ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନିଜ ଇଷ୍ଟ ଦେବଙ୍କୁ ଆରଧନା କଲେ ମନ-ବାଞ୍ଛିତ ଫଳ ମିଳିଥାଏ। ସାଧାରଣତଃ ଜନ୍ମ ତାରିଖ, ବାର, ରାଶି ଓ ଜନ୍ମ କୁଣ୍ଡଳୀ ଅନୁସାର ଇଷ୍ଟ ଦେବ ସୂଚିତ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଜନ୍ମ ମାସ, ବାର ଓ ରାଶି ଅନୁସାରେ କେଉଁ ଦେବାଦେବୀଙ୍କୁ ପୂଜା କଲେ ଶୁଭ ଫଳ ପାଇପାରିବେ।
ଜନ୍ମ ମାସ ଅନୁସାରେ
- ଜାନୁଆରୀ ଓ ନଭେମ୍ୱର ମାସରେ ଜନ୍ମିତ ବ୍ୟକ୍ତି ଶିବ ଓ ଗଣେଶଙ୍କ ପୂଜା କରନ୍ତୁ।
- ଫେବ୍ରୁଆରୀରେ ଜନ୍ମିତ ବ୍ୟକ୍ତି ଶିବଙ୍କ ଉପାସନା କଲେ ଶୁଭ ଫଳ ପାଇପାରିବେ।
- ମାର୍ଚ୍ଚ ଓ ଜୁନ୍ ମାସରେ ଜନ୍ମିତ ବ୍ୟକ୍ତି ବିଷ୍ଣୁଙ୍କୁ ପୂଜା କରନ୍ତୁ।
- ମେ ଓ ଜୁନ୍ ମାସରେ ଜନ୍ମିତ ବ୍ୟକ୍ତି ମା’ ଭଗବତୀଙ୍କ ପୂଜା କରନ୍ତୁ।
- ଜୁଲାଇ ମାସରେ ଜନ୍ମିତ ବ୍ୟକ୍ତି ବିଷ୍ଣୁ ଓ ଗଣେଶଙ୍କୁ ଧ୍ୟାନ କରନ୍ତୁ।
ଜନ୍ମ ବାର ଜଣା ଥିବ କିନ୍ତୁ ସମୟ ଜଣାନଥିବା ବ୍ୟକ୍ତିଙ୍କ ଇଷ୍ଟଦେତା
- ରବିବାର- ବିଷ୍ଣୁ
- ସୋମବାର- ଶିବ
- ମଙ୍ଗଳବାର- ହନୁମାନ
- ବୁଧବାର- ଗଣେଶ
- ଗୁରୁବାର- ଶିବ
- ଶୁକ୍ରବାର- ଦୁର୍ଗା
- ଶନିବାର- ଭୈରବ
ରାଶି ଅନୁସାରେ ଇଷ୍ଟ ଦେବ
- ମେଷ- ସୂର୍ଯ୍ୟ ଓ ବିଷ୍ଣୁ ଦେତାଙ୍କ ଆରଧନା କରନ୍ତୁ।
- ବୃଷ- ଭଗବାନ ଗଣେଶଙ୍କ ଆରଧନା କରନ୍ତୁ।
- ମିଥୁନ- ଦେବୀ ସରସ୍ୱତୀ, ତାରା ଓ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ।
- କର୍କଟ- ହନୁମାନଙ୍କ ଆରଧାନା କରନ୍ତୁ।
- ସିଂହ – ଶିବଙ୍କ ଆରଧନା କରନ୍ତୁ।
- କନ୍ୟା- ଭୈରବ, ହନୁମାନ ଓ କାଳୀଙ୍କ ଆରଧନା କରନ୍ତୁ।
- ତୁଳା- ଭୈରବ, ହନୁମାନ ଓ କାଳୀଙ୍କୁ ପୂଜା କରନ୍ତୁ।
- ବିଚ୍ଛା- ଶିବଙ୍କୁ ପୂଜା କରନ୍ତୁ।
- ଧନୁ – ହନୁମାନଙ୍କ ପୂଜା କରନ୍ତୁ।
- ମକର- ସରସ୍ୱତୀ, ତାରା ଓ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ।
- କୁମ୍ଭ- ଗଣେଶଙ୍କୁ ପୂଜା କରନ୍ତୁ।
- ମୀନ- ଦୁର୍ଗା, ରାଧା ଓ ସୀତା ଦେବୀଙ୍କୁ ପୂଜା କରନ୍ତୁ।