ମୁଣ୍ଡରେ ତେଲ ଲଗାଇବା ବେଳେ କରନ୍ତୁ ନାହିଁ ଏହି ସବୁ ଭୁଲ

ଲମ୍ୱା ଓ ଘନ କେଶ ପାଇବା ପାଇଁ ମହିଳାମାନେ ଅନେକ ଉପାୟ ଆପଣେଇଥାନ୍ତି। କେଶକୁ ସୁନ୍ଦର ଓ ମଜଭୁତ ରଖିବା ପାଇଁ ମୁଣ୍ଡରେ ତେଲ ଲଗାଇଥାନ୍ତି। କିନ୍ତୁ ସେମାନେ ତେଲ ଲଗାଇବା ସମୟରେ କିଛି ଏପରି ଭୁଲ କରି ଦିଅନ୍ତି ଯାହା କେଶକୁ କ୍ଷତି ପହଞ୍ଚାଇଥାଏ। ଆସନ୍ତୁ ଜାଣିବା ସେହି ଭୁଲ ଗୁଡ଼ିକ ସଂପର୍କରେ। – କେଶକୁ ମଜଭୁତ ରଖିବା ପାଇଁ ତେଲ ଲଗାଇବା ଜରୁରୀ। କିନ୍ତୁ ଅଧିକ ପରିମାଣରେ ତେଲ ଲଗାଇବା କେଶ ପାଇଁ ଖରାପ […]

hairoiling

Rakesh Mallick
  • Published: Monday, 20 November 2017
  • , Updated: 20 November 2017, 11:33 AM IST

ଲମ୍ୱା ଓ ଘନ କେଶ ପାଇବା ପାଇଁ ମହିଳାମାନେ ଅନେକ ଉପାୟ ଆପଣେଇଥାନ୍ତି। କେଶକୁ ସୁନ୍ଦର ଓ ମଜଭୁତ ରଖିବା ପାଇଁ ମୁଣ୍ଡରେ ତେଲ ଲଗାଇଥାନ୍ତି। କିନ୍ତୁ ସେମାନେ ତେଲ ଲଗାଇବା ସମୟରେ କିଛି ଏପରି ଭୁଲ କରି ଦିଅନ୍ତି ଯାହା କେଶକୁ କ୍ଷତି ପହଞ୍ଚାଇଥାଏ। ଆସନ୍ତୁ ଜାଣିବା ସେହି ଭୁଲ ଗୁଡ଼ିକ ସଂପର୍କରେ।

- କେଶକୁ ମଜଭୁତ ରଖିବା ପାଇଁ ତେଲ ଲଗାଇବା ଜରୁରୀ। କିନ୍ତୁ ଅଧିକ ପରିମାଣରେ ତେଲ ଲଗାଇବା କେଶ ପାଇଁ ଖରାପ ହୋଇପାରେ। ସୁନ୍ଦର, କୋମଳ, ଲମ୍ବା ଓ ଘନ କେଶ ଚାହୁଁଥିଲେ ମୁଣ୍ଡରେ ଅଧିକ ତେଲ ଲଗାନ୍ତୁ ନାହିଁ ।

- ଅଧିକାଶଂ ମହିଳା କେବଳ କେଶ ମୂଳରେ ତେଲକୁ ହାଲ୍‌କା ଘସି ଦିଅନ୍ତି। ଏପରି କରିବା ଭୁଲ। ପୂରା କେଶରେ ତେଲ ଲଗାନ୍ତୁ।

- ଅସଜଡ଼ା କେଶରେ ତେଲ ଲଗାନ୍ତୁ ନାହିଁ। ଏପରି କରିବା ଦ୍ୱାରା କେଶ  ଦୁର୍ବଳ ହୋଇଯାଏ ଓ ଅଧିକ ଝଡ଼ିଥାଏ। ତେଲ ଲଗାଇବା ପୂର୍ବରୁ କେଶକୁ ଭଲ ଭାବେ ପାନିଆରେ କୁଣ୍ଡାଇ ଦିଅନ୍ତୁ।

- ତେଲକୁ ଉଷୁମ କରି କେଶରେ ଲଗାନ୍ତୁ। ଅଳ୍ପ ଉଷୁମ ତେଲ ମୁଣ୍ଡରେ ଲଗାଇବା ଦ୍ୱାରା ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ, ଯାହା କେଶକୁ ମଜଭୁତ କରେ । ତେଲ ଲଗାଇବା ସମୟରେ କେଶକୁ ଅଧିକ ଜୋରରେ ରଗଡ଼ନ୍ତୁ ନାହିଁ।

- ତେଲ ଲଗାଇବା ପରେ କେଶକୁ ଜୋରରେ ବାନ୍ଧନ୍ତୁ ନାହିଁ। ଏପରି କଲେ କେଶ ଅଧିକ ଦୁର୍ବଳ ହୋଇ ଝଡ଼ିଯାଇପାରେ। ଚୁଟିକୁ ସବୁବେଳେ ଢିଲା କରି ବାନ୍ଧନ୍ତୁ।

- ତେଲ ଲଗାଇବାର ୫-୬ ଘଣ୍ଟା ପରେ କେଶକୁ ଧୋଇ ଦିଅନ୍ତୁ।

- ଶୋଇବା ପୂର୍ବରୁ କେଶରେ ତେଲ ଲଗାଇବା ଅଧିକ ଲାଭଦାୟକ।

Related story