୧୭ ଜୁଲାଇ, ସୋମବାର: କେମିତି କଟିବ ଆଜିର ଦିନ

ମେଷ- ଏହି ରାଶିର ବ୍ୟକ୍ତିଙ୍କୁ ଆଜି ସମ୍ମାନ ମିଳିବ, କିନ୍ତୁ କୌଣସି କ୍ଷେତ୍ରରେ ଅର୍ଥ ନିବେଶ କରନ୍ତୁ ନାହିଁ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ବୃଷ- ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ରୋଜଗାରରେ ନିଜ ପସନ୍ଦ ଅନୁଯାୟୀ ସଫଳତା ମିଳିବ। ଏହାସହିତ ମନ ପ୍ରଫୁଲ୍ଲିତ ରହିବ। ମିଥୁନ- ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ। କର୍କଟ- ଏହି ରାଶିର ବ୍ୟକ୍ତିଙ୍କର ଯେଉଁ ସବୁ ସମସ୍ୟା ରହିଛି ଆଜି ତାହାର […]

zodaic

Rakesh Mallick
  • Published: Monday, 17 July 2017
  • , Updated: 17 July 2017, 08:11 AM IST

ମେଷ- ଏହି ରାଶିର ବ୍ୟକ୍ତିଙ୍କୁ ଆଜି ସମ୍ମାନ ମିଳିବ, କିନ୍ତୁ କୌଣସି କ୍ଷେତ୍ରରେ ଅର୍ଥ ନିବେଶ କରନ୍ତୁ ନାହିଁ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ବୃଷ- ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ରୋଜଗାରରେ ନିଜ ପସନ୍ଦ ଅନୁଯାୟୀ ସଫଳତା ମିଳିବ। ଏହାସହିତ ମନ ପ୍ରଫୁଲ୍ଲିତ ରହିବ।

ମିଥୁନ- ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ।

କର୍କଟ- ଏହି ରାଶିର ବ୍ୟକ୍ତିଙ୍କର ଯେଉଁ ସବୁ ସମସ୍ୟା ରହିଛି ଆଜି ତାହାର ସମାଧାନ ହୋଇପାରେ। ଧନ ପ୍ରାପ୍ତି ହେବ। ମାନ-ସମ୍ମାନ ବଢ଼ିବ।

ସିଂହ- ଉଚ୍ଚାଧିକାରୀଙ୍କ ସହଯୋଗ ମିଳିବ। ନୂଆ ଯାନାବାହନ କିଣି ପାରନ୍ତି।

କନ୍ୟା- ଚାକିରିରେ ପରିବର୍ତ୍ତନ ହୋଇପାରେ। ଧନହାନି ହେବାର ସମ୍ଭାବନା ରହିଛି। ଘରକୁ ଅତିଥି ଆସି ପାରନ୍ତି।

ତୁଳା- ପୁରୁଣା ବନ୍ଧୁଙ୍କ ସହ ସମ୍ପର୍କ ନିବିଡ଼ ହୋଇପାରେ। କିଛି ନୂଆ ଜିନିଷ କିଣି ପାରନ୍ତି। ଆଜି ଦିନଟି ଆପଣଙ୍କର ଭଲରେ କଟିବ।

ବିଛା- ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଯିବାଆସିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ତେଣୁ ସତର୍କତା ଅବଲମ୍ବନ କରନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ- ଏହି ରାଶିର ବ୍ୟକ୍ତିମାନେ ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ହଠାତ୍ ଖର୍ଚ୍ଚାନ୍ତ ହୋଇପାରନ୍ତି।

ମକର- ମାଲିମକଦ୍ଦମାରେ ସଫଳତା ମିଳିବ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି।

କୁମ୍ଭ- ଆଜି କୌଣସି କ୍ଷେତ୍ରରୁ ଉପହାର ଗ୍ରହଣ କରି ପାରନ୍ତି। ମାନ-ସମ୍ମାନ ମିଳିବ। ଏହସହିତ ମହିଳାଙ୍କ ସହଯୋଗ ମିଳିପାରେ।

ମୀନ- ସମ୍ମାନ ହାନି ହେବାର ଆଶଙ୍କା ରହିଛି। ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।

Related story