ଓଜନ କମାଇବା ପାଇଁ ଶୋଇବା ପୂର୍ବରୁ କରନ୍ତୁ ଏହି ତିନୋଟି କାର୍ଯ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ଲୋକ ପ୍ରତ୍ୟେକ ଦିନ ଡାଏଟିଂ କରନ୍ତି ଓ ଜିମ୍ ଯା’ନ୍ତି। କିନ୍ତୁ ସେମାନଙ୍କ ଓଜନ ହ୍ରାସ ପାଏ ନାହିଁ। ଆପଣ ବି ଏମିତି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି? ତା’ହେଲେ ଜଙ୍କ୍ ଫୁଡ଼୍ ନ ଖାଇବା ଓ ୱାର୍କ ଆଉଟ୍ କରିବା ସହିତ ରାତିରେ ଶୋଇବା ପୂର୍ବରୁ ତିନୋଟି କାର୍ଯ୍ୟ ଉପରେ ଗୁରୁତ୍ୱ ଦିଅନ୍ତୁ। କାରଣ ଏଗୁଡ଼ିକ ଶରୀର ଓଜନ ହ୍ରାସ କରିବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥା’ନ୍ତି। ତା’ହେଲେ […]

r1

Puspanjali Panda
  • Published: Thursday, 05 September 2019
  • , Updated: 05 September 2019, 01:39 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ଲୋକ ପ୍ରତ୍ୟେକ ଦିନ ଡାଏଟିଂ କରନ୍ତି ଓ ଜିମ୍ ଯା’ନ୍ତି। କିନ୍ତୁ ସେମାନଙ୍କ ଓଜନ ହ୍ରାସ ପାଏ ନାହିଁ। ଆପଣ ବି ଏମିତି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି? ତା’ହେଲେ ଜଙ୍କ୍ ଫୁଡ଼୍ ନ ଖାଇବା ଓ ୱାର୍କ ଆଉଟ୍ କରିବା ସହିତ ରାତିରେ ଶୋଇବା ପୂର୍ବରୁ ତିନୋଟି କାର୍ଯ୍ୟ ଉପରେ ଗୁରୁତ୍ୱ ଦିଅନ୍ତୁ। କାରଣ ଏଗୁଡ଼ିକ ଶରୀର ଓଜନ ହ୍ରାସ କରିବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥା’ନ୍ତି। ତା’ହେଲେ ଆସନ୍ତୁ ଜାଣିବା, ରାତିରେ ଶୋଇବା ପୂର୍ବରୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ।


୧. ଯଦି ଆପଣଙ୍କର ଲାଇଟ୍‌ ଲଗାଇ ଶୋଇବାର ଅଭ୍ୟାସ ଅଛି, ତା’ହେଲେ ଏହାକୁ ବଦଳାନ୍ତୁ। ଲାଇଟ୍‌ ଲଗାଇ ଶୋଇଲେ ସ୍ଲିପିଙ୍ଗ୍‌ ହରମୋନ୍‌ର ଉତ୍ପାଦନ କମ୍‌ ହୋଇଥାଏ। ବେଡ୍‌ ରୁମ୍‌ର ଲାଇଟ୍‌ ବନ୍ଦ କରି ଶୁଅନ୍ତୁ। ପାଖ ରୁମ୍‌ର ଲାଇଟ୍ ବେଡ୍‌ ରୁମ୍‌ରେ ପଡୁଥିଲେ ପରଦା ଟାଣି ଶୁଅନ୍ତୁ। ଅନ୍ଧାରରେ ଶୋଇଲେ ଶରୀରରେ ମେଟାବୋଲିଜିମ୍‌ ଭଲ କାର୍ଯ୍ୟ କରିଥାଏ, ଯାହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।

୨. ଏକ ଗବେଷଣା ଅନୁସାରେ ୫ ଘଣ୍ଟା କିମ୍ୱା ଏହାଠାରୁ କମ୍‌ ସମୟ ଶୋଉଥିବା ବ୍ୟକ୍ତି ମୋଟାପଣର ଶିକାର ହୋଇଥା’ନ୍ତି। ତେଣୁ ଓଜନ ହ୍ରାସ କରିବା ପାଇଁ ଆବଶ୍ୟକ ସମୟ ଶୋଇବା ନିହାତି ଆବଶ୍ୟକ। ଖାଇଲେ ବେଡ୍‌ରେ ଗଡ଼ିଲେ ହେବ ନାହିଁ, ଭଲ ନିଦ ହେବା ମଧ୍ୟ ଜରୁରୀ। ରାତିରେ ହାଲ୍‌କା ବା ଢିଲା ପୋଷାକ ପିନ୍ଧି ଶୁଅନ୍ତୁ। ଏହା ଦ୍ୱାରା ଭଲ ନିଦ ହୋଇଥାଏ। ଢିଲା ପୋଷାକ ପିନ୍ଧିଲେ ଶରୀରର ତାପମାତ୍ରା କମ୍‌ ହୋଇଥାଏ ଓ ଶୀଘ୍ର ନିଦ ହୋଇଥାଏ।

 

୩. ମୋବାଇଲ୍‌ ଫୋନ୍‌ ଓ ଅନ୍ୟ ସବୁ ଗ୍ୟାଜେଟ୍‌ରୁ ବାହାରୁଥିବା ବ୍ଲୁ ଲାଇଟ୍‌ ନିଦକୁ ପ୍ରଭାବିତ କରିଥାଏ। ମୋବାଇଲ୍‌ରୁ ବାହାରୁଥିବା ବ୍ଲୁ ଲାଇଟ୍‌ର ଏକ୍ସପୋଜର୍‌ରେ ରହିଲେ, ଶରୀରରେ ଥିବା ସ୍ଲିପିଂ ହର୍‌ମୋନ୍‌ ମେଲାଟୋନିନ୍‌ର ଉତ୍ପାଦନ ହ୍ରାସ ପାଇଥାଏ। ମେଲାଟୋନିନ୍‌ କମ୍‌ ହେଲେ ଅଧିକ ଭୋକ ଲାଗେ ଓ ଶରୀରରେ ମୋଟାବୋଲିଜିମ୍‌ ମଧ୍ୟ କମ୍‌ ହୁଏ। ଏହାଦ୍ୱାରା ଓଜନ କମିବା ପରିବର୍ତ୍ତେ ବଢ଼େ। ଏଥିପାଇଁ ଶୋଇବା ପୂର୍ବରୁ ମୋବାଇଲ୍‌ ସ୍ୱିଚ୍‌ ଅଫ୍‌ କରି ଦିଅନ୍ତୁ। ସେହିପରି ଶୋଇବା ପୂର୍ବରୁ ମୋବାଇଲ୍‌ ବ୍ୟବହାର କରନ୍ତୁ ନାହିଁ।

Related story