କର୍ଣ୍ଣ ଗହ୍ୱରରେ କିଛି ପ୍ରବେଶ କଲେ କ’ଣ କରିବେ?

ଭୁବନେଶ୍ୱର: କାନ ଭିତରେ କିଛି ଜିନିଷ ପଶିଯିବା ଅତି ସାଧାରଣ କଥା। ଅସାବଧାନତା ଯୋଗୁଁ ହିଁ ସାଧାରଣତଃ ଏପରି ହୋଇଥାଏ। ପିଲାମାନେ ଖେଳିଲା ବେଳେ କୌତୁହଳବଶତଃ କିଛି ଜିନିଷ କାନ ଭିତରେ ପୂରାଇ ଦେଇଥାଆନ୍ତି। ଯାହାକି ସହଜରେ ବାହାରି ନ ଥାଏ। କାନ ଭିତରେ କୁଣ୍ଡେଇ ହେଲେ ଖଡିକା କିମ୍ୱା କୌଣସି କାଠି ଧରି କୁଣ୍ଡାଇବା ପ୍ରାୟ ଅନେକଙ୍କ ଅଭ୍ୟାସ ରହିଛି। ଏଭଳି ପରିସ୍ଥିତିରେ କାଠି ଭାଙ୍ଗିଯାଇ କାନ ଭିତରେ ରହିଗଲେ ତାହା ସମସ୍ୟା ସୃଷ୍ଟି କରିଥାଏ। […]

ear

Rakesh Mallick
  • Published: Tuesday, 01 September 2015
  • , Updated: 27 April 2017, 05:16 PM IST

ଭୁବନେଶ୍ୱର: କାନ ଭିତରେ କିଛି ଜିନିଷ ପଶିଯିବା ଅତି ସାଧାରଣ କଥା। ଅସାବଧାନତା ଯୋଗୁଁ ହିଁ ସାଧାରଣତଃ ଏପରି ହୋଇଥାଏ। ପିଲାମାନେ ଖେଳିଲା ବେଳେ କୌତୁହଳବଶତଃ କିଛି ଜିନିଷ କାନ ଭିତରେ ପୂରାଇ ଦେଇଥାଆନ୍ତି। ଯାହାକି ସହଜରେ ବାହାରି ନ ଥାଏ। କାନ ଭିତରେ କୁଣ୍ଡେଇ ହେଲେ ଖଡିକା କିମ୍ୱା କୌଣସି କାଠି ଧରି କୁଣ୍ଡାଇବା ପ୍ରାୟ ଅନେକଙ୍କ ଅଭ୍ୟାସ ରହିଛି। ଏଭଳି ପରିସ୍ଥିତିରେ କାଠି ଭାଙ୍ଗିଯାଇ କାନ ଭିତରେ ରହିଗଲେ ତାହା ସମସ୍ୟା ସୃଷ୍ଟି କରିଥାଏ। କାନକୁ ସାଧାରଣତଃ ୩ ଭାଗରେ ବିଭକ୍ତ କରାଯାଇଛି। ବାହ୍ୟକର୍ଣ୍ଣ, ମଧ୍ୟକର୍ଣ୍ଣ ଓ ଅନ୍ତଃକର୍ଣ୍ଣ। କର୍ଣ୍ଣ ଫଳକରେ ରହିଥିବା କର୍ଣ୍ଣରନ୍ଧ୍ରଠାରୁ କାନ ଭିତରେ ରହିଥିବା ପରଦା ପର୍ଯ୍ୟନ୍ତ ଅଂଶକୁ ବାହ୍ୟକର୍ଣ୍ଣ ବୋଲି କୁହାଯାଏ। ବାହ୍ୟକର୍ଣ୍ଣଟି ଅଙ୍କାବଙ୍କା ହୋଇଥିବାରୁ ଭିତରେ ପଶିଥିବା ଜିନିଷଟି ବାହାରିବା ସହଜ ହୁଏ ନାହିଁ।

-କାନରେ ପାଣି ପଶିଥିଲେ କାନ ଭିତରେ ଭଁ ଭଁ ଶଦ୍ଦ ହୁଏ।

-କାନ ଭିତରେ ଯନ୍ତ୍ରଣା ଅନୁଭବ ହୁଏ।

-ପୋକ ପଶିଥିଲେ ବା ପୋକଟି କାନ ଭିତରେ ଜିଇଁଥିଲେ ତାର ଗତି ଯୋଗୁଁ କାନ ଭିତରେ ଏକ ପ୍ରକାର କମ୍ପନ ସୃଷ୍ଟି ହୋଇ ଫଡ ଫଡ ଶବ୍ଦ ହୁଏ।

-ସାମୟିକ ଭାବରେ ସେହି କାନଟିର ଶ୍ରବଣ ଶକ୍ତି ଧୀରେ ଧୀରେ ହ୍ରାସପାଏ।

-ଏହାବ୍ୟତୀତ କାନ ଭିତରେ କ୍ଷତ ସୃଷ୍ଟି ହୋଇପାରେ ଓ ରକ୍ତସ୍ରାବ ମଧ୍ୟ ହୋଇପାରେ।

-ଅନ୍ୟ କିଛି ପଦକ୍ଷେପ ନେବା ପୂର୍ବରୁ ପ୍ରଥମେ କାନଟିକୁ ଭଲ ଭାବରେ ପରୀକ୍ଷା କରନ୍ତୁ। ପ୍ରକୃତରେ କାନ ଭିତରେ କିଛି  ଅଛି କି ନା ଦେଖି ନିଅନ୍ତୁ।

ମନକୁ ମନ କାନ ଭିତରେ କୌଣସି ତେଲ, କାନ ଡ୍ରପ କିମ୍ୱା କୌଣସି ଦ୍ରବ୍ୟ ପକାନ୍ତୁ  ନାହିଁ। ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରି ପଦକ୍ଷେପ ନିଅନ୍ତୁ।

Related story