ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ରକ୍ତ, ଶରୀରରେ ଥିବା ପ୍ଲାଜମା ଏବଂ କଣିକାରୁ ପ୍ରସ୍ତୁତ ହୋଇଥାଏ। ଏହି କଣିକା ମୁଖ୍ୟତଃ ଦୁଇ ପ୍ରକାରର, ଲୋହିତ ରକ୍ତକଣିକା(RBC) ଏବଂ ଶ୍ଵେତ ରକ୍ତକଣିକା(WBC)।
ରକ୍ତରେ ଥିବା ଆଇରନ୍ ସାଧାରଣତଃ ରକ୍ତକୁ ଲାଲ୍ ଓ ମଜବୁତ କରି ଶରୀରକୁ ନିରୋଗ, ସତେଜ ଏବଂ ଶକ୍ତିଶାଳୀ କରାଇଥାଏ। ଯଦି ଖାଦ୍ୟରେ ପର୍ଯ୍ୟାପ୍ତ ପରିମାଣର ଆଇରନ୍ ନ ଥାଏ ତେବେ ରକ୍ତ ହଳଦିଆ ବା ଶେଥା ପଡିଯାଏ ଏବଂ ଶରୀରରେ ରକ୍ତର ପରିମାଣ ମଧ୍ୟ କମିଯାଏ। ଏହାକୁ ହିଁ ରକ୍ତହୀନତା କୁହାଯାଏ।
ରକ୍ତହୀନତାର ଲକ୍ଷଣ
୧. ଆଖି, ନଖ ଏବଂ ଜିଭର ରଙ୍ଗ ହଳଦିଆ ଦେଖାଯିବା।
୨. ଛୋଟ ଛୋଟ କାମ ଯେପରିକି ଖେଳିବା, ଶିଡ଼ି ଚଢ଼ିବା ଇତ୍ୟାଦିରେ ଖୁବ୍ ଶୀଘ୍ର ହାଲିଆ ହୋଇଯିବା ଓ ଧଇଁ ସଇଁ ହେବା।
୩. ରକ୍ତ ହୀନତା ଥିଲେ ସାଧାରଣତଃ ଭୋକ କମ୍ ଲାଗେ। ଅଳ୍ପ ଖାଦ୍ୟ ଖାଇବାକୁ ଇଛା ହୁଏ।
୫. ରକ୍ତହୀନତା ହେଲେ ବାରମ୍ବାର ହେହ ଖରାପ ହୋଇଥାଏ। ଆଉ ଶୀଘ୍ର ଭଲ ମଧ୍ୟ ହୋଇ ନ ଥାଏ।
ରକ୍ତହୀନତାରୁ ରକ୍ଷା ପାଇଁ ଟିପ୍ସ
୧. ପ୍ରତିଦିନ ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ୍। ଏଥିସହ ଖାଦ୍ୟ ଖାଇବାର ଏକ ନିଶ୍ଚିତ ସମୟ ନିର୍ଦ୍ଧାରଣ କରନ୍ତୁ।
୨. ସବୁଜ ପନିପରିବା, ଶାଗ ଓ ଡାଲି ଜାତୀୟ ଖାଦ୍ୟ ଖାଆନ୍ତୁ। ଡାଲିଜାତୀୟ ଶସ୍ୟକୁ ଗଜା କରି ଖାଇଲେ ସେଥିରେ ଥିବା ତତ୍ତ୍ଵ ଶରୀରରେ ଆଇରନ୍ ପ୍ରସ୍ତୁତିରେ ବାଧା ଆଣୁଥିବା ପଦାର୍ଥକୁ କମାଇ ଦେବା ସହିତ ଭିଟାମିନ 'ସି'ର ମାତ୍ରା ବଢାଇଥାଏ।
୪. ରକ୍ତହୀନତା ଦୂର କରିବାପାଇଁ ଆଇରନ୍ ଯୁକ୍ତ ଖାଦ୍ୟ ଖାଇବା ସହିତ ନିୟମିତ ଶରୀରର କୃମି ନଷ୍ଟ ପାଇଁ କୃମି-ନାଶକ ଔଷଧ ବ୍ୟବହାର କରିବାକୁ ହେବ। କାରଣ କୃମି ହେଲେ, ଏହା ଶରୀରରୁ ରକ୍ତ ଶୋଷିନେବ।
୫. ମନେରଖନ୍ତୁ, ଖାଇବା ସହ କିମ୍ବା ଖାଇବା ପରେ ଚା’ ପିଇବା ଆପଣଙ୍କ ପକ୍ଷେ କ୍ଷତିକାରକ।
୬. ପ୍ରତିଦିନ ତଟକା ଫଳ ଖାଇବା ଉଚିତ୍ । ବିଶେଷ କରି କଞ୍ଚା କଦଳୀ, ପାଚିଲା ଅମୃତ ଭଣ୍ଡା ପରି ଆଇରନ୍ ଯୁକ୍ତ ଫଳ ଖାଆନ୍ତୁ।
୭. ଏଥିସହ ଡାକ୍ତରଙ୍କ ସହ ପରାମର୍ଶ କରି ଆଇରନ୍ ବଟିକା ଖାଇବା ମଧ୍ୟ ଉଚିତ୍।