ପକେଟ୍‌ରେ ରହୁନି କି ପଇସା ? ରାଶି ଅନୁସାରେ ସ୍ତୁତି ପଢନ୍ତୁ, ମହାଲକ୍ଷ୍ମୀ ଖୁସି ହୋଇଯିବେ

ଆପଣ ରୋଜଗାର କରୁଛନ୍ତି ହେଲେ ଆପଣଙ୍କ ପାଖରେ ଧନ ରହୁନାହିଁ। ବହୁ କାରଣ ଅଛି ଧନହାନୀର। ଏପରି ଧନହାନୀରୁ ମୁକ୍ତି ପାଇବାକୁ ହେଲେ ଧନର ଦେବୀ ମା’ ଲକ୍ଷ୍ମୀଙ୍କ କୃପା ରହିବା ନିହାତି ଆବଶ୍ୟକ। ହେଲା ମା’ଙ୍କ କୃପା ସହଜରେ ମିଳି ନ ଥାଏ। ମା’ଙ୍କୁ ପ୍ରସନ୍ନ କରି କୃପା ପାଇବାକୁ ହେଲେ ତାଙ୍କ ସ୍ତୁତି ଗାନ କରିବାକୁ ପଡିଥାଏ। ତେବେ ମା’ଙ୍କ ସ୍ତୁତି (ଜପ) ପାଇଁ ବହୁ ଶ୍ଲୋକ ରହିଛି। ଆପଣ ନିଜ ରାଶି ଅନୁସାରେ […]

mahalaxmi

Rakesh Mallick
  • Published: Friday, 02 June 2017
  • , Updated: 02 June 2017, 07:39 PM IST

ଆପଣ ରୋଜଗାର କରୁଛନ୍ତି ହେଲେ ଆପଣଙ୍କ ପାଖରେ ଧନ ରହୁନାହିଁ। ବହୁ କାରଣ ଅଛି ଧନହାନୀର। ଏପରି ଧନହାନୀରୁ ମୁକ୍ତି ପାଇବାକୁ ହେଲେ ଧନର ଦେବୀ ମା’ ଲକ୍ଷ୍ମୀଙ୍କ କୃପା ରହିବା ନିହାତି ଆବଶ୍ୟକ। ହେଲା ମା’ଙ୍କ କୃପା ସହଜରେ ମିଳି ନ ଥାଏ। ମା’ଙ୍କୁ ପ୍ରସନ୍ନ କରି କୃପା ପାଇବାକୁ ହେଲେ ତାଙ୍କ ସ୍ତୁତି ଗାନ କରିବାକୁ ପଡିଥାଏ। ତେବେ ମା’ଙ୍କ ସ୍ତୁତି (ଜପ) ପାଇଁ ବହୁ ଶ୍ଲୋକ ରହିଛି। ଆପଣ ନିଜ ରାଶି ଅନୁସାରେ ମା’ଙ୍କ ଜପ କରି ତାଙ୍କ କରୁଣା ଲାଭ କରିପାରିବେ ଓ ଧନହାନୀରୁ ମୁକ୍ତି ପାଇ ପାରିବେ। ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି କ’ଣ ଜପ କଲେ ମା’ଙ୍କ କୃପାଲାଭ କରି ପାରିବେ।

ମେଷ: ମେଷ ରାଶିର ବ୍ୟକ୍ତିମାନେ ମା’ ଲକ୍ଷ୍ମୀଙ୍କ ‘ଶ୍ରୀଂ’ ମନ୍ତ୍ର ଜପ କରିବା ଦରକାର। ଏପରି କରିବା ଦ୍ୱାରା ମା’ ପ୍ରସନ୍ନ ହୋଇଥାନ୍ତି। ଯଦି ସମ୍ଭବ ପ୍ରତିନିଦ ୧୦୮ ଥର ‘ଶ୍ରୀଂ’ ମନ୍ତ୍ର ଜପ କରନ୍ତୁ।

ବୃଷ: ବୃଷ ରାଶିର ବ୍ୟକ୍ତିମାନେ ମା’ଙ୍କୁ ପ୍ରସନ୍ନ କରିବାକୁ ‘ଓଁ ସର୍ବ ବାଧାବିଘ୍ନ ମୁକ୍ତୋ ଧନଧାନ୍ୟ ସୁତାବ୍ନିତ: ମନୁଷ୍ୟୋ ମତ୍ରପ୍‌ସାଦେନ ଭବିଷ୍ୟାତି ନ ସଂଶୟ’ ମନ୍ତ୍ର ଜପ କରନ୍ତୁ।

ମିଥୁନ: ‘ଓଁ ଶ୍ରୀଂ ଶ୍ରୀୟା ନମ୍‌’ ମନ୍ତ୍ର ମିଥୁନ ରାଶିର ବ୍ୟକ୍ତି ଜପ କରିଲେ ମା’ଙ୍କ କୃପା ମିଳିଥାଏ।

କର୍କଟ: କର୍କଟ ରାଶିର ବ୍ୟକ୍ତି ‘ଓଁ ଶ୍ରୀ ମାହାଲକ୍ଷ୍ମେୟୋ ଚ ବିଝ୍ନାହେ ବିଷ୍ଣୁ ପତ୍ନୟେ ଲକ୍ଷ୍ମୀ ପ୍ରଚୋଦୟାତ୍‌ ଓଁ’ ଜପ କରନ୍ତୁ। ମା’ଙ୍କ କୃପା ଲାଭ ହେବ ଓ ଧନହାନୀ ଦୂର ହୋଇଯିବ।

ସିଂହ: ‘ଓଁ ଶ୍ରୀଂ ମହାଲକ୍ଷ୍ମୟେ ନମ୍‌’ ଜପ କଲେ ସିଂହ ରାଶିର ବ୍ୟକ୍ତିଙ୍କୁ ମା’ଙ୍କ ସାନ୍ନିଧ୍ୟ ମିଳିଥାଏ।

କନ୍ୟା: ‘ଓଁ ହ୍ରୀଂ ଶ୍ରୀଂ କ୍ଲୀଂ ମହାଲକ୍ଷ୍ମୀ ନମ୍‌’ ଜପ କଲେ ମା’ଙ୍କ କୃପା ମିଳିଥାଏ।

ତୁଳା: ତୁଳା ରାଶିର ବ୍ୟକ୍ତି ମା’ଙ୍କ କୃପା ପାଇବାକୁ ହେଲେ ‘ଓଁ ଶ୍ରୀଂ ଶ୍ରୀୟ ନମ୍‌’ ମନ୍ତ୍ର ଜପ କରନ୍ତୁ।

ବିଚ୍ଛା: ବିଚ୍ଛା ରାଶିର ବ୍ୟକ୍ତିମାନେ ‘ଓଁ ହ୍ରୀଂ ଶ୍ରୀଂ ଲକ୍ଷ୍ମୀଭୟୋ ନମ୍‌’ ଜପ କରନ୍ତୁ।

ଧନୁ: ‘ଓଁ ଶ୍ରୀଂ ହ୍ରୀଂ ଶ୍ରୀଂ କମଲେ କମଲାଲୟେ ପ୍ରସୀଦ ପ୍ରସୀଦ ଶ୍ରୀଂ ହ୍ରୀଂ ଶ୍ରୀଂ ଓଁ ମହାଲକ୍ଷ୍ମୟେ ନମ୍‌’ ଧନୁ ରାଶିର ବ୍ୟକ୍ତିମାନେ ଜପ କରନ୍ତୁ।

ମକର: ମକର ରାଶିର ବ୍ୟକ୍ତିମାନଙ୍କୁ ମା’ଙ୍କୁ ପ୍ରସନ୍ନ କରିବାକୁ ହେଲେ ‘ଓଁ ଶ୍ରୀଂ ହ୍ରୀଂ କ୍ଲୀଂ ଐଂ ସୌଂ ଓଁ ହ୍ରୀଂ କ ଏ ଇ ଲ ହ୍ରୀଂ ହ ସ କ ହ ଲ ହ୍ରୀଂ ସକଲ ହ୍ରୀଂ ସୌଂ ଐଂ କ୍ଲୀଂ ହ୍ରୀଂ ଶ୍ରୀ ଓଁ’ ମନ୍ତ୍ର ଜପ କରନ୍ତୁ।

କୁମ୍ଭ: କୁମ୍ଭ ରାଶିର ବ୍ୟକ୍ତିମାନେ ମା’ଙ୍କ କୃପା ପାଇବାକୁ ହେଲେ ‘ଐଂ ହ୍ରୀଂ ଶ୍ରୀଂ ଅଷ୍ଟଲକ୍ଷ୍ମୀୟେ ହ୍ରୀଂ ସିଦ୍ଧୟେ ମମ୍‌ ଗୃହେ ଆଗଚ୍ଛାଗଚ୍ଛ ନମ୍‌’ ଜପ କରନ୍ତୁ।

ମୀନ: ମୀନ ରାଶିର ବ୍ୟକ୍ତିମାନେ ‘ଓଁ ଶ୍ରୀଂ ହ୍ରୀଂ ଶ୍ରୀଂ କମଲେ କମଲାଲୟେ ପ୍ରସୀଦ ପ୍ରସୀଦ ଶ୍ରୀଂ ହ୍ରୀଂ ଶ୍ରୀଂ ଓଁ ମହାଲକ୍ଷ୍ମୟେ ନମ୍‌’ ଜପ କରନ୍ତୁ। ଏହାଦ୍ୱାରା ମା’ଙ୍କ କୃପା ପ୍ରାପ୍ତି ହେବ ଓ ଧନଧାନ୍ୟ ବୃଦ୍ଧି ଘଟିବ।

Related story