ଆୟ ବୃଦ୍ଧି ଚାହୁଁଛନ୍ତି ? ଶ୍ରାବଣରେ ଏମିତି କରନ୍ତୁ ମହାଦେବଙ୍କ ପୂଜା

ଏବେ ଶ୍ରାବଣ ମାସ ଚାଲିଛି। ବାବା ଭୋଳାନାଥଙ୍କୁ ଏହି ରାଶି ବହୁତ ପ୍ରିୟ। ଏହି ମାସରେ ବାବାଙ୍କ ପାଖରେ ଜଳଲାଗି କରାଯାଇଥାଏ। ବିଶ୍ୱାସ ରହିଛି ଶ୍ରାବଣ ସୋମବାର ବାବାଙ୍କୁ ଜଳଲାଗି କଲେ ସବୁ ମନସ୍କାମନା ପୂରଣ ହୋଇଥାଏ। ଲକ୍ଷ ଲକ୍ଷ କାଉଡିଆ ମାନସିକ ପୂରଣ ପାଇଁ ଏହି ମାସରେ ନୀତିନିୟମର ସହ ବାବାଙ୍କୁ ଜଳଲାଗି କରିଥାନ୍ତି। ଧର୍ମଶାସ୍ତ୍ର ଅନୁସାରେ ଶ୍ରାବଣ ମାସରେ ମହାଦେବଙ୍କ କିଛି ପୂଜାବିଧି ପାଳନ ଆୟ ବୃଦ୍ଧି ହୋଇଥାଏ। ଆସନ୍ତୁ ଜାଣିବା ଆୟ ବୃଦ୍ଧି […]

Shivling puja

Rakesh Mallick
  • Published: Wednesday, 19 July 2017
  • , Updated: 19 July 2017, 08:08 AM IST

ଏବେ ଶ୍ରାବଣ ମାସ ଚାଲିଛି। ବାବା ଭୋଳାନାଥଙ୍କୁ ଏହି ରାଶି ବହୁତ ପ୍ରିୟ। ଏହି ମାସରେ ବାବାଙ୍କ ପାଖରେ ଜଳଲାଗି କରାଯାଇଥାଏ। ବିଶ୍ୱାସ ରହିଛି ଶ୍ରାବଣ ସୋମବାର ବାବାଙ୍କୁ ଜଳଲାଗି କଲେ ସବୁ ମନସ୍କାମନା ପୂରଣ ହୋଇଥାଏ। ଲକ୍ଷ ଲକ୍ଷ କାଉଡିଆ ମାନସିକ ପୂରଣ ପାଇଁ ଏହି ମାସରେ ନୀତିନିୟମର ସହ ବାବାଙ୍କୁ ଜଳଲାଗି କରିଥାନ୍ତି। ଧର୍ମଶାସ୍ତ୍ର ଅନୁସାରେ ଶ୍ରାବଣ ମାସରେ ମହାଦେବଙ୍କ କିଛି ପୂଜାବିଧି ପାଳନ ଆୟ ବୃଦ୍ଧି ହୋଇଥାଏ। ଆସନ୍ତୁ ଜାଣିବା ଆୟ ବୃଦ୍ଧି ପାଇଁ କିପରି ମହାଦେବଙ୍କୁ ପୂଜା କରିବେ।

ଶ୍ରାବଣ ମାସରେ ଯେ କୌଣସି ଦିନ ଘରେ ପାରଦ ଶିବଲିଙ୍ଗ ସ୍ଥାପନ କରି ଯଥାବିଧି ପୂଜା କରନ୍ତୁ। ଏହା ପରେ ‘ଐଂ ହ୍ରୀଂ ଶ୍ରୀଂ ଓଁ ନମ୍‌ ଶିବାୟ: ଶ୍ରୀଂ ହ୍ରୀଂ ଐଂ’ ମନ୍ତ୍ର ୧୦୮ ଥର ଜପ କରନ୍ତୁ। ପ୍ରତ୍ୟେକ ମନ୍ତ୍ର ସହ ବେଲପତ୍ର ଶିବଲିଙ୍ଗରେ ଚଢ଼ାନ୍ତୁ। ବେଲପତ୍ରର ତିନି ପତ୍ରରେ ଲାଲ ଚନ୍ଦନରେ ‘ଐଂ, ହ୍ରୀଂ, ଶ୍ରୀଂ’ ଲେଖନ୍ତୁ। ଶେଷ ବେଲପତ୍ର (୧୦୮ ତମ)କୁ ଶିବଲିଙ୍ଗରେ ଚଢ଼ାଇବା ପରେ ବାହାର କରି ଆଣି ନିଜ ପୂଜା ଘରେ ରଖି ପ୍ରତିଦିନ ପୂଜା କରନ୍ତୁ।

ବିଶ୍ୱାସ ରହିଛି ଏପରି କଲେ ବ୍ୟକ୍ତିର ଆୟ ବୃଦ୍ଧି ପାଇଥାଏ ଓ ଅଭାବ ଅନଟନ ଦୂର ହୋଇଥାଏ।

ସୌଜନ୍ୟ: ୱେବଦୁନିଆ ଡଟ୍‌ କମ୍‌

Related story