ଆପଣଙ୍କର ସନ୍‌ବର୍ଣ୍ଣ ସମସ୍ୟା ରହିଛି କି? ଘରୋଇ ଉପାୟରେ କରନ୍ତୁ ଏହାର ସମାଧାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରାଦିନେ ସୂର୍ଯ୍ୟ କିରଣରେ ସବୁଠାରୁ ଅଧିକ ପ୍ରଭାବିତ ହେଉଥିବା ଅଙ୍ଗ ହେଉଛି ତ୍ୱଚା। ଏହି ଦିନମାନଙ୍କରେ ବ୍ରଣଠାରୁ ଆରମ୍ଭ କରି ସନବର୍ଣ୍ଣ ମହିଳାଙ୍କ ମୁହଁରେ ଦେଖିବାକୁ ମିଳିଥାଏ। ତେବେ ଏପରି ସମସ୍ୟାର ସମାଧାନ ପାଇଁ ସବୁ ସମୟରେ ସନ୍‌ସ୍କ୍ରିନ ଲୋଶନ ଲଗାଇବା ସମ୍ଭବ ନୁହେଁ। ତା ଛଡ଼ା ଅଧିକ ପରିମାଣରେ ସନସ୍କ୍ରିନ୍ ଲୋଶନ ବି ତ୍ୱଚା ପାଇଁ ଠିକ୍ ନୁହେଁ। ଅଧିକ କ୍ରୀମ୍ ଲଗାଇବା ଦ୍ୱାରା ତ୍ୱଚାର ଚମକ ଓ କୋମଳତା ନଷ୍ଟ ହୋଇଥାଏ। […]

sunborn

Puspanjali Panda
  • Published: Thursday, 02 May 2019
  • , Updated: 02 May 2019, 08:31 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରାଦିନେ ସୂର୍ଯ୍ୟ କିରଣରେ ସବୁଠାରୁ ଅଧିକ ପ୍ରଭାବିତ ହେଉଥିବା ଅଙ୍ଗ ହେଉଛି ତ୍ୱଚା। ଏହି ଦିନମାନଙ୍କରେ ବ୍ରଣଠାରୁ ଆରମ୍ଭ କରି ସନବର୍ଣ୍ଣ ମହିଳାଙ୍କ ମୁହଁରେ ଦେଖିବାକୁ ମିଳିଥାଏ। ତେବେ ଏପରି ସମସ୍ୟାର ସମାଧାନ ପାଇଁ ସବୁ ସମୟରେ ସନ୍‌ସ୍କ୍ରିନ ଲୋଶନ ଲଗାଇବା ସମ୍ଭବ ନୁହେଁ।

ତା ଛଡ଼ା ଅଧିକ ପରିମାଣରେ ସନସ୍କ୍ରିନ୍ ଲୋଶନ ବି ତ୍ୱଚା ପାଇଁ ଠିକ୍ ନୁହେଁ। ଅଧିକ କ୍ରୀମ୍ ଲଗାଇବା ଦ୍ୱାରା ତ୍ୱଚାର ଚମକ ଓ କୋମଳତା ନଷ୍ଟ ହୋଇଥାଏ। ତେଣୁ  ପ୍ରାକୃତିକ ଉପାୟରେ ବିୟୁଟି ପ୍ରଡକ୍ଟ ପ୍ରସ୍ତୁତ କରିବା ଦ୍ୱାରା ଆପଣ ସନବର୍ଣ୍ଣ ପରି ସମସ୍ୟାରୁ ମୁକ୍ତି ପାଇପାରିବେ। ସହଜରେ ଆପଣ ଘରେ ୪ ପ୍ରକାର ବିୟୁଟି ପ୍ରଡକ୍ଟ ପ୍ରସ୍ତୁତ କରିପାରିବେ। ତେବେ ଆସନ୍ତୁ ଜାଣିବା, ଘରେ ଏହି ସବୁ ଜିନିଷ କିପରି ପ୍ରସ୍ତୁତ କରିବେ।

୧: ଖଣ୍ଡେ ତାଜା ତରଭୂଜକୁ ଗ୍ରାଇଣ୍ଡିଙ୍ଗ୍‌ କରି ସେଥିରେ ଦହି ମିଶାଇ ଏକ ପେଷ୍ଟ୍ ତିଆରି କରନ୍ତୁ। ଏହାକୁ ୧୫-୨୦ ମିନିଟ୍ ତ୍ୱଚାରେ ଲଗାଇ ରଖନ୍ତୁ। ଏହାପରେ ମୁହଁକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ଏପରି ସପ୍ତାହେ ପର୍ଯ୍ୟନ୍ତ କରିବା ଦ୍ୱାରା ଆପଣଙ୍କ ସନବର୍ଣ୍ଣ ସମସ୍ୟା ଦୂର ହେବ।

୨:  ସେହିପରି ଆଲୋବେରା ବା ଘିକୁଆଁରୀ ରସରେ ଲେମ୍ବୁ ମିଶାଇ ମୁହଁ ଓ ସନବର୍ଣ୍ଣ ହୋଇଥିବା ସ୍ଥାନରେ ଲଗାନ୍ତୁ। ଏହାକୁ ଅଧଘଣ୍ଟା ରଖି ଉଷୁମ ପାଣିରେ ଧୋଇ ଦିଅନ୍ତୁ।

୩: ଅନ୍ୟ ଏକ ପ୍ରସ୍ତୁତି ହେଉଛି କିଛି ପୁଦିନା ପତ୍ର ଓ ମୁଲତାନୀ ମାଟି ନିଅନ୍ତୁ। ଏହାର ଏକ ପେଷ୍ଟ୍ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ। ଏହି ସବୁ ଜିନିଷରେ କୁଲିଙ୍ଗ୍ ପ୍ରପର୍ଟି ଅଧିକ ଥିବାରୁ ଏହା ସନବର୍ଣ୍ଣ ପାଇଁ ଉପକାରୀ।  ପେଷ୍ଟ ସମ୍ପୂର୍ଣ୍ଣ ଭାବେ ଶୁଖିଯିବା ପରେ ତାହାକୁ ଧୋଇ ଦିଅନ୍ତୁ।  ମନେ ରଖନ୍ତୁ, ଧୋଇବା ସମୟରେ କେବେ ହେଲେ ସାବୁନ୍ କିମ୍ବା ଫେସ୍‌ୱାସ୍ ବ୍ୟବହାର କରିବେ ନାହିଁ।

Related story