ଚାଲନ୍ତୁ ତିଆରି କରିବା ଆମ୍ବ ଲଡ଼ୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ଖରା ଦିନେ ବଜାରରେ ଭଳିକି ଭଳି ଆମ୍ୱର ପସରା ମେଲାଇ ବସୁଛନ୍ତି ବେପାରୀ। ଆମେ ବି ଏହାକୁ ଖାଇବା ବିନା ଲୋଭ ସମ୍ବରଣ କରିପାରୁନୁ। ହେଲେ ଆମ୍ୱରୁ ପ୍ରସ୍ତୁତ ସ୍ୱାଦିଷ୍ଟ ଲଡୁ କେବେ ଖାଇଛନ୍ତି, କି? ଆସନ୍ତୁ ଆଜି ଜାଣିବା ଏହାର ପ୍ରସ୍ତୁତି ବିଷୟରେ। ଆବଶ୍ୟକ ସାମଗ୍ରୀ: ଆମ୍ବ ରସ, ବେସନ, ପେଶା ଚିନି, ଘିଅ, ମଲାଇ, ସୁଜି, ଗୁଜୁରାତି ଗୁଣ୍ଡ କଟା ଡ୍ରାଏଫ୍ରୁଟ୍‌। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ଘିଅ […]

laddu

Chinmayee Roy
  • Published: Saturday, 08 June 2019
  • , Updated: 08 June 2019, 01:57 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ଖରା ଦିନେ ବଜାରରେ ଭଳିକି ଭଳି ଆମ୍ୱର ପସରା ମେଲାଇ ବସୁଛନ୍ତି ବେପାରୀ। ଆମେ ବି ଏହାକୁ ଖାଇବା ବିନା ଲୋଭ ସମ୍ବରଣ କରିପାରୁନୁ। ହେଲେ ଆମ୍ୱରୁ ପ୍ରସ୍ତୁତ ସ୍ୱାଦିଷ୍ଟ ଲଡୁ କେବେ ଖାଇଛନ୍ତି, କି? ଆସନ୍ତୁ ଆଜି ଜାଣିବା ଏହାର ପ୍ରସ୍ତୁତି ବିଷୟରେ।

ଆବଶ୍ୟକ ସାମଗ୍ରୀ: ଆମ୍ବ ରସ, ବେସନ, ପେଶା ଚିନି, ଘିଅ, ମଲାଇ, ସୁଜି, ଗୁଜୁରାତି ଗୁଣ୍ଡ କଟା ଡ୍ରାଏଫ୍ରୁଟ୍‌।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ଘିଅ ଗରମ କରି ଏଥିରେ ବେସନ ଓ ସୁଜି ଓ ଚିନି ପକାଇ ଧିମା ଆଞ୍ଚରେ ହାଲକା ଭାଜନ୍ତୁ। ଭାଜି ହୋଇଗଲେ ଏଥିରେ ଧିରେ ଧିରେ ଆମ୍ବ ରସ ଢାଳିବା ସହିତ ଏହାକୁ ଭଲ ଭାବେ ଗୋଳାନ୍ତୁ। ସମ୍ପୂର୍ଣ୍ଣ ମିଶିଯିବା ପର୍ଯ୍ୟନ୍ତ ଏହାକୁ ଗୋଳାନ୍ତୁ। ଏବେ ଏହାକୁ ବାହାର କରି ଥଣ୍ଡା ହେବାକୁ ଛାଡ଼ିଦିଅନ୍ତୁ।

ବର୍ତ୍ତମାନ ଏହାକୁ ମଧ୍ୟମ ଆଞ୍ଚରେ ରଖି ପୁଣି ୫ ମିନିଟ୍‌ ଯାଏ ଭାଜନ୍ତୁ। ଏହା ତେଲ ଛାଡ଼ିବା ଆରମ୍ଭ କଲେ ଆଞ୍ଚରୁ ଓହ୍ଲାଇ ଦିଅନ୍ତୁ। ଏବେ ଏହା ଉପରେ କଟା ଡ୍ରାଏ ଫ୍ରୁଟ୍‌ ପକାଇ ଘୋଡ଼ାଇ ଦିଅନ୍ତୁ। ଥଣ୍ଡା ହୋଇଗଲା ପରେ ଏଥିରେ ଗୁଜୁରାତି ଗୁଣ୍ଡ ପକାଇ ଗୋଲ ଗୋଲ ଲଡ଼ୁ ତିଆରି କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ଆମ୍ବ ଲଡ଼ୁ’।

Related story