ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆଜିକାଲି ଚାଲିଛି ଫ୍ୟାଶନେବଲ୍ ଗହଣାର ଟ୍ରେଣ୍ଡ୍। ଶାଢ଼ୀ କି ଡ୍ରେସ୍, ଜିନ୍ସ୍ ହେଉ ଅବା ସଲୱାର୍, ସବୁଥିରେ ଆଜିକାଲିର ଯୁବତୀମାନେ ଭିନ୍ନ ଭିନ୍ନ ଫ୍ୟାଶନେବଲ୍ ଅଳଙ୍କାର ପିନ୍ଧିବାକୁ ଭଲ ପାଉଛନ୍ତି। ହେଲେ ଏହି ଦାମୀ ଗହଣା ଗୁଡ଼ିକର ଚମକ୍ ଅଧିକ ଦିନ ଯାଏ ରୁହେ ନାହିଁ। ଖୁବ୍ଶୀଘ୍ର ଏ ଗୁଡ଼ିକ କଳା ପଡ଼ିଯାଏ, ନହେଲେ ଏଥିରୁ ପଥର ଖସିଯାଏ ଅବା ଏହା ନଷ୍ଟ ହୋଇଯାଏ। ସଉକରେ କିଣିଥିବା ଫ୍ୟାଶନ୍ ଗହଣା ଶୀଘ୍ର ଖରାପ ହୋଇଗଲେ, ଆପଣଙ୍କ ମନ ବି ମରିଯାଏ। ତେଣୁ ଏଗୁଡ଼ିକୁ ଅଧିକ ଦିନ ଯାଏ ବ୍ୟବହାର କରିବାକୁ ହେଲେ, ଏ ସବୁର ଯତ୍ନ ନେବା ନିହାତି ଆବଶ୍ୟକ। ତେବେ ନିଜ ଫ୍ୟାଶନେବଲ୍ ଗହଣା ସବୁର ଚମକକୁ ବଜାୟ ରଖିବା ପାଇଁ ଏ ସବୁର ଯତ୍ନ ନେବା ଜରୁରୀ।
ଏବେ ଆସନ୍ତୁ ଜାଣବା, ଆପଣ କେମିତି ଫ୍ୟାଶନେବଲ୍ ଗହଣା ଗୁଡ଼ିକର ଯତ୍ନ ନେବେ।
୧. ଫ୍ୟାଶନେବଲ୍ ଗହଣା ଗୁଡ଼ିକୁ ସବୁବେଳେ ବ୍ୟବହାର କରନ୍ତୁ ନାହିଁ। ଏହାକୁ ପ୍ରତିଦିନ ପିନ୍ଧିଲେ, ଏହାର ରଙ୍ଗ ଓ ଚମକରେ ପରିବର୍ତ୍ତନ ଆସିଥାଏ।
୩. ପିତ୍ତଳ, ତମ୍ବା ବା ବ୍ରୋଞ୍ଜ୍ର ଅଳଙ୍କାର ଅକ୍ସିଡାଇଜ୍ଡ ହୋଇ ନିଜର ଅସଲି ରଙ୍ଗ ହରାଇଥାନ୍ତି। ସେଥିପାଇଁ କ୍ରିମ୍, ଲୋଶନ୍ ଓ ପର୍ଫ୍ୟୁମ୍ ଆଦି ଲଗାଇବା ପୂର୍ବରୁ ନିଜ ଗହଣାକୁ ଓହ୍ଲାଇ ରଖି ଦିଅନ୍ତୁ ।
୫. ଫ୍ୟାଶନେବଲ୍ ଗହଣାକୁ ଏସିଡ୍, ଆଲକହଲ୍, ଭିନେଗାର ବା ଆମୋନିଆରେ ସଫା କରନ୍ତୁ ନାହିଁ।