଼ିଲେ ଏହି ସମସ୍ୟା ଦେଖାଦେଇଥାଏ ବୋଲି ସମସ୍ତଙ୍କ ଧାରଣା ରହିଛି। ହେଲେ ବାସ୍ତବ କଥା ହେଲା ଯୁବାବସ୍ଥା ସମୟର ଜୀବନଶୈଳୀ ଏପରି ସମସ୍ୟାର ମୁଖ୍ୟକାରଣ ବୋଲି ଜଣାପଡିଛି। ଜୀବନଶୈଳୀରେ ସାମାନ୍ୟ ସଚେତନତା ଏହି ରୋଗରୁ ଦୂରେଇ ରଖିଥାଏ।

ଡାଏଟ୍‌ ଚାର୍ଟ: ଗଣ୍ଠି ଯନ୍ତ୍ରଣା ‌ଥିବା ରୋଗୀମାନେ ସବୁବେଳେ ନିତିଦିନ ଖାଦ୍ୟ ପାଇଁ ଡାଏଟ୍‌ ଚାର୍ଟ ଅନୁସରଣ କରିବା ଜରୁରୀ। ଭିଟାମିନ୍‌ ‘ଡି’,‘ସି’ ଏବଂ ‘କେ’ ଥିବା ଖାଦ୍ୟ ଖାଇବା ଆବାଶ୍ୟକ। କମଳା, ବନ୍ଧାକୋବି, ପାଳଙ୍ଗ, ଟମାଟୋ ଖାଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣା କମିଥାଏ। ଏହାଛଡ଼ା ଯେଉଁ ବ୍ୟକ୍ତିଙ୍କ ଦେହରେ ଭିଟାମିନ୍‌ ‘ଡି’ର ମାତ୍ରା କମ୍‌ ଥାଏ ସେମାନେ ଡାକ୍ତରଙ୍କ ପରାମର୍ଶ କ୍ରମେ ସପ୍ଲିମେଣ୍ଟ ମଧ୍ୟ ନେଇ ପାରିବେ।

ଅଧିକ ପାଣି ପିଅନ୍ତୁ: ଶୀତଦିନେ ପ୍ରାୟତଃ ଲୋକେ କମ୍‌ ପାଣି ପିଇଥାନ୍ତି। ଫଳରେ ଶରୀରରେ ଜଳୀୟ ଅଂଶ କମିଯାଏ। ଗଣ୍ଠିର ଭଲ ଭାବେ ଗତିଶୀଳ ହେବା ପାଇଁ ଅଧିକ ମାତ୍ରାରେ ପାଣି ପିଇବା ଜରୁରୀ।

ନି ଗାର୍ଡ: ଶୀତଦିନେ ଗଣ୍ଠି ଯନ୍ତ୍ରଣା କମ୍ କରିବା ପାଇଁ ନି ଗାର୍ଡ ପିନ୍ଧନ୍ତୁ। ଏହା ପିନ୍ଧିବା ଦ୍ୱାରା ଯନ୍ତ୍ରଣା କମ୍‌ ଅନୁଭବ ହୁଏ ଓ ଗୁରୁତର ଆଘାତରୁ ରକ୍ଷା ମିଳିଥାଏ।

ଫିଜିଓଥେରାପି: ଯେଉଁମାନଙ୍କର ଅଷ୍ଟିଓଆର୍ଥ୍ରାଇଟିସ ସମସ୍ୟା ରହିଛି, ସେମାନେ ପ୍ରତିଦିନ ଫିଜିଓଥେରାପି କରିବା ନିହାତୀ ଜରୁରୀ। ଏହା କରିବା ଦ୍ୱାରା ଗଣ୍ଠି ଭଲ ଭାବେ ଗତିଶୀଳ ହୁଏ ଏବଂ ଯନ୍ତ୍ରଣା କମିଥାଏ।

ୱାର୍ମ ଅପ୍‌: ବ୍ୟାୟାମ ତ ଶରୀର ପାଇଁ ଜରୁରୀ କିନ୍ତୁ ତାହା ପୂର୍ବରୁ ୱାର୍ମ ଅପ୍‌ କରିବାକୁ ଭୁଲନ୍ତୁ ନାହିଁ। ଏହା କଲେ ବ୍ୟାୟାମ ସମୟରେ କୌଣସି ପ୍ରକାର ଆଘାତ ସହଜେ ହୁଏ ନାହିଁ। ଏହା ଶରୀରକୁ ଫୁର୍ତ୍ତି କରିବା ସହିତ ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ବଢ଼ାଏ।

ଅଧିକ ସମୟ ଗୋଟିଏ ସ୍ଥିତିରେ ଛିଡ଼ା ହୁଅନ୍ତୁ ନାହିଁ: ଗୋଟିଏ ସ୍ଥିତିରେ ଛିଡ଼ା ହୋଇ ଅଧିକ ସମୟ କାମ କରୁଥିଲେ ଛିଡ଼ା ହେବାର ସ୍ଥିତି ବଦଳାନ୍ତୁ। ଗୋଟିଏ ପାଖ ପାଦରେ ଶରୀର ଭାର ଅଧିକ ସମୟ ଦେଲେ ଭବିଷ୍ୟତରେ ଗଣ୍ଠି ସମସ୍ୟା ହେବାର ଆଶଙ୍କା ରହିଛି।

ଧୂମପାନରୁ ଦୂରେଇ ରୁହନ୍ତୁ: ବିନା ଧୂମପାନରେ ଅସ୍ତବ୍ୟସ୍ତ ଅନୁଭବ କରନ୍ତି କି? ତେବେ ଏହି ଅଭ୍ୟାସ ତୁରନ୍ତ ଛାଡ଼ନ୍ତୁ। କାରଣ ବର୍ତ୍ତମାନର ଏହି ଅଭ୍ୟାସ ଭବିଷ୍ୟତରେ ଅସ୍ଥି ଓ ଖଞ୍ଜାକୁ ଦୁର୍ବଳ କରି ଯନ୍ତ୍ରଣା ଦେଇଥାଏ।

ତେବେ ଏସବୁ ଛଡ଼ା ଶୀତଦିନେ ଶରୀରକୁ ଯଥାସମ୍ଭବ ସକ୍ରିୟ ରଖନ୍ତୁ ଓ ଶରୀର ତାପମାତ୍ରା ମଧ୍ୟ ନିୟନ୍ତ୍ରଣ କରନ୍ତୁ।

Related story