ଆପଣଙ୍କ ପାପୁଲିର ରେଖା ‘H’ ଭଳି ଦିଶୁଛିକି ! ଜାଣନ୍ତୁ କେମିତି ରହିବ ଆପଣଙ୍କ ଭବିଷ୍ୟତ

ଆମ ହାତ ପାପୁଲିରେ ବହୁତ ରେଖା ଛନ୍ଦି ଛନ୍ଦି ହୋଇ ରହିଥାଏ। ଏହି ରେଖାଗୁଡ଼ିକ ମିଶି ବିଭିନ୍ନ ପ୍ରକାରର ଇଂରାଜୀ ଅକ୍ଷରକୁ ସୂଚିତ କରିଥାଏ। ଟିକେ ଧ୍ୟାନରେ ଦେଖିଲେ ଏହା ଜାଣିପାରିବେ। ଏହି ଅକ୍ଷରୁ ହିଁ କିଛିମାତ୍ରାରେ ଜଣାପଡି ଯାଇଥାଏ ବ୍ୟକ୍ତିଙ୍କ ଭବିଷ୍ୟତ କେମିତି କଟିବ। ଜ୍ୟୋତିଷଶାସ୍ତ୍ର ଅନୁସାରେ କେତେକ ଲୋକଙ୍କ ହାତ ପାପୁଲିର ହାର୍ଟ ଲାଇନ ଓ ହେଡ୍ ଲାଇନ ମିଶି କୌଣସି ଅକ୍ଷର ହେଉଥିଲେ ସେ ଅକ୍ଷରରୁ ଭବିଷ୍ୟତ ଜାଣିହେବ। ତେବେ ଆପଣଙ୍କ ହାତରେ […]

nn

Rakesh Mallick
  • Published: Friday, 14 July 2017
  • , Updated: 14 July 2017, 10:13 AM IST

ଆମ ହାତ ପାପୁଲିରେ ବହୁତ ରେଖା ଛନ୍ଦି ଛନ୍ଦି ହୋଇ ରହିଥାଏ। ଏହି ରେଖାଗୁଡ଼ିକ ମିଶି ବିଭିନ୍ନ ପ୍ରକାରର ଇଂରାଜୀ ଅକ୍ଷରକୁ ସୂଚିତ କରିଥାଏ। ଟିକେ ଧ୍ୟାନରେ ଦେଖିଲେ ଏହା ଜାଣିପାରିବେ। ଏହି ଅକ୍ଷରୁ ହିଁ କିଛିମାତ୍ରାରେ ଜଣାପଡି ଯାଇଥାଏ ବ୍ୟକ୍ତିଙ୍କ ଭବିଷ୍ୟତ କେମିତି କଟିବ। ଜ୍ୟୋତିଷଶାସ୍ତ୍ର ଅନୁସାରେ କେତେକ ଲୋକଙ୍କ ହାତ ପାପୁଲିର ହାର୍ଟ ଲାଇନ ଓ ହେଡ୍ ଲାଇନ ମିଶି କୌଣସି ଅକ୍ଷର ହେଉଥିଲେ ସେ ଅକ୍ଷରରୁ ଭବିଷ୍ୟତ ଜାଣିହେବ। ତେବେ ଆପଣଙ୍କ ହାତରେ ଏପରି କିଛି ଅକ୍ଷର ଅଛି କି ? ଖାସ୍‌ କରି ହାର୍ଟ ଲାଇନ ଓ ହେଡ୍ ଲାଇନ ରେଖା ମିଶି ଏଚ୍‌ (H) ଅକ୍ଷରକୁ ସୂଚାଉ କି ? ଯଦି ସୂଚାଉଛି ତେବେ ଆସନ୍ତୁ ଜାଣିବା ଆପଣଙ୍କ ଭବିଷ୍ୟତ କିପରି ରହିବ।

୧. ଯଦି ଆପଣଙ୍କ ହାର୍ଟ ଲାଇନ୍‌ ଓ ହେଡ ଲାଇନ୍‌ ମିଶି ‘H’କୁ ସୂଚାଉଛି ତେବେ ଆପଣ ବହୁତ ଭାଗ୍ୟଶାଳୀ। ତଥାପି ଆପଣଙ୍କ ଜୀବନ ସଂଘର୍ଷମୟ।

୨. ‘H’ ଅକ୍ଷର ସୂଚାଉ ଥିବା ବ୍ୟକ୍ତି ଜନ୍ମରୁ ଭାଗ୍ୟଶାଳୀ ହୋଇ ନଥାନ୍ତି। ସମୟ ଆସିଲେ ଏମାନଙ୍କ ଭାଗ୍ୟର ତାଲା ଖୋଲିଥାଏ।

୩. ଏମାନଙ୍କ ଜୀବନ ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ରହିଥାଏ। ସମସ୍ତ ଗୁଣର ଅଧିକାରୀ ଏହି ବ୍ୟକ୍ତିଙ୍କ ଭାଗ୍ୟ ୨୧ ବର୍ଷ ପରେ ଖୋଲିଥାଏ।

୪. ଏହି ଚିହ୍ନ ଥିବା ଲୋକଙ୍କ ଗୁଣକୁ ଯଦି କେହି ଚିହ୍ନ ପାରନ୍ତି ଓ କିଛି କରିବାର ସୁଯୋଗ ଦିଅନ୍ତି ସେମାନେ ଆଉ ପଛକୁ ଫେରି ଚାହିଁ ନଥାନ୍ତି। ସଫଳତା ସେମାନଙ୍କ ପଛେ ପଛେ ଧାଇଁଥାଏ। ସଠିକ୍‌ ସୁଯୋଗ ନ ମିଳିବା ପର୍ଯ୍ୟନ୍ତ ଏମାନଙ୍କୁ ବହୁ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

୫. ଯେଉଁ କାମରେ ଏମାନେ ମାହିର ସେ କାମ ପାଇବାକୁ ସମୟ ଲାଗିଥାଏ। ଲମ୍ବା ସଂର୍ଘଷ ପରେ ମଧ୍ୟ ଏମାନେ ନିଜ ପସନ୍ଦର ସ୍ଥାନରେ ପହଞ୍ଚିବା ସମ୍ଭାବନା କମ୍ ଥାଏ।

 

Related story