ନିଦ ଆସୁନାହିଁ, ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ୱର: ଆଡମ୍ୱରପୂର୍ଣ୍ଣ ଜୀବନଶୈଳୀ ମଣିଷ ଶରୀରକୁ ଦିନକୁ ଦିନ ରୋଗାକ୍ରାନ୍ତ କରି ପକାଉଛି। ଦୈନନ୍ଦିନ ଜୀବନରେ ଆମେ ଗ୍ରହଣ କରୁଥିବା ଖାଦ୍ୟପ୍ରେୟ ହେଉ କି ଚାପଗ୍ରସ୍ତ ହୋଇ କାର୍ଯ୍ୟ କରିବା ଯୋଗୁଁ ମାନସିକ ଭାବେ ଆମେ ଦୁର୍ବଳ ହେବାରେ ଲାଗୁଛି। ଫଳରେ ଆମେ ଅନିଦ୍ରା ସମସ୍ୟାର ଶିକାର ହେଉଛନ୍ତି। ଏପରି ସମସ୍ୟାର ସମାଧାନ ପାଇଁ ରହିଛି ଘରୋଇ ଉପଚାର। ଆସନ୍ତୁ ଜାଣିବା କେମତି ରାତିରେ ଆମେ ଶାନ୍ତିରେ ଶୋଇ ପାରିବା। ସାଧାରଣତଃ ସମସ୍ତଙ୍କ ରୋଷେଇ ଘରେ ରସୁଣ […]

cmo

Rakesh Mallick
  • Published: Tuesday, 15 August 2017
  • , Updated: 13 September 2017, 01:05 PM IST

ଭୁବନେଶ୍ୱର: ଆଡମ୍ୱରପୂର୍ଣ୍ଣ ଜୀବନଶୈଳୀ ମଣିଷ ଶରୀରକୁ ଦିନକୁ ଦିନ ରୋଗାକ୍ରାନ୍ତ କରି ପକାଉଛି। ଦୈନନ୍ଦିନ ଜୀବନରେ ଆମେ ଗ୍ରହଣ କରୁଥିବା ଖାଦ୍ୟପ୍ରେୟ ହେଉ କି ଚାପଗ୍ରସ୍ତ ହୋଇ କାର୍ଯ୍ୟ କରିବା ଯୋଗୁଁ ମାନସିକ ଭାବେ ଆମେ ଦୁର୍ବଳ ହେବାରେ ଲାଗୁଛି। ଫଳରେ ଆମେ ଅନିଦ୍ରା ସମସ୍ୟାର ଶିକାର ହେଉଛନ୍ତି। ଏପରି ସମସ୍ୟାର ସମାଧାନ ପାଇଁ ରହିଛି ଘରୋଇ ଉପଚାର। ଆସନ୍ତୁ ଜାଣିବା କେମତି ରାତିରେ ଆମେ ଶାନ୍ତିରେ ଶୋଇ ପାରିବା।

ସାଧାରଣତଃ ସମସ୍ତଙ୍କ ରୋଷେଇ ଘରେ ରସୁଣ ଥିବ। ରସୁଣ କେବଳ ଇନସୋମିଆ ରୋଗକୁ ଦୂରକରେ ତାହା ନୁହେଁ ଦୁର୍ବଳ ଲାଗିବା ଓ ଖରାପ ସ୍ୱପ୍ନ ଦେଖିବାରୁ ମୁକ୍ତି ଦେଇଥାଏ। ରସୁଣରେ ଜିଙ୍କର ପରିମାଣ ବହୁଳ ଭାବେ ରହିଛି। ଏହାର ସୁଗନ୍ଧ ମସ୍ତିଷ୍କରେ ସୁରକ୍ଷା ଭାବନା ଜାଗ୍ରତ କରିଥାଏ। ଥକାପଣରୁ ଆପଣ ଯନ୍ତ୍ରଣା ଅନୁଭବ କରୁଥିଲେ ତକିଆ ତଳେ ରସୁଣ ରଖନ୍ତୁ। ଏହା ବ୍ୟତୀତ ଆପଣ ରସୁଣ ପେଷ୍ଟ ମଧ୍ୟ ବ୍ୟବହାର କରି ପାରିବେ। ରସୁଣ ପେଷ୍ଟ ଶରୀରରେ ଜିଙ୍କ୍‌ ମାତ୍ରା ପୂରଣ କରିଥାଏ।

ଏହାସହିତ ଏକ ପ୍ୟାନ୍‌ରେ ରସୁଣ କୋଳ ନେଇ ଗୋଟିଏ ଗ୍ଲାସ୍ କ୍ଷୀର ମିଶାଇ ଦିଅନ୍ତୁ। ରସୁଣ ମିଶା କ୍ଷୀରକୁ ପ୍ରାୟ ୩ ମିନିଟ୍ ଯାଏଁ ଗରମ କରନ୍ତୁ। ଏହାପରେ ଏହି କ୍ଷୀରରେ ଗୋଟିଏ ଚାମଚ ମହୁ ମିଶାଇ ପିଇବା ଦ୍ୱାରା  ନିଦ ଆସି ଯାଇଥାଏ। ରସୁଣ ଖାଇବା ଦ୍ୱାରା ବ୍ଲଡ ସକ୍ୟୁଲେସନ୍ ଠିକ୍ ରହିଥାଏ ଏବଂ ହୃଦୟ ସମ୍ପର୍କତ ସମସ୍ୟା ଦୂର ହୋଇଥାଏ।

Related story