ବାରମ୍ୱାର କ୍ଷୀର ଉତୁରି ତଳେ ପଡ଼ିଯାଉଛି କି? ହୁସିଆର! ଘରକୁ ଆସିପାରେ ବିପଦ

ଆମେ ଯାହା କେବେ ଚିନ୍ତା କରି ନଥିବା ଅବା ଭାବି ନଥିବା ବେଳେବେଳେ ସେମିତି ଘଟଣା ଆମ ସହିତ ଘଟିଯାଏ। ଫଳରେ ଆମେ ବ୍ୟତିବ୍ୟସ୍ତ ହୋଇଯାଉ। ତେବେ ଅଘଟଣ ପୂର୍ବରୁ ଆମକୁ ଅନେକ ସମୟରେ ସଂକେତ ମିଳିଯାଏ ବୋଲି କୁହାଯାଏ। କିନ୍ତୁ ଆମେ ଏହାକୁ ବୁଝି ପାରିନଥାଉ। ଆଜି ଆମେ ଆପଣଙ୍କୁ ଏମିତି କିଛି ବିଷୟରେ କହିବୁ ଯାହାକୁ ପଢ଼ି ଆପଣ କୌଣସି ବିପଦ ଆସିବା ପୂର୍ବରୁ ସତର୍କ ହୋଇଯିବେ। ଯଦି ଆପଣଙ୍କ ପରିବାରର କୌଣସି ସଦସ୍ୟ […]

milkboiling

Rakesh Mallick
  • Published: Friday, 06 October 2017
  • , Updated: 06 October 2017, 10:09 AM IST

ଆମେ ଯାହା କେବେ ଚିନ୍ତା କରି ନଥିବା ଅବା ଭାବି ନଥିବା ବେଳେବେଳେ ସେମିତି ଘଟଣା ଆମ ସହିତ ଘଟିଯାଏ। ଫଳରେ ଆମେ ବ୍ୟତିବ୍ୟସ୍ତ ହୋଇଯାଉ। ତେବେ ଅଘଟଣ ପୂର୍ବରୁ ଆମକୁ ଅନେକ ସମୟରେ ସଂକେତ ମିଳିଯାଏ ବୋଲି କୁହାଯାଏ। କିନ୍ତୁ ଆମେ ଏହାକୁ ବୁଝି ପାରିନଥାଉ। ଆଜି ଆମେ ଆପଣଙ୍କୁ ଏମିତି କିଛି ବିଷୟରେ କହିବୁ ଯାହାକୁ ପଢ଼ି ଆପଣ କୌଣସି ବିପଦ ଆସିବା ପୂର୍ବରୁ ସତର୍କ ହୋଇଯିବେ।

  • ଯଦି ଆପଣଙ୍କ ପରିବାରର କୌଣସି ସଦସ୍ୟ ହଠାତ୍ ଅସୁସ୍ଥ ହୋଇପଡ଼ନ୍ତି କିମ୍ୱା ଦୀର୍ଘ ଦିନ ଧରି ଚିକିତ୍ସା ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସୁନଥାଏ ତା’ହେଲେ ଆଗାମୀ ଦିନରେ ଆପଣ କୌଣସି ବିପଦର ସାମ୍ନା କରିପାରନ୍ତି ବୋଲି ଏହା ସଙ୍କେତ ଦେଇଥାଏ।
  • ଘରକୁ ଯେତେ ସଫାସୁତରା ରଖିଲେ ମଇଳା ହୋଇଯାଉଛି କି? ତା’ହେଲେ ଜାଣନ୍ତୁ ଆଗକୁ ଆପଣ କୌଣସି ପ୍ରକାର ବିପଦରେ ପଡ଼ିପାରନ୍ତି।
  • କିଛି କାରଣ ନ ଥାଇ ହଠାତ୍ ଘରର କୌଣସି ମହିଳାଙ୍କ ଗର୍ଭପାତ ହୋଇଗଲେ ଜାଣନ୍ତୁ ଏହା ଆଗକୁ ହେବାକୁ ଥିବା କୌଣସି ଦୁର୍ଘଟଣାର ସଙ୍କେତ।
  • କ୍ଷୀର ଫୁଟିବା ସମୟରେ ବାରମ୍ୱାର ଉତୁରି ତଳେ ପଡ଼ିବା ଓ ଘରେ ଲାଗିଥିବା କାନ୍ଥ ଘଣ୍ଟା ହଠାତ୍ ବନ୍ଦ ହୋଇଯିବା ଆଗକୁ ଆପଣଙ୍କ ଘର ଉପରେ ପଡ଼ିବାକୁ ଥିବା ବିପଦର ସଙ୍କେତ।

Related story