ଜାଣନ୍ତୁ କେମିତି ତିଆରି ହୁଏ 'କଲିଜା ଦୋପିଆଜା'

ଆବଶ୍ୟକ ସାମଗ୍ରୀ: ମଟନ୍ କିମ୍ବା ଚିକେନ୍ କଲିଜା, ପିଆଜ, ଟମାଟୋ, ଗରମ ମସଲା ପାଉଡ଼ର, ଅଦା-ରସୁଣ ଛେଚା, ଜିରା, କଞ୍ଚାଲଙ୍କା, ଗୁଜୁରାତି, ତେଲ, ଲବଙ୍ଗ, ଗୋଲମରିଚ, ଧନିଆ ପତ୍ର, ଡ଼ାଲଚିନି, ଲୁଣ ଓ ହଳଦି। ପ୍ରସ୍ତୁତି: ପ୍ରଥମେ କଲିଜାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ପିଆଜ, ଅଦା, ରସୁଣ ଓ କଞ୍ଚାଲଙ୍କାକୁ ମଧ୍ୟ ଛୋଟ ଛୋଟ କାଟି ଦିଅନ୍ତୁ। କଡ଼େଇରେ ତେଲ ଗରମ କରି ପିଆଜକୁ ଭଲ ଭାବେ ଭାଜନ୍ତୁ। ପିଆଜ ଲାଲ ହୋଇ ଆସିଲେ […]

food

Chinmayee Roy
  • Published: Thursday, 09 May 2019
  • , Updated: 09 May 2019, 01:35 PM IST

ଆବଶ୍ୟକ ସାମଗ୍ରୀ: ମଟନ୍ କିମ୍ବା ଚିକେନ୍ କଲିଜା, ପିଆଜ, ଟମାଟୋ, ଗରମ ମସଲା ପାଉଡ଼ର, ଅଦା-ରସୁଣ ଛେଚା, ଜିରା, କଞ୍ଚାଲଙ୍କା, ଗୁଜୁରାତି, ତେଲ, ଲବଙ୍ଗ, ଗୋଲମରିଚ, ଧନିଆ ପତ୍ର, ଡ଼ାଲଚିନି, ଲୁଣ ଓ ହଳଦି।

ପ୍ରସ୍ତୁତି: ପ୍ରଥମେ କଲିଜାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ପିଆଜ, ଅଦା, ରସୁଣ ଓ କଞ୍ଚାଲଙ୍କାକୁ ମଧ୍ୟ ଛୋଟ ଛୋଟ କାଟି ଦିଅନ୍ତୁ। କଡ଼େଇରେ ତେଲ ଗରମ କରି ପିଆଜକୁ ଭଲ ଭାବେ ଭାଜନ୍ତୁ। ପିଆଜ ଲାଲ ହୋଇ ଆସିଲେ ସେଥିରେ ଅଦା-ରସୁଣ ଛେଚା ଓ କଞ୍ଚାଲଙ୍କା ପକାଇ କଷନ୍ତୁ। ଏହା କଷି ହୋଇଗଲେ ସେଥିରେ ଟମାଟୋ, ଦହି, କଲିଜା, ଲୁଣ, ହଳଦି ଓ ଗରମ ମସଲା ଦେଇ ଘୋଡ଼ାଇ ଦିଅନ୍ତୁ । କଲିଜା ସିଝିଗଲେ ସେଥିରେ କଟା ଧନିଆପତ୍ର ଦେଇ ପରଷନ୍ତୁ   ଗରମା ଗରମ ‘କଲିଜା ଦୋପିଆଜା’ ।

Related story