ବ୍ୟାଗ୍‌ରେ ରଖନ୍ତୁ ଏହି ୫ଟି ବିୟୁଟି ପ୍ରଡକ୍ଟ: ବର୍ଷାଦିନେ କାମରେ ଆସିବ

ବର୍ଷାଦିନେ ତ୍ୱଚାର ଯତ୍ନ ନେବା କାଠିକର ପାଠ। ସାମାନ୍ୟ ଅବହେଳା ଆପଣଙ୍କ ତ୍ୱଚାକୁ ଖରାପ କରି ପାରେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅନ୍ୟଦିନେ ବ୍ୟବହାର କରୁଥିବା ବିୟୁଟି ପ୍ରଡକ୍ଟ ବର୍ଷାଦିନେ ବ୍ୟବହାର କରନ୍ତୁ ନାହିଁ। ବର୍ଷାଦିନ ପାଇଁ ବିୟୁଟି ପ୍ରଡକ୍ଟ ବଦଳାନ୍ତୁ ଓ ସବୁବେଳେ ନିଜ ସାଥୀରେ ନେଉଥିବା ବ୍ୟାଗରେ ଏହାକୁ ରଖନ୍ତୁ। ଆସନ୍ତୁ ଜାଣିବା ବର୍ଷାଦିନେ କି ପ୍ରଡକ୍ଟ ବ୍ୟବହାର କରିବେ। ୧. ବର୍ଷାଦିନରେ ମୁହଁରେ ଧୂଳିମଳି ଜମା ହୋଇଥାଏ। ଏହି କାରଣରୁ ଭାଇରାଲ ଇନ୍‌ଫେକ୍ସନ […]

bag

Rakesh Mallick
  • Published: Tuesday, 27 June 2017
  • , Updated: 27 June 2017, 11:01 AM IST

ବର୍ଷାଦିନେ ତ୍ୱଚାର ଯତ୍ନ ନେବା କାଠିକର ପାଠ। ସାମାନ୍ୟ ଅବହେଳା ଆପଣଙ୍କ ତ୍ୱଚାକୁ ଖରାପ କରି ପାରେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅନ୍ୟଦିନେ ବ୍ୟବହାର କରୁଥିବା ବିୟୁଟି ପ୍ରଡକ୍ଟ ବର୍ଷାଦିନେ ବ୍ୟବହାର କରନ୍ତୁ ନାହିଁ। ବର୍ଷାଦିନ ପାଇଁ ବିୟୁଟି ପ୍ରଡକ୍ଟ ବଦଳାନ୍ତୁ ଓ ସବୁବେଳେ ନିଜ ସାଥୀରେ ନେଉଥିବା ବ୍ୟାଗରେ ଏହାକୁ ରଖନ୍ତୁ। ଆସନ୍ତୁ ଜାଣିବା ବର୍ଷାଦିନେ କି ପ୍ରଡକ୍ଟ ବ୍ୟବହାର କରିବେ।

୧. ବର୍ଷାଦିନରେ ମୁହଁରେ ଧୂଳିମଳି ଜମା ହୋଇଥାଏ। ଏହି କାରଣରୁ ଭାଇରାଲ ଇନ୍‌ଫେକ୍ସନ ହେବାର ସମ୍ଭାବନା ରହିଥାଏ। ତେଣୁ ନିଜ ହ୍ୟାଣ୍ଡବ୍ୟାଗ୍‌ରେ କ୍ଲିନିଜର ନିଶ୍ଚିତ ରଖନ୍ତୁ। କ୍ଲିନିଜର ତ୍ୱଚାରେ ଥିବା ମଇଳା ସଫା କରିଥାଏ।

୨. ବର୍ଷା ସମୟରେ ତ୍ୱଚା ଶୁଷ୍କ ରହିଥାଏ। ଡ୍ରାଏନେସ୍‌ରୁ ବଞ୍ଚିବା ଲାଗି ବ୍ୟାଗ୍‌ରେ ବଡିଲୋସନ ନିଶ୍ଚିତ ରଖନ୍ତୁ। ସ୍କିନ୍ ଡ୍ରାଏ ଲାଗିଲେ ବଡିଲୋସନ ଲଗାନ୍ତୁ।

୩. ବର୍ଷାଦିନରେ ଓଦା କପଡାରୁ ର୍ଦୁଗନ୍ଧ ଆସିଥାଏ। ତେଣୁ ନିଜ ବ୍ୟାଗ୍‌ରେ ପରଫ୍ୟୁମ୍‌ ରଖିବାକୁ ଭୁଲନ୍ତୁ ନାହିଁ।

୪. ଖାଲି ଫରଫ୍ୟୁମ୍‌ ନୁହେଁ ଏକ ପାନିଆ ମଧ୍ୟ ବ୍ୟାଗ୍‌ରେ ରଖନ୍ତୁ। ଓଦା ହୋଇଥିଲେ ଅସଜଡା କେଶକୁ ସଜାଡିବା କାମରେ ଲାଗିବ।

୫. ବର୍ଷାଦିନରେ ଓଠ ଉପରେ ଅଧିକ ପ୍ରଭାବ ପଡିଥାଏ। ତେଣୁ ବ୍ୟାଗ୍‌ରେ ଲିପ୍ ବାମ୍ ରଖିବାକୁ ଭୁଲନ୍ତୁନାହିଁ।

Related story