ଓଜନ ହ୍ରାସ ପାଇଁ 'ଜୁସ୍‌ ଫାଷ୍ଟିଙ୍ଗ୍‌'

ନୂଆଦିଲ୍ଲୀ: ଓଜନ ହ୍ରାସ ପାଇଁ ଆଉ ଜିମ୍‌ ଯିବାକୁ ପଡ଼ିବ ନାହିଁ। ଜୁସ୍‌ ଫାଷ୍ଟିଙ୍ଗ୍‌ ମାଧ୍ୟମରେ ଆପଣ ନିଜ ଓଜନକୁ ହ୍ରାସ କରିପାରିବେ। ଏହା ଆପଣଙ୍କ ଶରୀରର ହଜମ ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରିଥାଏ। ‘ଜୁସ୍‌ ଫାଷ୍ଟିଙ୍ଗ୍‌’କୁ ଅନେକ ଗମ୍ଭୀର ରୋଗର ଔଷଧ ଭାବରେ ମଧ୍ୟ ଆପଣ ଗ୍ରହଣ କରିପାରିବେ। ‘ଜୁସ୍‌ ଫାଷ୍ଟିଙ୍ଗ୍‌’ ଅର୍ଥାତ୍‌ କେବଳ ଜୁସ୍‌ ପିଇ ଦିନତମାମ ରହିବା ଏଥିରୁ ଭିଟାମିନ୍‌, ଖଣିଜ ଲବଣ ଓ ଫାଇଟୋନ୍ୟୁଟ୍ରିଏଣ୍ଟ୍‌ ମିଳିଥାଏ, ଯାହା ଶରୀର ପାଇଁ ଆବଶ୍ୟକ। […]

juice89

Puspanjali Panda
  • Published: Tuesday, 08 January 2019
  • , Updated: 08 January 2019, 07:58 AM IST

ନୂଆଦିଲ୍ଲୀ: ଓଜନ ହ୍ରାସ ପାଇଁ ଆଉ ଜିମ୍‌ ଯିବାକୁ ପଡ଼ିବ ନାହିଁ। ଜୁସ୍‌ ଫାଷ୍ଟିଙ୍ଗ୍‌ ମାଧ୍ୟମରେ ଆପଣ ନିଜ ଓଜନକୁ ହ୍ରାସ କରିପାରିବେ। ଏହା ଆପଣଙ୍କ ଶରୀରର ହଜମ ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରିଥାଏ। 'ଜୁସ୍‌ ଫାଷ୍ଟିଙ୍ଗ୍‌'କୁ ଅନେକ ଗମ୍ଭୀର ରୋଗର ଔଷଧ ଭାବରେ ମଧ୍ୟ ଆପଣ ଗ୍ରହଣ କରିପାରିବେ।

'ଜୁସ୍‌ ଫାଷ୍ଟିଙ୍ଗ୍‌' ଅର୍ଥାତ୍‌ କେବଳ ଜୁସ୍‌ ପିଇ ଦିନତମାମ ରହିବା ଏଥିରୁ ଭିଟାମିନ୍‌, ଖଣିଜ ଲବଣ ଓ ଫାଇଟୋନ୍ୟୁଟ୍ରିଏଣ୍ଟ୍‌ ମିଳିଥାଏ, ଯାହା ଶରୀର ପାଇଁ ଆବଶ୍ୟକ। ବିଶେଷଜ୍ଞଙ୍କ ମତରେ, 'ଜୁସ୍‌ ଫାଷ୍ଟିଙ୍ଗ୍‌' ଦ୍ୱାରା କ୍ୟାନସର୍‌କୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ।

କିପରି କରିବେ ଜୁସ୍‌ ଫାଷ୍ଟିଙ୍ଗ୍

'ଜୁସ୍‌ ଫାଷ୍ଟିଙ୍ଗ୍‌' ପାଇଁ ଆପଣ ଜୈବିକ ପନିପରିବା ଓ ଫଳକୁ ଚୟନ କରନ୍ତୁ। କାରଣ ଜୈବିକ ପନିପରିବା ଓ ଫଳରେ କମ୍‌ ରାସାୟନିକ ପଦାର୍ଥ ଓ କୀଟନାଶକ ଔଷଧର ପ୍ରୟୋଗ ହୋଇଥାଏ। ତେବେ ଏହି ଜୁସ୍‌ରେ ଫଳ ରସ ଅପେକ୍ଷା ପରିବା ରସକୁ ଅଧିକ ମାତ୍ରାରେ ସାମିଲ୍‌ କରନ୍ତୁ। ଏହି ଜୁସ୍‌ ପିଇବା ଦ୍ୱାରା ଶରୀରରୁ ସମସ୍ତ କେମିକାଲ୍‌ ବାହାରି ଯାଇଥାଏ।

ପ୍ରଥମେ ପ୍ରଥମେ ଏହାକୁ ପିଇବା ଦ୍ୱାରା ଆପଣ ଥକ୍କା ଅନୁଭବ କରିବେ। ଏହା ଦ୍ୱାରା କୋଷ୍ଠକାଠିନ୍ୟ, ନିମ୍ନ ରକ୍ତଚାପ ଓ ମୁଣ୍ଡ ବୁଲାଇବା ଭଳି ଶାରୀରିକ ସମସ୍ୟା ମଧ୍ୟ ହୋଇପାରେ।

ସମସ୍ତଙ୍କ ପାଇଁ ନୁହେଁ 'ଜୁସ୍‌ ଫାଷ୍ଟିଙ୍ଗ୍‌'
ଯଦି ଆପଣ 'ଜୁସ୍‌ ଫାଷ୍ଟିଙ୍ଗ୍‌' ଜରିଆରେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ମନେ ରଖନ୍ତୁ, ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ। କାରଣ ଅନେକ ସମୟରେ କେବଳ ଜୁସ୍‌ ପିଇ ରହିବା ଦ୍ୱାରା ଆସିଡିଟି, ମୁଣ୍ଡ ଯନ୍ତ୍ରଣା, ଗ୍ୟାସ୍‌ ଓ କୋଷ୍ଠକାଠିନ୍ୟର ସମସ୍ୟା ସୃଷ୍ଟି ହୋଇଥାଏ। ଏହା ଆପଣଙ୍କ ଶରୀରର ରକ୍ତରେ ସୁଗାର୍‌ର ସ୍ତରକୁ ବଢ଼ାଇବାର ଆସଙ୍କା ମଧ୍ୟ ରହିଥାଏ।

ଛୋଟ ପିଲା, ଗର୍ଭବତୀ ମହିଳା, ବୟସ୍କ ଲୋକ ଓ ଦୁର୍ବଳ ଲୋକ ଆଦୌ 'ଜୁସ୍‌ ଫାଷ୍ଟିଙ୍ଗ୍‌' କରନ୍ତୁ ନାହିଁ।

Related story