ଘରେ ପ୍ରସ୍ତୁତ କରନ୍ତୁ ମଟନ୍‌ ହାଲିମ୍

ଆବଶ୍ୟକ ସାମଗ୍ରୀ: ମଟନ୍‌, ମୁଗ ଡାଲି, ବୁଟ ଡାଲି, ଗହମ, ଘିଅ, ଲବଙ୍ଗ, ତେଜପତ୍ର, କେଶର, ବଟା କଞ୍ଚାଲଙ୍କା, ଜାୟତ୍ରୀ, ଗୁଜୁରାତି, ଅଦା ଓ ରସୁଣ ବଟା, ଭଜା ପିଆଜ ଏବଂ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆବଶ୍ୟକ ପରିମାଣର ଡାଲି (ଉଭୟ ମୁଗ ଓ ବୁଟ) ଓ ଗହମକୁ ଦୁଇଘଣ୍ଟା ପାଇଁ ପାଣିରେ ବତୁରେଇ ଦିଅନ୍ତୁ। ଏହା ବତୁରିଯିବା ପରେ କଡ଼େଇରେ ଘିଅ ଗରମ କରି ଏଥିରେ ତେଜପତ୍ର, ଲବଙ୍ଗ, ଜାୟତ୍ରୀ ଓ ଗୁଜୁରାତି ପକାନ୍ତୁ। ପରେ […]

muttonhaleem

Jitendra Garnayak
  • Published: Friday, 24 August 2018
  • , Updated: 24 August 2018, 12:48 PM IST

ଆବଶ୍ୟକ ସାମଗ୍ରୀ: ମଟନ୍‌, ମୁଗ ଡାଲି, ବୁଟ ଡାଲି, ଗହମ, ଘିଅ, ଲବଙ୍ଗ, ତେଜପତ୍ର, କେଶର, ବଟା କଞ୍ଚାଲଙ୍କା, ଜାୟତ୍ରୀ, ଗୁଜୁରାତି, ଅଦା ଓ ରସୁଣ ବଟା, ଭଜା ପିଆଜ ଏବଂ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆବଶ୍ୟକ ପରିମାଣର ଡାଲି (ଉଭୟ ମୁଗ ଓ ବୁଟ) ଓ ଗହମକୁ ଦୁଇଘଣ୍ଟା ପାଇଁ ପାଣିରେ ବତୁରେଇ ଦିଅନ୍ତୁ।

ଏହା ବତୁରିଯିବା ପରେ କଡ଼େଇରେ ଘିଅ ଗରମ କରି ଏଥିରେ ତେଜପତ୍ର, ଲବଙ୍ଗ, ଜାୟତ୍ରୀ ଓ ଗୁଜୁରାତି ପକାନ୍ତୁ। ପରେ ଏଥିରେ ଅଦା ଓ ରସୁଣ ବଟାକୁ ପକାଇ ମସଲାକୁ କଷନ୍ତୁ। ମସଲାର ରଙ୍ଗ ହାଲ୍‌କା ଲାଲ୍‌ ହେବା ଯାଏ ଏହାକୁ କଷନ୍ତୁ। ବର୍ତ୍ତମାନ ମଟନ୍‌ ସହ କଞ୍ଚା ଲଙ୍କା ପେଷ୍ଟ୍‌, ହଳଦୀ ଗୁଣ୍ଡ, ଲୁଣ ଓ କେଶର ପକାଇ ଦିଅନ୍ତୁ। ମଟନ୍‌ ଅଧା ସିଝିବା ଯାଏ ମିଶ୍ରଣକୁ କଷନ୍ତୁ । ଏବେ ଏଥିରେ ପୂର୍ବରୁ ବତୁରିଥିବା ଗହମ ଓ ଡାଲି ପକାଇ ଦିଅନ୍ତୁ। ଡାଲି ପୁରା ସିଝିବା ସହ ଏହା ମିଶିବା ଯାଏ ମଟନ୍‌କୁ କଷନ୍ତୁ। ମଟନ୍‌ ସମ୍ପୂର୍ଣ ସିଝିଯିବାପରେ ଏହାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ମଟନ୍‌ ହାଲିମ୍।

ଏହାକୁ ରୁଟି, ପରଟା କିମ୍ବା ନାନ୍‌ ସହ ଖାଆନ୍ତୁ ଏବଂ ଖୁଆନ୍ତୁ।

Related story