Advertisment

ସନ୍ଧ୍ୟାରେ ଚା’ ସହିତ ପରଷନ୍ତୁ ଗରମା ଗରମ ଓଟ୍‌ସ ପକୋଡ଼ା

ଆବଶ୍ୟକ ସାମଗ୍ରୀ: ଓଟ୍‌ସ ବେସନ ଚାଉଳ ଗୁଣ୍ଡ କଟା କଞ୍ଚା ଲଙ୍କା କଟା ଅଦା କଟା ପିଆଜ କଟା ଧନିଆ ପତ୍ର ଭୃସଙ୍ଗ ପତ୍ର କଟା ରସୁଣ ସ୍ବାଦାନୁସାରେ ଲୁଣ ଛାଣିବା ପାଇଁ ତେଲ   ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଓଟ୍‌ସକୁ ଗରମ ପାଣିରେ ଭିଜାଇ ରଖନ୍ତୁ। ପାଖାପାଖି ୪୦ରୁ ୫୦ ମିନିଟ୍ ପରେ ଏହାକୁ ପାଣିରୁ ଛାଣି ଏକ ବଡ଼ ପାତ୍ରରେ ରଖନ୍ତୁ। ଏବେ ଏଥିରେ ବେସନ, ଚାଉଳ ଗୁଣ୍ଡ, ପିଆଜ, କଟା ରସୁଣ ଧନିଆ […]

ଅଦ୍ୟତନ ହୋଇଛି
ସନ୍ଧ୍ୟାରେ ଚା’ ସହିତ ପରଷନ୍ତୁ ଗରମା ଗରମ ଓଟ୍‌ସ ପକୋଡ଼ା

pakoda

Advertisment

ଆବଶ୍ୟକ ସାମଗ୍ରୀ:

  • ଓଟ୍‌ସ
  • ବେସନ
  • ଚାଉଳ ଗୁଣ୍ଡ
  • କଟା କଞ୍ଚା ଲଙ୍କା
  • କଟା ଅଦା
  • କଟା ପିଆଜ
  • କଟା ଧନିଆ ପତ୍ର
  • ଭୃସଙ୍ଗ ପତ୍ର
  • କଟା ରସୁଣ
  • ସ୍ବାଦାନୁସାରେ ଲୁଣ
  • ଛାଣିବା ପାଇଁ ତେଲ
Advertisment

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଓଟ୍‌ସକୁ ଗରମ ପାଣିରେ ଭିଜାଇ ରଖନ୍ତୁ। ପାଖାପାଖି ୪୦ରୁ ୫୦ ମିନିଟ୍ ପରେ ଏହାକୁ ପାଣିରୁ ଛାଣି ଏକ ବଡ଼ ପାତ୍ରରେ ରଖନ୍ତୁ। ଏବେ ଏଥିରେ ବେସନ, ଚାଉଳ ଗୁଣ୍ଡ, ପିଆଜ, କଟା ରସୁଣ ଧନିଆ ପତ୍ର, କଞ୍ଚାଲଙ୍କା, ଭୃସଙ୍ଗ ପତ୍ର, ଅଦା ଏବଂ ଲୁଣ ପକାଇ ଭଲ ଭାବେ ମିଶାଇ ଗାଢ଼ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଭଲ ଭାବେ ଗରମ ହୋଇଗଲା ପରେ ଏଥିରେ ମିଶ୍ରଣକୁ ଛୋଟ ଛୋଟ ପକୁଡ଼ି ଭଳି କରି ପକାନ୍ତୁ। ଏଗୁଡ଼ିକୁ ହାଲକା ଲାଲ୍ ହେବା ପର୍ଯ୍ୟନ୍ତ ଛାଣନ୍ତୁ। ପକୁଡ଼ି ହୋଇଗଲା ପରେ ଏକ ପ୍ଲେଟ୍‌ରେ ଟିସୁ ପେପର ପକାଇ ପକୁଡ଼ି ବାହାର କରନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ‘ଓଟ୍‌ସ’ ପକୋଡ଼ା। ସନ୍ଧ୍ୟାରେ ଚା’ ସହିତ ଗରମ ଗରମ ଖାଆନ୍ତୁ।

ଆଗକୁ ପଢ଼ନ୍ତୁ : ଅଧିକ ଲୁଣ ଖାଉଛନ୍ତି କି? ସାବଧାନ୍ ରୋଗରେ ପଡ଼ିପାରନ୍ତି

Orissa Food Odia Food Recipe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe