ଦିନକୁ କେତେ କିଲୋମିଟର ବାଇକ୍ ଚଳାଉଛନ୍ତି: ସଚେତନ ହୁଅନ୍ତୁ ନହେଲେ ବିପଦରେ ପଡିବେ

ଏବେ ଗାଡ଼ିଘୋଡ଼ାର ଦୁନିଆ। ପାଦେ ଚାଲିବାକୁ କାହାର ଇଚ୍ଛା ନାହିଁ। ଘରୁ ବାହାରିଲେ ବାଇକ୍ ନହେଲେ କାର୍। ସାଇକେଲ୍ ଏବେ ଅଭାବି ମଣିଷର ଯାନ। ହେଲେ କେବେ ଭାବିଛନ୍ତି ଅଧିକ ବାଇକ୍ ଚଲାଇଲେ ଆପଣ ବିପଦକୁ ନିମନ୍ତ୍ରଣ କରୁଛନ୍ତି ବୋଲି। ବିଶେଷ କରି ପୁଅମାନେ ଘଣ୍ଟା ଘଣ୍ଟା ଧରି ବାଇକ୍ ଚଲାଇଥାନ୍ତି। ଲଙ୍ଗ ଡ୍ରାଇଭରେ ଯିବା ତ ପୁଅମାନଙ୍କ ଏକ ପ୍ରକାର ସଉକ। ହେଲେ ଅଧକ ସମୟ ବାଇକ ଚଲାଇବା ଦ୍ୱାରା ଏହା ଶରୀର ଉପରେ କୁପ୍ରଭାବ […]

bike

Rakesh Mallick
  • Published: Saturday, 03 June 2017
  • , Updated: 03 June 2017, 02:11 PM IST

ଏବେ ଗାଡ଼ିଘୋଡ଼ାର ଦୁନିଆ। ପାଦେ ଚାଲିବାକୁ କାହାର ଇଚ୍ଛା ନାହିଁ। ଘରୁ ବାହାରିଲେ ବାଇକ୍ ନହେଲେ କାର୍। ସାଇକେଲ୍ ଏବେ ଅଭାବି ମଣିଷର ଯାନ। ହେଲେ କେବେ ଭାବିଛନ୍ତି ଅଧିକ ବାଇକ୍ ଚଲାଇଲେ ଆପଣ ବିପଦକୁ ନିମନ୍ତ୍ରଣ କରୁଛନ୍ତି ବୋଲି। ବିଶେଷ କରି ପୁଅମାନେ ଘଣ୍ଟା ଘଣ୍ଟା ଧରି ବାଇକ୍ ଚଲାଇଥାନ୍ତି। ଲଙ୍ଗ ଡ୍ରାଇଭରେ ଯିବା ତ ପୁଅମାନଙ୍କ ଏକ ପ୍ରକାର ସଉକ। ହେଲେ ଅଧକ ସମୟ ବାଇକ ଚଲାଇବା ଦ୍ୱାରା ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ।

-ଲମ୍ବା ସମୟ ଧରି ବାଇକ୍ ଚଲାଇଲେ ଅଣ୍ଟା ବିନ୍ଧା ଭଳି ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ବଢି ଯାଇଥାଏ।।

-ଯଦି ଭୁଲ ପୋଶ୍ଟରରେ ବସି ବାଇକ୍ ଚଲାଉଛନ୍ତି, ତେବେ ସାବଧାନ। ଏହା ଆପଣଙ୍କୁ ଅଧିକ ରୋଗାକ୍ରାନ୍ତ କରିଦେବ।

-ଖରାରରେ ଯଦି ବାଇକ୍ ଚଲାଉଛନ୍ତି, ତେବେ ହାତ ଟାନିଂ ହୋଇ ଯାଇଥାଏ।

-ଶରୀର ଶୁଖା ଦେଖାଯାଏ। । ଗରମ ପବନ ମୁହଁରେ ବାଜିବା ଯୋଗୁଁ ତ୍ୱଚା ରୁକ୍ଷ ହୋଇ ଯାଇଥାଏ।

-ବେଳେ ବେଳେ ଧୂଳିଧୂଆଁକୁ ଖାତିର୍ ନକରି ଆମେ ବାଇକ୍ ଚଲାଇଥାଉ। ଯାହାକି ସ୍ୱାସ୍ଥ୍ୟ ପ୍ରତି ଖୁବ୍ ବିପଦ।

-ଟ୍ରାଫିକ୍ ପୋଲିସ୍ ଭୟରେ ଆମେ କେବଳ ରାଜରାସ୍ତାରେ ଯିବା ବେଳେ ହେଲମେଟ୍ ପିନ୍ଧୁ। ସାହି ଗଳିକନ୍ଦିରେ ବାଇକ୍ ଚଳାଇବା ବେଳେ ହେଲମେଟ୍ ପିନ୍ଧିବାକୁ ଇଚ୍ଛା ପ୍ରକାଶ କରି ନଥାଉ। ଯାହାକି ବାଇକ୍ ଚାଳକଙ୍କୁ ବିପଦରେ ପକାଇଥାଏ।

ସୌଜନ୍ୟ଼- ଅମର ଓଜଲା

Related story