Advertisment

ଡୋଳାରେ ଥିବା କଳାଦାଗରୁ ହୋଇଥାଏ କ୍ୟାନସର୍‌ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଛି ଲୋକଙ୍କ ଆଖି ଡୋଳାରେ କଳା ଦାଗ ଦେଖିବାକୁ ମିଳିଥାଏ। କେହି କେହି ଏହି ଦାଗକୁ କଳାଜାଇ ବୋଲି କହିଥା’ନ୍ତି। ତେବେ ଚିକିତ୍ସା ବିଜ୍ଞାନରେ ଏହି ଦାଗକୁ ‘ଆଇ ଫ୍ରେକଲ୍‌ସ’ ବୋଲି କୁହାଯାଏ। ଏହି ଦାଗକୁ ସାଧାରଣତଃ ସମସ୍ତେ ସାମାନ୍ୟ ବୋଲି ଭାବନ୍ତି। କିନ୍ତୁ ସମସ୍ତ କଳାଦାଗ ସାମାନ୍ୟ ନୁହନ୍ତି। ଭବିଷ୍ୟତରେ ଏହା କ୍ୟାନସର୍‌ର କାରଣ ବି ହୋଇପାରେ। ଏଥିପାଇଁ ଆଖିରେ କୌଣସି କଳା ଦାଗ ଦେଖିଲେ, ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇ […]

ଅଦ୍ୟତନ ହୋଇଛି
ଡୋଳାରେ ଥିବା କଳାଦାଗରୁ ହୋଇଥାଏ କ୍ୟାନସର୍‌ !

eye

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଛି ଲୋକଙ୍କ ଆଖି ଡୋଳାରେ କଳା ଦାଗ ଦେଖିବାକୁ ମିଳିଥାଏ। କେହି କେହି ଏହି ଦାଗକୁ କଳାଜାଇ ବୋଲି କହିଥା’ନ୍ତି। ତେବେ ଚିକିତ୍ସା ବିଜ୍ଞାନରେ ଏହି ଦାଗକୁ ‘ଆଇ ଫ୍ରେକଲ୍‌ସ’ ବୋଲି କୁହାଯାଏ। ଏହି ଦାଗକୁ ସାଧାରଣତଃ ସମସ୍ତେ ସାମାନ୍ୟ ବୋଲି ଭାବନ୍ତି। କିନ୍ତୁ ସମସ୍ତ କଳାଦାଗ ସାମାନ୍ୟ ନୁହନ୍ତି। ଭବିଷ୍ୟତରେ ଏହା କ୍ୟାନସର୍‌ର କାରଣ ବି ହୋଇପାରେ। ଏଥିପାଇଁ ଆଖିରେ କୌଣସି କଳା ଦାଗ ଦେଖିଲେ, ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇ ଏହାର ଯାଞ୍ଚ କରନ୍ତୁ।

Advertisment

ଆଇ ଫ୍ରେକଲ୍‌ସ ହେବାର କାରଣ

  • ଆଇ ଫ୍ରେକଲ୍‌ସ ଅନେକ କାରଣରୁ ହୋଇଥାଏ। ଅନେକଙ୍କ କ୍ଷେତ୍ରରେ ଜନ୍ମରୁ ଆଖି ଡୋଳାରେ କଳା ଦାଗ ରହିଥାଏ। ବୟସ ବଢ଼ିବା ସହିତ ଏହି କଳା ଦାଗର ଆକାର ବି ବୃଦ୍ଧି ପାଇଥାଏ।
  • ସେହିପରି ଅନ୍ୟ ଏକ କାରଣ ହେଉଛି, ଯେଉଁମାନେ ଅତ୍ୟଧିକ ସୂର୍ଯ୍ୟକିରଣରେ ରହନ୍ତି, ସେମାନଙ୍କ ଆଖି ଡୋଳାରେ ଏପରି ଦାଗ ସୃଷ୍ଟି ହୋଇଥାଏ।
  • ଡୋଳାର ଯେକୌଣସି ସ୍ଥାନରେ ଏହା ହୋଇପାରେ। ସେହିପକରି କିଛି କିଛି ଆଇ ଫ୍ରେକଲ୍‌ସ ଦୃଶ୍ୟମାନ ହୁଅନ୍ତି ନାହିଁ। ପରୀକ୍ଷା ପରେ ଡାକ୍ତର ଏଗୁଡ଼ିକୁ ଧରିପାରନ୍ତି।

ଲକ୍ଷଣ

  • ମହିଳାଙ୍କ କ୍ଷେତ୍ରରେ ଆଖିରେ ଥିବା ଏହି ଦାଗ ଗର୍ଭାବସ୍ଥା ସମୟରେ ରଙ୍ଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଥାଏ।
  • ଯେଉଁମାନଙ୍କର ଆଖି ନୀଳ ସେମାନଙ୍କ ଆଖି ଚେକ୍‌ କରିବା ପରେ ଏହି ଫ୍ରେକଲ୍‌ସ ସଂପର୍କରେ ଜଣାପଡ଼େ।
Advertisment

ଉପଚାର

ଅଧିକାଂଶ ଆଇ ଫ୍ରେକଲ୍‌ସ କୌଣସି କ୍ଷତି ପହଞ୍ଚାଇ ନଥା’ନ୍ତି। କିନ୍ତୁ ଏହା ଜରୁରୀ ଯେ ଆଖିରେ ଫ୍ରେକଲ୍‌ସ ଦେଖିଲା ମାତ୍ରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଏହା ଯୋଗୁ ଦୃଷ୍ଟି ଶକ୍ତି ପ୍ରଭାବିତ ହେବା ସହିତ କ୍ୟାନସର୍‌ ହେବାର ଆଶଙ୍କା ମଧ୍ୟ ରହିଛି। ଏଥିଯୋଗୁ ଯେଉଁ କ୍ୟାନ୍‌ସର ହୋଇଥାଏ, ତାକୁ ‘ମେଲାନୋମା’ କୁହାଯାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe