ପ୍ରେମରେ କାହିଁକି ଧୋକା ଖାଏ ମଣିଷ: ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ

ପ୍ରେମ ଓ ଭଲପାଇବା ଏକ ଅନୁଭବ ମାତ୍ର। ଏହାକୁ ଦେଖାଇ ହୁଏନା କି ଛୁଇଁ ହୁଏନା। ଏହାକୁ କେବଳ ଅନୁଭବ କରିହୁଏ। ସେଇଥି ପାଇଁ ତ ପ୍ରେମକୁ ଅନୁଭବର ସମ୍ପର୍କ କୁହାଯାଇଥାଏ। ପ୍ରେମରେ ନ ଥାଏ ଭେଦଭାବ ନା ବୟସର ତାରତମ୍ୟ। ପ୍ରେମ ବାସ୍ ହେଇଯାଏ। ଅନେକ ସମୟରେ ଦେଖାଯାଏ ଆରମ୍ଭରୁ ପ୍ରେମୀଯୁଗଳ ପ୍ରେମରେ ଏତେ ହଜିଯାଆନ୍ତି ଯେ ଦୁହେଁ ଦୁହିଁଙ୍କୁ ନିଜର ଲାଗିବା ଛଡ଼ା ଅନ୍ୟ ସବୁକିଛି ପର ହୋଇଯାଏ। କିନ୍ତୁ ହଠାତ୍ ସେଇ ପ୍ରେମ […]

breakup

Rakesh Mallick
  • Published: Wednesday, 08 November 2017
  • , Updated: 08 November 2017, 01:18 PM IST

ପ୍ରେମ ଓ ଭଲପାଇବା ଏକ ଅନୁଭବ ମାତ୍ର। ଏହାକୁ ଦେଖାଇ ହୁଏନା କି ଛୁଇଁ ହୁଏନା। ଏହାକୁ କେବଳ ଅନୁଭବ କରିହୁଏ। ସେଇଥି ପାଇଁ ତ ପ୍ରେମକୁ ଅନୁଭବର ସମ୍ପର୍କ କୁହାଯାଇଥାଏ। ପ୍ରେମରେ ନ ଥାଏ ଭେଦଭାବ ନା ବୟସର ତାରତମ୍ୟ। ପ୍ରେମ ବାସ୍ ହେଇଯାଏ। ଅନେକ ସମୟରେ ଦେଖାଯାଏ ଆରମ୍ଭରୁ ପ୍ରେମୀଯୁଗଳ ପ୍ରେମରେ ଏତେ ହଜିଯାଆନ୍ତି ଯେ ଦୁହେଁ ଦୁହିଁଙ୍କୁ ନିଜର ଲାଗିବା ଛଡ଼ା ଅନ୍ୟ ସବୁକିଛି ପର ହୋଇଯାଏ। କିନ୍ତୁ ହଠାତ୍ ସେଇ ପ୍ରେମ ସମ୍ପର୍କରେ ଭଟ୍ଟା ପଡ଼ିଯାଏ। ସମୟ ସାଙ୍ଗରେ ସବୁକିଛି ବଦଳିଲା ପରି ପ୍ରେମ ଘୃଣାରେ ପରିଣତ ହୋଇଯାଏ। ଜଣେ ଅନ୍ୟ ଜଣକୁ ଧୋକା ଦିଏ। ଆଜାକାଲି ଏହିଭଳି ଅନେକ ଘଟଣା ସବୁଦିନ ଶୁଣିବାକୁ ମିଳୁଛି। ତେଣୁ ଏପରି ଘଟିବାର କାରଣ କ’ଣ....?  କାହିଁକି ଏପରି ହୋଇଥାଏ? ଆସନ୍ତୁ ଜାଣିବା ଏ ସମ୍ବନ୍ଧୀୟ କିଛି ମୁଖ୍ୟ କାରଣ ବିଷୟରେ।

ଆପଣଙ୍କ ପ୍ରେମ ଆପଣଙ୍କ ସହ ବୋର ହେଉନାହାଁନ୍ତି ତ: ଆରମ୍ଭରୁ ଦୁହେଁ ଦୁହିଁଙ୍କୁ ଅନ୍ଧ ଭଳି ଭଲ ପାଆନ୍ତି। କିନ୍ତୁ କିଛି ଦିନ ଗଲା ପରେ ସମ୍ପର୍କ ଧୀରେ ଧୀରେ ଫିକା ପଡ଼ିଯାଏ। ପୂର୍ବରୁ ଜଣେ ଅନ୍ୟ ଜଣକୁ ଦେଖା କରିବା ପାଇଁ ବାହାନା ଖୋଜେ, କିନ୍ତୁ ସମ୍ପର୍କରେ ଥରେ ଭଟ୍ଟା ପଡ଼ିବା ଆରମ୍ଭ ହେଲେ ଦେଖା ନ କରିବାକୁ ମଧ୍ୟ ବାହାନା ଖୋଜିବାକୁ ପଡ଼ିଥାଏ। ସବୁବେଳେ ଆପଣଙ୍କ ପ୍ରେମ ଅପଣଙ୍କୁ ବୋରିଂ କହୁଥିଲେ ତାହେଲେ ବୁଝି ଯାଆନ୍ତୁ ଯେ ଏ ସମ୍ପର୍କ ଆଉ ବେଶି ଦିନ ନୁହେଁ।

ପାର୍ଟନର ଅଣଦେଖା ମନୋଭାବ: ଆଜିକାଲି ସମୟ ବଦଳିବା ସହିତ ମଣିଷର ସ୍ୱଭାବରେ ବି ପରିବର୍ତ୍ତନ ଆସୁଛି। ତେଣୁ ପୂର୍ବଭଳି ପ୍ରେମିକଟିଏ ଆଉ ପ୍ରେମିକାକୁ ଅଭିଯୋଗ କରୁନାହିଁ ଯେ ସେ ତାକୁ ଆଭଏଡ୍‌ କରୁଛି। ଏବେ ସମସ୍ତେ ନିଜ ନିଜ ମାମଲାରେ ଫିଟ୍। ଏପରି ସ୍ଥଳେ ଯଦି ଆପଣଙ୍କ ସାଥୀ ଆପଣଙ୍କୁ ଆଭଏଡ୍ କରୁଥାଏ, ତାହେଲେ ଭବିଷ୍ୟତରେ ସମ୍ପର୍କରେ ଭଟ୍ଟା ପଡ଼ିପାରେ।

ନିଜ ସାଥୀଙ୍କର ସଫଳତାରେ ଈର୍ଷା: ଆଜିର ସମାଜ ପ୍ରତିଦ୍ୱନ୍ଦିତା ଆଡ଼େ ମୁହାଁଇଲାଣି। ପୁଅ ଝିଅ ସମସ୍ତଙ୍କୁ ସକ୍‌ସେସ୍‌ ଦରକାର। ଜଣେ ଅନ୍ୟ ଜଣଙ୍କଠାରୁ ଅଧିକ ସକ୍‌ସେସ୍‌ ପାଇବାର ମନୋଭାବ ପ୍ରେମରେ ତିକ୍ତତା ବଢ଼ାଇଥାଏ। ସମ୍ପର୍କରେ ତିକ୍ତତା ବଢ଼ିଲେ ଧୋକାରେ ପଡ଼ିବାର ଆଶଙ୍କା ଥାଏ।

ସମ୍ପର୍କ ଅସୁରକ୍ଷିତ ଅନୁଭବ ହେବା: ଖାଲି ପ୍ରେମ କାହିଁକି କୌଣସି ସମ୍ପର୍କ ଅସୁରକ୍ଷିତ ଲାଗିଲେ ଭାରି ଅଣ ନିଶ୍ୱାସୀ ଲାଗେ। ଏଭିଳ ସମ୍ପର୍କ ମନରେ ସବୁବେଳେ ଅଜଣା ଭୟ ଜନ୍ମାଇଥାଏ। ଜଣେ ଅନ୍ୟ ଜଣଙ୍କ ଉପରେ ବିଶ୍ୱାସ କରିପାରେ ନାହିଁ। ଆଉ ଏହିଭଳି ସମ୍ପର୍କ ଚିରକାଳ ତିଷ୍ଠିବା ମୁସ୍କିଲ ହୋଇଥାଏ। ଏହା ସାଧାରଣତ କମ୍ ବୟସର ଯୁବକ କିମ୍ବା ଯୁବତୀଙ୍କ ମଧ୍ୟରେ ଦେଖାଯାଇଥାଏ। ଏପରି ଅନୁଭବ ହେଲେ ସମ୍ପର୍କ ସହ ଧୋକା ହୋଇଥାଏ।

ଆହୁରି ମଧ୍ୟ ପଢନ୍ତୁ: କାହିଁକି ୯ ନଭେମ୍ବର ବହୁତ ଖାସ୍? ଜାଣନ୍ତୁ କେଉଁ ରାଶିର ଲୋକଙ୍କ ସହିତ କ’ଣ ହୋଇପାରେ

ଆତ୍ମ ସମ୍ମାନକୁ ନ ଜଗିବା: କେତେକାଂଶରେ ଦେଖାଯାଏ ପ୍ରେମିକପ୍ରେମିକାମାନେ ପ୍ରେମରେ ଏତେ ବୁଡ଼ି ରୁହନ୍ତି ଯେ ନିଜ କଥା ଭାବିବାକୁ ଭୁଲି ଯାଆନ୍ତି। ସାଥୀର ସବୁ କଥାରେ ହଁ ଭରି ଦିଅନ୍ତି। ଏହାର ସୁଯୋଗ ନେଇ ଅନେକ ଫାଇଦା ଉଠାନ୍ତି। ପରେ ଏହା ଧୋକାରେ ପରିଣତ ହୋଇଯାଏ।

Related story