ଏମିତି ଏକ ଦେଶୀଫଳ, ଯାହାର ଡାଳଠାରୁ ମୂଳ ପର୍ଯ୍ୟନ୍ତ ଖାଲି ଔଷଧ ହିଁ ଔଷଧ

Ordigital Desk
  • Published: Saturday, 29 July 2017
  • , Updated: 29 July 2017, 03:44 PM IST
<p>ପିଜୁଳିକୁ ଗରିବ ଲୋକର ଆପେଲ୍ ବା ସେଓ ବୋଲି କୁହାଯାଇଥାଏ।ଗାଁ ଗହଳିରେ ପିଲାମାନେ ଯେଉଁକିଛି ସିଜିନ୍ ଫ୍ରୁଟ୍ ଖାଇ ଖାଇ ବଡ଼ ହୁଅନ୍ତି, ତା ଭିତରେ ପିଜୁଳି ସର୍ବାଧିକ ଲୋକପ୍ରିୟ। ଅନେକ ଜାଗାରେ ପିଜୁଳି ଗଛ ଅଛି ଯାହା ବାରମାସିଆ। ବର୍ଷସାରା ଏଥିରେ ପିଜୁଳି ଫଳେ। ପିଜୁଳିରେ ଭିଟାମିନ୍-ଏ, ସି, ପୋଟାସିୟମ୍ ଓ ଫ।ଇବର ଭରପୁର ହୋଇ ରହିଥାଏ। ପିଜୁଳି ଗଛର ମୂଳଠାରୁ ଆରମ୍ଭ କରି ଡାଳ ପର୍ଯ୍ୟନ୍ତ ସବୁଥିରେ ଭରପୂର ହୋଇ ରହିଛି ଔଷଧୀୟ ଗୁଣ।</p> <p>ଆୟୁର୍ବେଦ କହୁଛି, ନିୟମିତ ପିଜୁଳି ଖାଇଲେ କ୍ୟାନସର ପରି ଭୟଙ୍କର ରୋଗ ବି ହୋଇନଥାଏ। ପିଜୁଳି ଗଛର ପତ୍ର ବେଶ ଗୁଣକାରୀ। ଏହାକୁ ଶୁଖାଇ ଗୁଣ୍ଡ କରି କ୍ଷୀର ସହ ପିଇଲେ ଭଲ ନିଦ ହୋଇଥାଏ। ପିଜୁଳି ପତ୍ରର କଅଁଳିଆ ପତ୍ରକୁ ବାଟି ମୁଣ୍ଡରେ ଲଗାଇଲେ ମୁଣ୍ଡବିନ୍ଧା ଭଲ ହୋଇଥାଏ। କଫ ଦୋଷ ଥିଲେ ପିଜୁଳିକୁ ବିଟଲୁଣ ସହ ମିଶାଇ ଖାଆନ୍ତୁ। ପିଜୁଳିର ଔଷଧୀୟ ଗୁଣ ସଂପର୍କରେ କହିଛନ୍ତି ଆୟୁର୍ବେଦ ବିଶେଷଜ୍ଞ ବାସୁଦବେ ପ୍ରଧାନ।</p>

Related story