Advertisment

ମେଦବହୁଳତା ଓ ମଧୁମେହକୁ ନିୟନ୍ତ୍ରଣ କରିବ କ୍ୟାପ୍ସିକମ୍

ଚେନ୍ନାଇ: ସମାନ୍ତରାଳ ଭାବେ ବଢ଼ି ଚାଲିଛି ମେଦବହୁଳତା ଓ ଡାଇବେଟିସ୍। ସେହି ଅନୁସାରେ ବଢ଼ି ଚାଲିଛି ଚିକିତ୍ସା ଖର୍ଚ୍ଚ। ଏହି ଦୁଇ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ରହିଛି ଅନେକ ଉପାୟ। ଔଷଧ ସହିତ ସଠିକ୍ ଖାଦ୍ୟାଭ୍ୟାସ ଏହି ଦୁଇଟି ରୋଗର ନିୟନ୍ତ୍ରଣ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ। ଯେଉଁମାନେ ମେଦବହୁଳତା ଓ ଡାଇବେଟିସର ଶିକାର ହୋଇଛନ୍ତି ସେମାନେ ଏବେଠାରୁ କ୍ୟାପ୍ସିକମକୁ ସେମାନଙ୍କର ଦୈନନ୍ଦିନ ଖାଦ୍ୟଥାଳିରେ ସାମିଲ କରିବା ଆରମ୍ଭ କରି ଦିଅନ୍ତୁ। ଆପଣମାନଙ୍କୁ କ୍ୟାପ୍ସିକମ୍ ଭଲ ଲାଗୁ […]

ଅଦ୍ୟତନ ହୋଇଛି
ମେଦବହୁଳତା ଓ ମଧୁମେହକୁ  ନିୟନ୍ତ୍ରଣ କରିବ କ୍ୟାପ୍ସିକମ୍

Bell Peppers

Advertisment

ଚେନ୍ନାଇ: ସମାନ୍ତରାଳ ଭାବେ ବଢ଼ି ଚାଲିଛି ମେଦବହୁଳତା ଓ ଡାଇବେଟିସ୍। ସେହି ଅନୁସାରେ ବଢ଼ି ଚାଲିଛି ଚିକିତ୍ସା ଖର୍ଚ୍ଚ। ଏହି ଦୁଇ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ରହିଛି ଅନେକ ଉପାୟ। ଔଷଧ ସହିତ ସଠିକ୍ ଖାଦ୍ୟାଭ୍ୟାସ ଏହି ଦୁଇଟି ରୋଗର ନିୟନ୍ତ୍ରଣ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ। ଯେଉଁମାନେ ମେଦବହୁଳତା ଓ ଡାଇବେଟିସର ଶିକାର ହୋଇଛନ୍ତି ସେମାନେ ଏବେଠାରୁ କ୍ୟାପ୍ସିକମକୁ ସେମାନଙ୍କର ଦୈନନ୍ଦିନ ଖାଦ୍ୟଥାଳିରେ ସାମିଲ କରିବା ଆରମ୍ଭ କରି ଦିଅନ୍ତୁ। ଆପଣମାନଙ୍କୁ କ୍ୟାପ୍ସିକମ୍ ଭଲ ଲାଗୁ ଅବା ନ ଲାଗୁ ଏହାକୁ ପ୍ରତିଦିନ ଖାଇବାକୁ ଅଭ୍ୟାସ କରନ୍ତୁ। କାରଣ ଏହା ଆପଣମାନଙ୍କ ପାଇଁ ବଡ଼ ଉପାଦେୟ ସାବ୍ୟସ୍ତ ହେବ। ମେଦବହୁଳତା ଓ ଡାଇବେଟିସକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଛି କ୍ୟାପ୍ସିକମରେ। ନାଲି, ହଳଦିଆ ଓ ସବୁଜ ରଙ୍ଗ କ୍ୟାପ୍ସିକମରେ ରହିଛି ଏହି ଗୁଣ।

Advertisment

ଇଣ୍ଡିଆନ ଇଷ୍ଟିଚୁ୍ୟଟ ଅଫ୍ କେମିକାଲ ଟେକ୍ନୋଲୋଜୀ ଏବଂ ସିଏସଆଇର ବୈଜ୍ଞାନିକମାନେ ଗବେଷଣାରୁ ଏହା ଜାଣିବାକୁ ପାଇଛନ୍ତି। ଏହି ବୈଜ୍ଞାନିକମାନେ କହିଛନ୍ତି ଯେ କ୍ୟାସ୍ପିକମରେ ଦୁଇ ପ୍ରକାର ଏନଜାଇମ ଅଛି ଯାହା ଶରୀର ମେଦକୁ ହ୍ରାସ କରିପାରିବାର କ୍ଷମତା ରଖୁଛି। ସେଗୁଡ଼ିକ ହେଲେ ଆଲ୍ଫା-ଗ୍ଲୁକୋସାଇଡେଜ୍ ଓ ଲିପିଡ୍ ଏଜଜାଇମ। ଏଗୁଡ଼ିକ ମେଦ ହ୍ରାସ କରିବା ସହିତ ଏହାକୁ ନିୟନ୍ତ୍ରଣ କରିଥାଏ। ତେଣୁ ମେଦବହୁଳତାର ଶିକାର ଲୋକେ ସେମାନଙ୍କ ଖାଦ୍ୟରେ ପ୍ରତିଦିନ କ୍ୟାପ୍ସିକମ ରଖିବା ଉଚିତ। ଏହାକୁ ସାଲାଡ କରି ଖାଇ ପାରିବେ ଅବା ରାନ୍ଧି କି ଖାଇପାରିବେ ବୋଲି କହିଛନ୍ତି ବୈଜ୍ଞାନିକ ଅଶୋକ କୁମାର ତିୱାରୀ।
ଦେହରୁ ଚର୍ବି ହ୍ରାସ କରିବାର କ୍ଷମତା ରଖୁଥିବା କ୍ୟାପ୍ସିକମ୍ ସୁଗାର ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିବା ସାମର୍ଥ ରଖୁଛି। ତେଣୁ ଏହା ଡାଇବେଟିସ୍ ବା ମଧୁମେହ ରୋଗୀଙ୍କ ପାଇଁ ବି ଭାରି ଉପଯୋଗୀ ହେବ ବୋଲି ଇଣ୍ଡିଆନ ଇଷ୍ଟିଚୁ୍ୟଟ ଅଫ୍ କେମିକାଲ ଟେକ୍ନୋଲୋଜୀ ଏବଂ ସିଏସଆଇର ବୈଜ୍ଞାନିକମାନେ କହିଛନ୍ତି। ତା’ଛଡ଼ା ମାନସିକଚାପ ଓ ହୃଦରୋଗକୁ ମଧ୍ୟ ନିୟନ୍ତ୍ରଣ କରିବାର କ୍ଷମତା କ୍ୟାପ୍ସିକମରେ ରହିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe