କୁଣ୍ଡଳୀରେ ମଙ୍ଗଳ ଥିଲେ ଜୀବନ ହୋଇଯିବ ଛାରଖାର: ଉପାୟ ଜାଣିବାକୁ ପଢନ୍ତୁ ଏହି ରିପୋର୍ଟ

କୁଣ୍ଡଳୀରେ ମଙ୍ଗଳ ଥିଲେ ମଣିଷର ଶାନ୍ତି ଦୂର ହୋଇଥାଏ। ଚାକିରି, ବ୍ୟବସାୟ ଓ ସମ୍ପର୍କ ଉପରେ ଖରାପ ପ୍ରଭାବ ପଡିଥାଏ। ଏହାସହ ଦୁର୍ଭାଗ୍ୟ ମାଡି ଆସେ। ତେବେ ମହାଦେବ ଶିବଙ୍କ ନାମ ନେଲେ ମଙ୍ଗଳ ଦୋଷ ଦୂର ହୋଇଥାଏ। ଆସନ୍ତୁ ଜାଣିବା ମଙ୍ଗଳ ଖରାପ ହେଲେ କି ସମସ୍ୟା ହୋଇଥାଏ ଓ ଏହାର ସମାଧାନର ସୂତ୍ର କ’ଣ। ମଙ୍ଗଳର ପ୍ରଭାବ ମଙ୍ଗଳ ହେଉଛନ୍ତି ସେନାପତି। ସେ ଶକ୍ତି, ଊର୍ଜା ଓ ପରାକ୍ରମର ପ୍ରତିକ। ଏହାର ରଙ୍ଗ ଲାଲ। […]

Mangal-Dosha

Rakesh Mallick
  • Published: Wednesday, 07 June 2017
  • , Updated: 07 June 2017, 11:06 AM IST

କୁଣ୍ଡଳୀରେ ମଙ୍ଗଳ ଥିଲେ ମଣିଷର ଶାନ୍ତି ଦୂର ହୋଇଥାଏ। ଚାକିରି, ବ୍ୟବସାୟ ଓ ସମ୍ପର୍କ ଉପରେ ଖରାପ ପ୍ରଭାବ ପଡିଥାଏ। ଏହାସହ ଦୁର୍ଭାଗ୍ୟ ମାଡି ଆସେ। ତେବେ ମହାଦେବ ଶିବଙ୍କ ନାମ ନେଲେ ମଙ୍ଗଳ ଦୋଷ ଦୂର ହୋଇଥାଏ। ଆସନ୍ତୁ ଜାଣିବା ମଙ୍ଗଳ ଖରାପ ହେଲେ କି ସମସ୍ୟା ହୋଇଥାଏ ଓ ଏହାର ସମାଧାନର ସୂତ୍ର କ’ଣ।

ମଙ୍ଗଳର ପ୍ରଭାବ

ମଙ୍ଗଳ ହେଉଛନ୍ତି ସେନାପତି। ସେ ଶକ୍ତି, ଊର୍ଜା ଓ ପରାକ୍ରମର ପ୍ରତିକ। ଏହାର ରଙ୍ଗ ଲାଲ। ମାଟି ଓ ଭୂମିତଳୁ ବାହାରୁ ଥିବା ସବୁ ଜିନଷ ଉପରେ ମଙ୍ଗଳଙ୍କ ହିଁ ପ୍ରଭାବ ରହିଥାଏ। ମକର ରାଶିରେ ମଙ୍ଗଳ ସବୁଠାରୁ ଶକ୍ତିଶାଳୀ ହୋଇଥିବା ବେଳେ କର୍କଟ ରାଶିରେ କମ ଶକ୍ତିଶାଳୀ ଥାଏ।

ମଙ୍ଗଳ ଖରାପ ଥିଲେ କ’ଣ ହୁଏ

କୁଣ୍ଡଳୀରେ ମଙ୍ଗଳ ଥିଲେ ଜଣଙ୍କ ଜୀବନ ଛାରଖାର ହୋଇଯାଇଥାଏ। ମଣିଷର ସ୍ୱଭାବ ରୁକ୍ଷ ହୋଇଯାଇଥାଏ। ଆତ୍ମବିଶ୍ୱାସ ଓ ସାହାସ କମିଯାଇଥାଏ। ସମ୍ପତ୍ତି ଓ ଜମିଜମା କ୍ଷେତ୍ରରେ କ୍ଷତି ସହିବାକୁ ପଡିଥାଏ। ରକ୍ତ ସମ୍ପର୍କକୁ ନେଇ ସମସ୍ୟା ବଢିଥାଏ। ଧାର, କରଜ ଓ ମକଦ୍ଦମା ଲାଗି ରହିଥାଏ। ବିବାହ ସହ ସମ୍ବନ୍ଧ ଥିଲେ ବୈବାହିକ ଜୀବନ ଖରାପ ହୋଇଯାଇଥାଏ।

କେମିତି ଦୂର ହେବ ମଙ୍ଗଳ ଦୋଷ

୧. ମଙ୍ଗଳ ଦୋଷରୁ ସ୍ୱଭାବ ଖରାପ ହେଉଥିଲେ ପ୍ରତିଦିନ ସକାଳେ ଜଳରେ ଲାଲ ଫୁଲ ଭରି ଶିବଙ୍କୁ ଅର୍ପଣ କରନ୍ତୁ। ଏହାସହ ଲାଲ ଆସନରେ ବସି ‘ଓଁ ନମଃ ଭଗବତେ ରୁଦ୍ରାୟ’ ମନ୍ତ୍ର ୧୫ ଦିନ ଜପ କରନ୍ତୁ।

୨. ଆତ୍ମବିଶ୍ୱାସ ଓ ସାହସ କମି ଯାଇଥାଏ। ଏପରି ସ୍ଥିତିରେ ପ୍ରତିଦିନ ଲାଲ କପଡା ପିନ୍ଧି ଶିବଙ୍କ ଆଗରେ ବସି ‘ଶିବ ତାଣ୍ଡବ’ ପାଠ କରନ୍ତୁ। ଯଦି ନୃତ୍ୟ ସହ ଶିବ ତାଣ୍ଡବ ପାଠ କରି ପାରିବେ ଏହା ଅଧିକ ଫଳବ୍ରତ ହେବ।

୩. ଜମିଜମା ଓ ସମ୍ପତ୍ତି ବିବାଦ ଦେଖା ଦେଇଥାଏ। ଏହାର ସମାଧାନ ପାଇଁ ପ୍ରତି ମଙ୍ଗଳବାର ମନ୍ଦିର ଯାଇ ଗୁଡ ମିଶା ଜଳ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ। ଏହାପରେ ସମ୍ପତ୍ତି ପ୍ରାପ୍ତି ପାଇଁ ବରଦାନ ମାଗନ୍ତୁ। ଏମିତି ୯ ମଙ୍ଗଳବାର କରିବା ପରେ ସମସ୍ୟା ଦୂର ହୋଇଯାଇଥାଏ।

୪. ମଙ୍ଗଳକୁ ବିବାଦ ବଢାଇବାର ଗ୍ରହ କୁହାଯାଇଥାଏ। ଏହା ଏପରି ସ୍ଥିତି ଆଣେ ଯେ ଆପଣ ଜେଲ ଯିବା ଭଳି ପରିସ୍ଥିତିରେ ପଡିଯିବେ। ଯଦି କେବେ ଏପରି ସ୍ଥିତି ଉପୁଜେ ତେବେ ପ୍ରତିଦିନ ରାତିରେ ଗାଧୋଇ କି ଧଳା କପଡା ପନ୍ଧି ଜହ୍ନ ଆଲୁଅରେ ବସି ‘ରୁଦ୍ରାଷ୍ଟକ’ ପାଠ କରନ୍ତୁ। ଏହାସହ ଶିବ-ଶିବ ମଧ୍ୟ ଜପ କଲେ ସମସ୍ୟା ଦୂର ହୋଇଥାଏ।

୫. ବୈବାହିକ ଜୀବନରେ ସମସ୍ୟା ଉପୁଜିଲେ ଜାଣିବେ କୁଣ୍ଡଳୀରେ ମଙ୍ଗଳ ରହିଛି। ପ୍ରତିଦିନ ସକାଳେ ଶିବଙ୍କୁ ଧଳା ଓ ପାର୍ବତୀଙ୍କୁ ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ। ଶିବ-ପାର୍ବତୀଙ୍କ ଆଗରେ ଘିଅର ଦୀପ ଜାଳି ‘ଓଁ ଉମାମହେଶ୍ୱରାଭ୍ୟାମ୍‌ ନମ୍‌’ ଜପ କରନ୍ତୁ। ଏହାସହ ତିନିମୁଖି ରୁଦ୍ରାକ୍ଷ ଗଳାରେ ଧାରଣ କରନ୍ତୁ।

୬. ମଙ୍ଗଳ ଦୋଷ ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ। ଏପରିସ୍ଥିତିରେ ପ୍ରତିଦିନ ଶିବଙ୍କୁ ତମ୍ବା ଲୋଟାରେ ଜଳ ଅର୍ପଣ କରନ୍ତୁ। ଜଳ ଅର୍ପଣ କରିବା ପରେ ‘ଓଁ ହୌଂ ଜୁଂ ସ’ ମନ୍ତ୍ର ଜପ କରନ୍ତୁ। କିଛି ଜଳ ଲୋଟାରେ ରଖି ଏହାକୁ ପ୍ରସାଦ ଭାବେ ଗ୍ରହଣ କରନ୍ତୁ।

୭. ଧାରକରଜ କରି କରି ହତାସ ହୋଇଯାଉଛନ୍ତି ଓ ଯଥା ସମ୍ଭବ ଚେଷ୍ଟା କରି ସୁଝି ପାରୁନାହାନ୍ତି। ତେବେ ପ୍ରତିଦିନ ସକାଳେ ଶିବଙ୍କ ପାଖରେ ଲାଲ ଫୁଲ ଅର୍ପଣ କରନ୍ତୁ। ଏହାସହ ‘ଓଁ ତ୍ରୁଣମୁକ୍ତେଶ୍ୱରାୟ ନମ୍‌’ ମନ୍ତ୍ର ୧୦୮ ଥର ଜପ କରନ୍ତୁ।

Related story