ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଚୂନା ମାଛ ଗାଁଠୁ ନେଇ ସହର ପର୍ଯ୍ୟନ୍ତ, ସବୁଠି ସହଜରେ ମିଳିଥାଏ। ଏହାକୁ ସବୁ ବର୍ଗର ଲୋକ ଖଇପାରିବେ କାରଣ ଏହାର ମୂଲ୍ୟ ମଧ୍ୟ ସେପରି ଅଧିକ ନୁହଁ। ତେବେ କୁହାଯାଏ, ଚୂନା ମାଛ ମଧ୍ୟରୁ ମହୁରାଳି ମାଛ ସ୍ୱାସ୍ଥ୍ୟ ପାଇଁ ସବୁଠୁ ଭଲ। ବଡ଼ ମାଛ ତୁଳନାରେ ଚୁନା ମାଛରେ ଭିଟାମିନ୍ ଓ ପ୍ରୋଟିନ୍ ଭରି ରହିଥାଏ। ଅଲଗା ମାଛ ଅପେକ୍ଷା ଚୂନା ମାଛରେ ଖାଦ୍ୟ ହଜମ ଶକ୍ତି ଅଧିକ ଥାଏ। ଯେଉଁମାନେ ମାଂସ ଓ ଅଣ୍ଡା ଖାଇବାକୁ ଭଲ ପାଆନ୍ତି ନାହିଁ, ସେମାନଙ୍କ ପାଇଁ ଚୂନା ମାଛ ଏକ ଭଲ ବିକଳ୍ପ। ଏହା ଶରୀର ପାଇଁ ବେଶ୍ ଉପକାରୀ। ଏବେ ଆସନ୍ତୁ ଜାଣିବା ଚୂନା ମାଛ ଆମ ଶରୀରର କ’ଣ ଉପକାର କରିଥାଏ।
୨. ଚୁନା ମାଛରେ ଥିବା ଭିଟାମିନ୍ ଦୃଷ୍ଟି ଶକ୍ତି ବଢାଇବା ସହ ଦୃଷ୍ଟିହୀନତା ଓ ଆଖିର ବିଭିନ୍ନ ସମସ୍ୟା ଦୂର କରେ।
୩. ପିଲାଙ୍କ ପାଇଁ ଚନା ମାଛ ସବୁଠୁ ଭଲ। ଏହା ସେମାନଙ୍କ ଶରୀର ବୃଦ୍ଧିରେ ସହାୟକ ହୋଇଥାଏ। ଏହା ପିଲାଙ୍କ ମସ୍ତିଷ୍କକୁ ତୀକ୍ଷ୍ଣ କରିବା ସହ ସ୍ମରଣ ଶକ୍ତି ମଧ୍ୟ ବଢ଼ାଇଥାଏ।
୪. ଚୁନାମାଛ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦେଇଥାଏ। ଏଥିରେ ଥିବା କ୍ୟାଲ୍ସିୟମ ଦାନ୍ତ ଓ ଶରୀରର ହାଡ଼ ସବୁକୁ ମଜବୁତ୍ କରେ।
୬. ଚୂନା ମାଛ ପେଟ ପାଇଁ ଖୁବ୍ ଭଲ। ଏହା ଦ୍ୱାରା ଶରୀରରେ ହଜମ ଶକ୍ତି ବୃଦ୍ଧି ପାଏ ଓ ବିଭିନ୍ନ ପେଟ ରୋଗରୁ ସୁରକ୍ଷା ମିଳିଥାଏ।