ଚୁଟିରେ ସାଇନିଂ ଆଣିବା ପାଇଁ ଦହିକୁ କେମିତି ବ୍ୟବହାର କରିବେ ଜାଣନ୍ତୁ

ସୁନ୍ଦର ଓ ଘନ କେଶ ସମସ୍ତେ ଚାହାଁନ୍ତି। କେଶକୁ ସାଇନିଂ ଦେବାରେ ଦହି ବଡ଼ କାମରେ ଆସେ। ତେଣୁ ଲମ୍ୱା, ଘନ ଓ ଚିକ୍‌ଚିକ୍‌ କେଶ ଚାହୁଁଥିଲେ ବଜାରରେ ମିଳୁଥିବା କେମିକାଲ ଯୁକ୍ତ ହେୟାର ପ୍ରଡକ୍ଟରୁ ଦୂରେଇ ଦହିର ବ୍ୟବହାର କରନ୍ତୁ । ଆସନ୍ତୁ ଜାଣିବା ଏଥିପାଇଁ ଦହିକୁ କେମିତି ବ୍ୟବହାର କରିବେ। ଦହି-ହେନା ପ୍ୟାକ୍‌ କେଶରେ ଏକ୍ସଟ୍ରା ସାଇନିଂ ଚାହୁଁଥିଲେ ଏକ କପ୍‌ ଦହିରେ ୨ ଚାମଚ ହେନା ପାଉଡର ପକାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। […]

curd

Rakesh Mallick
  • Published: Thursday, 16 November 2017
  • , Updated: 16 November 2017, 10:24 PM IST

ସୁନ୍ଦର ଓ ଘନ କେଶ ସମସ୍ତେ ଚାହାଁନ୍ତି। କେଶକୁ ସାଇନିଂ ଦେବାରେ ଦହି ବଡ଼ କାମରେ ଆସେ। ତେଣୁ ଲମ୍ୱା, ଘନ ଓ ଚିକ୍‌ଚିକ୍‌ କେଶ ଚାହୁଁଥିଲେ ବଜାରରେ ମିଳୁଥିବା କେମିକାଲ ଯୁକ୍ତ ହେୟାର ପ୍ରଡକ୍ଟରୁ ଦୂରେଇ ଦହିର ବ୍ୟବହାର କରନ୍ତୁ । ଆସନ୍ତୁ ଜାଣିବା ଏଥିପାଇଁ ଦହିକୁ କେମିତି ବ୍ୟବହାର କରିବେ।

ଦହି-ହେନା ପ୍ୟାକ୍‌

କେଶରେ ଏକ୍ସଟ୍ରା ସାଇନିଂ ଚାହୁଁଥିଲେ ଏକ କପ୍‌ ଦହିରେ ୨ ଚାମଚ ହେନା ପାଉଡର ପକାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ମୁଣ୍ଡରେ ଭଲ ଭାବେ ଲଗାଇ ୧ ଘଣ୍ଟା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ପରେ ସାମ୍ପୋ ସାହାଯ୍ୟରେ କେଶ ଧୋଇ ଦିଅନ୍ତୁ ।

ଦହି-କଦଳୀ ପ୍ୟାକ୍

କେଶକୁ ସାଇନିଂ କରିବାକୁ ଦହି କଦଳୀର ମିଶ୍ରଣ ଲଗାନ୍ତୁ। କେଶରେ ଏହି ମିଶ୍ରଣକୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଲଗାଇ ରଖି ଉଷୁମ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ। ଏହା ପରେ କେଶକୁ ସାମ୍ପୋ କରନ୍ତୁ।

ଦହି-ବେସନ ପ୍ୟାକ୍
ସଠିକ ମାତ୍ରାରେ ଦହି ଓ ବେସନକୁ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। କେଶ ମୂଳରେ ଏହି ମିଶ୍ରଣକୁ ଲଗାଇ ୧ ଘଣ୍ଟା ପର୍ଯ୍ୟନ୍ତ ଛାଡିଦିଅନ୍ତୁ। ପରେ ଭଲ ଭାବେ ଧୋଇଦିଅନ୍ତୁ।

ଦହି-ଭୃସଙ୍ଗ ପତ୍ର ପ୍ୟାକ୍‌
ଭୃସଙ୍ଗ ପତ୍ରକୁ ଭଲ ଭାବେ ବାଟି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏକ କପ୍ ଦହିରେ ଏହି ପେଷ୍ଟକୁ ମିଶାଇ କେଶରେ ଭଲ ଭାବେ ଲଗାନ୍ତୁ । ଏହି ପ୍ୟାକ୍‌ କେଶକୁ ମଜୁଭୁତ ବି ରଖେ।

ଦହି-ଲେମ୍ବୁ ପ୍ୟାକ୍‌
ରୂପି ସମସ୍ୟା ଭୋଗୁଥିଲେ ଦହିରେ ଭଲ ଭାବେ ଲେମ୍ବୁ ରସ ମିଶାଇ କେଶରେ ଲଗାନ୍ତୁ।  ଅଧ ଘଣ୍ଟା ପରେ ଧୋଇଦିଅନ୍ତୁ।

ଆହୁରି ମଧ୍ୟ ପଢନ୍ତୁ: କପାଳରେ ତିଲକ ଲଗାଇଲେ ଶରୀରରୁ କେଉଁ ଫାଇଦା ମିଳେ, ଜାଣନ୍ତୁ ଏହାର ଗୂଢ ତତ୍ତ୍ୱ

ଦହି-ମହୁ ପ୍ୟାକ୍‌
କେଶରେ ଏକ୍ସଟ୍ରା ସାଇନିଂ ଦେବାକୁ ଚାହୁଁଥିଲେ ଏକ କପ୍‌ ଦହିରେ ୨ ଚାମଚ ମହୁ ମହୁ ମିଶାଇ କେଶରେ ଲଗାନ୍ତୁ। ଘଣ୍ଟାଏ ପରେ ଉଷୁମ୍‌ ପାଣିରେ କେଶକୁ ଧୋଇ ଦିଅନ୍ତୁ। ପରେ ସାମ୍ପୋରେ କେଶକୁ ଧୋଇ ଦିଅନ୍ତୁ। ସପ୍ତାହରେ ଦୁଇ ଥର ଏପରି କରନ୍ତୁ।

ଦହି-ଗୋଲମରିଚ ପ୍ୟାକ୍‌
ସାଇନିଂ ସହିତ କେଶକୁ ମଜଭୁତ ଓ କୋମଳ ରଖିବାକୁ ଚାହୁଁଥିଲେ ଦହି-ଗୋଲମରିଚ ପେଷ୍ଟ୍ ଲଗାନ୍ତୁ ।

Related story