ତେଲ ଲଗାଇବା ବେଳେ ଏସବୁ କଥା ପ୍ରତି ଧ୍ୟାନ ଦେଉଛନ୍ତି କି?

ଶୀତ ଦିନ ଆରମ୍ଭ ହୋଇଯିବା ମାତ୍ରେ ମହିଳା ମାନେ ନିଜ ତ୍ୱଚାକୁ ନେଇ ଅଧିକ ଚିନ୍ତିତ ହୋଇଯାଆନ୍ତି। ଅତ୍ୟଧିକ ଥଣ୍ଡା କାରଣରୁ କୌଣସି ଲୋସନ କିମ୍ୱା ମଏଶ୍ଚରାଇଜର ତ୍ୱଚାକୁ ସମ୍ପୂର୍ଣ୍ଣ ପୋଷଣ ଯୋଗାଇପାରେ ନାହିଁ। ତେଣୁ ଏହି ସମୟର ତେଲ ମାଲିସ  ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ। ଏହା ଶରୀରର ରକ୍ତ ପ୍ରବାହକୁ ବଢ଼ାଇବା ସହ ତ୍ୱଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ତେଲ ମାଲିସ କରିବେ କେମିତି। – ସର୍ବଦା […]

oil

Rakesh Mallick
  • Published: Wednesday, 29 November 2017
  • , Updated: 29 November 2017, 01:03 PM IST

ଶୀତ ଦିନ ଆରମ୍ଭ ହୋଇଯିବା ମାତ୍ରେ ମହିଳା ମାନେ ନିଜ ତ୍ୱଚାକୁ ନେଇ ଅଧିକ ଚିନ୍ତିତ ହୋଇଯାଆନ୍ତି। ଅତ୍ୟଧିକ ଥଣ୍ଡା କାରଣରୁ କୌଣସି ଲୋସନ କିମ୍ୱା ମଏଶ୍ଚରାଇଜର ତ୍ୱଚାକୁ ସମ୍ପୂର୍ଣ୍ଣ ପୋଷଣ ଯୋଗାଇପାରେ ନାହିଁ। ତେଣୁ ଏହି ସମୟର ତେଲ ମାଲିସ  ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ। ଏହା ଶରୀରର ରକ୍ତ ପ୍ରବାହକୁ ବଢ଼ାଇବା ସହ ତ୍ୱଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ତେଲ ମାଲିସ କରିବେ କେମିତି।

- ସର୍ବଦା ଶରୀର ଗ୍ରହଣ କରୁଥିବା ତେଲ ବାଛନ୍ତୁ। ମୁହଁରେ ତେଲ ଲଗାଇବା ପୂର୍ବରୁ ଅଳ୍ପ ତେଲକୁ ନିଜ ହାତରେ ଲଗାଇଦିଅନ୍ତୁ। ଯଦି ଯଦି କୁଣ୍ଡାଇ ହୁଏ, ତେବେ ସେହି ତେଲ ଦେହରେ ଲଗାନ୍ତୁ ନାହିଁ।

-  ଗାଧୋଇବା ପରେ ଓ ଶୋଇବା ପୂର୍ବରୁ ଶରୀରରେ ଭଲ ଭାବେ ତେଲ ଲଗାଇଲେ ଶରୀର ତେଲକୁ ଭଲ ଭାବେ ଅବଶୋଷିତ କରିପାରିଥାଏ। ତେଲକୁ ଅଳ୍ପ ଉଷୁମ କରି ଶରୀରରେ ଲଗାଇଲେ ଏହା ଭଲ ଭାବେ ଅବଶୋଷିତ ହୋଇଥାଏ।

- ତେଲ ଲଗାଇ ଆଙ୍ଗଠି ସହାୟତାରେ ଧୀରେ ଧୀରେ ଶରୀରକୁ ଭଲ ଭାବେ ମସାଜ କରନ୍ତୁ। ମାଲିସ କରିବା ସଙ୍ଗେ ସଙ୍ଗେ  ଗାଧୋଇବାକୁ ଯାଆନ୍ତୁ ନାହିଁ । ତେଲ ମାଲିସ କରିବାର ୧୫ ମିନିଟ ପରେ ଗାଧେଇବାକୁ ଯାଆନ୍ତୁ। ଶୀତ ଦିନେ ଅଲିଭତେଲ,ଜଡ଼ା ତେଲ ଓ ସୋରିଷ ତେଲ ମାଲିସ ପାଇଁ ଭଲ ହୋଇଥାଏ ।

- ଅଲିଭ ତେଲ ଓ ଜଡା ତେଲରେ ଭିଟାମିନ ଇ କ୍ୟାପ୍‌ସୁଲ ମିଶାଇ ମୁହଁରେ ମାଲିସ କଲେ ତ୍ୱଚାର ଉଜ୍ଜ୍ୱଳତା ଆସିଥାଏ।

 

Related story