ତ୍ୱଚାକୁ ଉଜ୍ଜ୍ୱଳ ରଖେ ନାଇଟ୍‌ କ୍ରିମ୍, ଜାଣନ୍ତୁ କେମିତି ଲଗାଇବେ

ଶୋଇବା ସମୟରେ ପୂରା ଶରୀର ସହ ତ୍ୱଚାକୁ ମଧ୍ୟ ଆରାମ ମିଳିଥାଏ। ଏହା ହେଉଛି ତ୍ୱଚାକୁ ପୋଷଣ ଦେବାର ସଠିକ ସମୟ। ଶୋଇବା ସମୟରେ ତ୍ୱଚାର ଠିକ୍ ଭାବେ ଯତ୍ନ ନେଲେ ଏଥିରୁ ମୃତ କୋଷିକା ବାହାରି ଯାଆନ୍ତି ଓ ଏହା ଅଧିକ ଆକର୍ଷଣୀୟ ଦେଖାଯାଏ। ତ୍ୱଚାରେ ଉଜ୍ଜ୍ୱଳତା ବଢାଇବାକୁ ଚାହୁଁଥିଲେ ରାତିରେ ଶୋଇବାକୁ ଯିବା ପୂର୍ବରୁ ମୁହଁରେ ନାଇଟ୍‌ କ୍ରିମ୍‌ ଲଗାନ୍ତୁ। ନାଇଟ୍‌  କ୍ରିମ୍‌  ମଶ୍ଚରାଇଜର ଭାବେ କାମ କରେ। ତ୍ୱଚା ଅଏଲି କିମ୍ୱା ବ୍ରଣ […]

nightcream

Rakesh Mallick
  • Published: Thursday, 09 November 2017
  • , Updated: 09 November 2017, 12:36 PM IST

ଶୋଇବା ସମୟରେ ପୂରା ଶରୀର ସହ ତ୍ୱଚାକୁ ମଧ୍ୟ ଆରାମ ମିଳିଥାଏ। ଏହା ହେଉଛି ତ୍ୱଚାକୁ ପୋଷଣ ଦେବାର ସଠିକ ସମୟ। ଶୋଇବା ସମୟରେ ତ୍ୱଚାର ଠିକ୍ ଭାବେ ଯତ୍ନ ନେଲେ ଏଥିରୁ ମୃତ କୋଷିକା ବାହାରି ଯାଆନ୍ତି ଓ ଏହା ଅଧିକ ଆକର୍ଷଣୀୟ ଦେଖାଯାଏ। ତ୍ୱଚାରେ ଉଜ୍ଜ୍ୱଳତା ବଢାଇବାକୁ ଚାହୁଁଥିଲେ ରାତିରେ ଶୋଇବାକୁ ଯିବା ପୂର୍ବରୁ ମୁହଁରେ ନାଇଟ୍‌ କ୍ରିମ୍‌ ଲଗାନ୍ତୁ। ନାଇଟ୍‌  କ୍ରିମ୍‌  ମଶ୍ଚରାଇଜର ଭାବେ କାମ କରେ। ତ୍ୱଚା ଅଏଲି କିମ୍ୱା ବ୍ରଣ ଜନିତ ସମସ୍ୟା ଭୋଗୁଥିଲେ ଏହି କ୍ରିମର ବ୍ୟବହାର କରନ୍ତୁ ନାହିଁ।

କିପରି ଲଗାଇବେ ନାଇଟ୍‌ କ୍ରିମ୍‌

୧. ଶୋଇବା ପୂର୍ବରୁ ମୁହଁକୁ ଭଲ ଭାବେ ସଫା କରି ନାଇଟ କ୍ରିମ୍‌ ଲଗାନ୍ତୁ।

୨. ଅଧିକ ମାତ୍ରାରେ କ୍ରିମ୍‌ ଲଗାନ୍ତୁ ନାହିଁ।

୩. କ୍ରିମ୍‌ରେ ଅଳ୍ପ ପାଣି ମିଶାଇ ମୁହଁରେ ଭଲ ଭାବେ ମସାଜ କରନ୍ତୁ। ଆଙ୍ଗୁଳି ସହାୟତାରେ ହାଲକା ଭାବେ ମୁହଁର ତଳୁ ଉପର ଆଡ଼କୁ ମସାଜ କରନ୍ତୁ।

୪. ତିନି ଚାରି ମିନିଟ୍‌ ମସାଜ କରିବା ପରେ ମୁହଁରୁ କ୍ରିମ୍‌କୁ ହଟାଇ ଦିଅନ୍ତୁ।

୫. ଆଖି ପାଖାପାଖି ମସାଜ କରନ୍ତୁ ନାହିଁ। ଆଖିପାଇଁ ଆଇ କ୍ରିମ୍‌ ବ୍ୟବହାର କରନ୍ତୁ।

ଆହୁରି ମଧ୍ୟ ପଢନ୍ତୁ: ନଖ ଭାଙ୍ଗି ଯାଇଛି କି? ଜାଣନ୍ତୁ ଆପଣଙ୍କ ସହିତ କ’ଣ ଘଟିପାରେ

Related story