Advertisment

ଡାଇବେଟିସ୍‌ ଓ କୋଲେଷ୍ଟ୍ରଲ୍‌ ନିୟନ୍ତ୍ରଣ କରିବ ଧନିଆ ପାଣି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ଖାଦ୍ୟ ତାଲିକାରେ ମସଲାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଗୁଡ଼ିକ ମଧ୍ୟରେ ଗୋଲମରିଚ, ଡାଲଚିନି, ଗୁଜୁରାତି, ମେଥି, ହଳଦୀ, ଧନିଆ ଓ ତେଜରାତି ଭଳି ମସଲା ଜାତୀୟ ଦ୍ରବ୍ୟ ରହିଛି। ଏସବୁ ବିନା ଭାରତୀୟ ଖାଦ୍ୟ କେବେ ହେଲେ ସ୍ୱାଦିଷ୍ଟ ହୁଏନାହିଁ। ଆପଣ ଏହା ନିଶ୍ଚିତ ଶୁଣିଥିବେ ଯେ, ଅଧିକ ମସଲା ଖାଇବା ସ୍ୱାସ୍ଥ୍ୟହାନି କରାଏ। କିନ୍ତୁ ଏ କଥା ମନେ ରଖନ୍ତୁ ଯେ, ଅନେକ ସମୟରେ ଏହି ମସଲାର ଆବଶ୍ୟକ […]

ଡାଇବେଟିସ୍‌ ଓ କୋଲେଷ୍ଟ୍ରଲ୍‌ ନିୟନ୍ତ୍ରଣ କରିବ ଧନିଆ ପାଣି

ttt

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ଖାଦ୍ୟ ତାଲିକାରେ ମସଲାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଗୁଡ଼ିକ ମଧ୍ୟରେ ଗୋଲମରିଚ, ଡାଲଚିନି, ଗୁଜୁରାତି, ମେଥି, ହଳଦୀ, ଧନିଆ ଓ ତେଜରାତି ଭଳି ମସଲା ଜାତୀୟ ଦ୍ରବ୍ୟ ରହିଛି। ଏସବୁ ବିନା ଭାରତୀୟ ଖାଦ୍ୟ କେବେ ହେଲେ ସ୍ୱାଦିଷ୍ଟ ହୁଏନାହିଁ।

Advertisment

ଆପଣ ଏହା ନିଶ୍ଚିତ ଶୁଣିଥିବେ ଯେ, ଅଧିକ ମସଲା ଖାଇବା ସ୍ୱାସ୍ଥ୍ୟହାନି କରାଏ। କିନ୍ତୁ ଏ କଥା ମନେ ରଖନ୍ତୁ ଯେ, ଅନେକ ସମୟରେ ଏହି ମସଲାର ଆବଶ୍ୟକ ପରିମାଣର ବ୍ୟବହାର ଆପଣଙ୍କ ଅନେକ ରୋଗକୁ ନିୟନ୍ତ୍ରଣ କରିଥାଏ।

ଏ ସମସ୍ତ ମସଲା ମଧ୍ୟରେ ଧନିଆ ଏପରି ଏକ ମସଲା ଯାହାକୁ ଖାଇବା ପାଇଁ ଆୟୁର୍ବେଦ ପରାମର୍ଶ ଦେଇଥାଏ। ଏହି ଧନିଆରେ ଅନେକ ଔଷଧୀୟ ଗୁଣ ରହିଛି। ଯାହାକୁ ପ୍ରୟୋଗ କରି ଆପଣ ଡାଇବେଟିସ୍‌, କୋଲେଷ୍ଟ୍ରଲ୍‌ ପରି ରୋଗକୁ ନିୟନ୍ତ୍ରଣ କରିପାରିବେ।

Advertisment

ଡାଇବେଟିସ୍‌ ଏପରି ଏକ ରୋଗ ଯାହା ମଣିଷ ଶରୀରରେ ରୋଗପ୍ରତିରୋଧକ ଶକ୍ତିକୁ ନଷ୍ଟ କରିଦିଏ, ଯାହା ଆପଣଙ୍କ ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ। ମସଲା ମଧ୍ୟରେ ଧନିଆକୁ ସମସ୍ତ ବ୍ୟଞ୍ଜନ ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଇଥାଏ। ଏହାର ପତ୍ର ଓ ମଞ୍ଜିରେ ଅନେକ ଔଷଧୀୟ ଗୁଣ ରହିଛି। କୁହାଯାଏ ଧନିଆ ହେଉଛି ବିଶ୍ୱର ସବୁଠାରୁ ପୁରୁଣା ମସଲା। ଏହାକୁ ଚିନି ମସଲାରେ ମଧ୍ୟ ବ୍ୟବହାର କରାଯାଇଥାଏ। ତେବେ ଧନିଆ ପାଣି ଆପଣଙ୍କ ଶରୀରରେ ସୁଗାର୍‌ର ସ୍ତରକୁ ନିୟନ୍ତ୍ରଣ କରିଥାଏ। ତେବେ ଆସନ୍ତୁ ଜାଣିବା ଏହା କିପରି ଆପଣଙ୍କୁ ସାହାଯ୍ୟ କରିବ।

ଗବେଷଣା ରିପୋର୍ଟ ଅନୁସାରେ ଧନିଆ ପାଣିରେ କିଛି ଯୌଗିକ ପଦାର୍ଥ ରହିଛି।  ଯାହା ରକ୍ତରେ ମିଶିବା ପରେ ଆଣ୍ଟି-ହାଇପର୍‌ଗ୍ଲାଇକେମିକ୍‌ ଇନ୍‌ସୁଲିନ୍‌କୁ ଡିସ୍‌ଚାର୍ଜ କରି ନୂଆ ଇନ୍‌ସୁଲିନ୍‌ ଉତ୍ପାଦନ କରିଥାଏ। ଏହାଦ୍ୱାରା ଆପଣଙ୍କ ରକ୍ତରେ ଗ୍ଲୁକୋଜ୍‌ର ସ୍ତର ନିୟନ୍ତ୍ରିତ ହୋଇ ରହିଥାଏ। ଯଦି ଆପଣ ଡାଇବେଟିସ୍‌ରେ ପୀଡ଼ିତ, ତେବେ ଧନିଆ ପାଣି ପ୍ରସ୍ତୁତ କରି ପାନ କରନ୍ତୁ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ୨୦୦ ଗ୍ରାମ୍‌ ଧନିଆ ମଞ୍ଜି ଆଣନ୍ତୁ ଏବଂ ଏହାକୁ ୨ ଲିଟର୍‌ ପାଣିରେ ବତୁରାଇ ରଖନ୍ତୁ। ଏହାକୁ ରାତିସାରା ଭିଜାଇ ରଖନ୍ତୁ। ସକାଳେ ଧନିଆରୁ ପାଣି ବାହାର କରି ଏହାର ପାଣିକୁ ଖାଲି ପେଟରେ ପିଅନ୍ତୁ। କେବଳ ସକାଳେ ନୁହେଁ, ପୂରା ଦିନ ମଧ୍ୟ ଆପଣ ଏହି ପାଣି ପିଇପାରିବେ।
ଏହି ପାଣିକୁ ପିଇବା ପରେ ଧୀରେ ଧୀରେ ଆପଣଙ୍କ ବ୍ଲଡ୍‌ ସୁଗାର୍‌ର ସ୍ତର ନିୟନ୍ତ୍ରଣରେ ରହିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe