ଚା’ ନୁହେଁ ତ ଔଷଧ: ଜାଣନ୍ତୁ ୫ଟି ଉପକାର

ସକାଳର ଆରମ୍ଭ ହୋଇଥାଏ ଚା’ରୁ। ଟିକେ ଚା’ ନ ମିଳିଲେ ସବୁ କିଛି ଅସମ୍ପୂର୍ଣ୍ଣ ଲାଗେ। କୌଣସି କାମରେ ମନ ଲାଗେନି। ସକାଳର ଆରମ୍ଭ ଅନେକ ଲୋକ ବିଭିନ୍ନ ପ୍ରକାର ଚା’ ପିଇ କରନ୍ତି। କେହି ଖୀର ଚା’ ତ କେହି ନାଲି ଚା’, ଆଉ କେହି ଲେମନ୍‌ ଟି ତ କେହି ସୁଗାର-ଫ୍ରି ଚା’ ପିଇବାକୁ ପସନ୍ଦ କରିଥାନ୍ତି। ହେଲେ ଲବଙ୍ଗରେ ପ୍ରସ୍ତୁତ ଚା’ କୁ କମ୍‌ ଲୋକ ପିଇଥାନ୍ତି। ତେବେ ଆସନ୍ତୁ ଆଜି ଏହି […]

CloveTea

Rakesh Mallick
  • Published: Friday, 23 June 2017
  • , Updated: 23 June 2017, 09:01 AM IST

ସକାଳର ଆରମ୍ଭ ହୋଇଥାଏ ଚା’ରୁ। ଟିକେ ଚା’ ନ ମିଳିଲେ ସବୁ କିଛି ଅସମ୍ପୂର୍ଣ୍ଣ ଲାଗେ। କୌଣସି କାମରେ ମନ ଲାଗେନି। ସକାଳର ଆରମ୍ଭ ଅନେକ ଲୋକ ବିଭିନ୍ନ ପ୍ରକାର ଚା’ ପିଇ କରନ୍ତି। କେହି ଖୀର ଚା’ ତ କେହି ନାଲି ଚା’, ଆଉ କେହି ଲେମନ୍‌ ଟି ତ କେହି ସୁଗାର-ଫ୍ରି ଚା’ ପିଇବାକୁ ପସନ୍ଦ କରିଥାନ୍ତି। ହେଲେ ଲବଙ୍ଗରେ ପ୍ରସ୍ତୁତ ଚା’ କୁ କମ୍‌ ଲୋକ ପିଇଥାନ୍ତି। ତେବେ ଆସନ୍ତୁ ଆଜି ଏହି ଚା’ର ଔଷଧୀୟ ଗୁଣ ଓ ଉପକାରିତା ସଂପର୍କରେ ଜାଣିବା।

୧- ଯଦି ଆପଣଙ୍କ ଦାନ୍ତରେ ସମସ୍ୟା ରହିଛି, ତେବେ ଏହି ଚା’ କୁ ପ୍ରତ୍ୟେକ ଦିନ ପିଅନ୍ତୁ। ଏହା ଦାନ୍ତ ମୂଳ ମଜଭୁତ ରଖିବା ସହ ମୁହଁରୁ ବ୍ୟାକ୍ଟେରିଆ ମାରିଥାଏ।

୨- ଯହି ଆପଣଙ୍କୁ ଥଣ୍ଡା ହୋଇଛି ଓ ଆପଣ କଫ ସମସ୍ୟା ଭୋଗୁଛନ୍ତି, ତେବେ ଲବଙ୍ଗ ଚା’ ପିଅନ୍ତୁ। ଏହା କଫକୁ ଜମି ରହିବାକୁ ଦେବନି।

୩- ଲବଙ୍ଗରେ ମ୍ୟାଗ୍ନେସିୟମର ଶକ୍ତି ଥାଏ। ଯାହା ବ୍ୟାକ୍ଟେରିଆକୁ ମାରିବା ସହ ହଜମ ଶକ୍ତି ମଧ୍ୟ ବଢାଇଥାଏ।

୪-ଏସିଡିଟି ଓ ପେଟଜନିତ ସମସ୍ୟାରୁ ମଧ୍ୟ ଲବଙ୍ଗ ଚା’ ମୁକ୍ତି ଦିଏ। ଏହାକୁ ପିଇବା ଦ୍ୱାରା ପେଟରୁ ଗ୍ୟାସ ସମସ୍ୟା ଦୂର ହୁଏ।

୫- ଲବଙ୍ଗ ଚା’ ତ୍ୱଚାକୁ ସତେଜ ରଖିବାରେ ମଧ୍ୟ ସାହାଯ୍ୟ କରେ।  ଏହାକୁ ନିୟମିତ ସକାଳେ ପିଇବା ଦ୍ୱାରା ସାରାଦିନ ତ୍ୱଚା ତାଜା ରହିଥାଏ।

Related story